କନିଆଁ ଘର ସାମନାରେ DJ ଲଗାଇ ନାଚୁଥିଲେ ବରଯାତ୍ରୀ, ମାଡିଆସିଲା ଟ୍ରକ୍ ନେଇଗଲା ଅକାଳରେ ଜୀବନ ….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  କନିଆଁ ଘର ସାମନାରେ ଡିଜେ ବଜାଇ ନାଚୁଥିଲେ ବରଯାତ୍ରୀ ହଠାତ ପଶିଆସିଲା ଟ୍ରକ୍ ଓ ଛଡିଗଲା ବରଯାତ୍ରୀଙ୍କ ଉପରକୁ ସୂଚନା ଅନୁସାରେ ପାଞ୍ଚ ଜଣକର ଘଟଣା ସ୍ଥଳରେ ମୃ-ତ୍ୟୁ ହୋଇଥିବାବେଳେ 9 ଜଣଲୋକେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏଭଳି ଏକ ମର୍ମାହିତ ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସହରରେ ।

ଗଞ୍ଜାମ ଦୁର୍ଘଟଣା ଲୋକମାନଙ୍କ ଭିତରୁ ନ ଯାଇଥିବା ବେଳେ ଆଉ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ମାନପୁରରୁ ଏକ ବରଯାତ୍ରୀ କେନ୍ଦୁଝରକୁ  ଆସିଥିଲା । ବର ଓ କନ୍ୟାଙ୍କ ବାହାଘରରେ ଧୁମଧାମ ନାଚି ମଜା କରିବାକୁ ଲୋକେ ଆସିଥିଲେ । ମାତ୍ର କିଏ ବା ଜାଣିଥିଲା ଏହା ହିଁ ସେମାନଙ୍କର ଶେଷ ଖୁସି ମରଣ ଏହି ରୂପେ ଆସିବ ବୋଲି ସେମାନେ କେବେବି ଭାବିନଥିବେ ।

ନାଚୁଥିବା ସମୟରେ ଆଖି ପିଛୁଳାକେ ଲୋକମାନଙ୍କ ଉପରେ ଛଡିଯାଇଥିଲା ଟ୍ରକ୍ ଓ ଲୋକେ ମଧ୍ୟ ଜାଣିପାରିଲେ ନାହିଁ ଯେ ତାଙ୍କ ସାଙ୍ଗରେ କଣ ଘଟୁଛି । ଯଦି କେହି ବି ଜାଣିଥାନ୍ତେ ତେବେ ନିଜ ଜୀବନକୁ ରକ୍ଷା କରିବା ପାଇଁ କିଛି କରନ୍ତେ । ମାତ୍ର ମୃତ୍ୟୁ ବା ସେହି ଦିନର ସମୟକୁ ସ୍ଥିର କରିକି ରଖିଥିଲା । ତେଣୁ କରି ନାଚୁଥିବା ସମୟରେ ସେମାନଙ୍କ ଦୃଷ୍ଟି ଟ୍ରକ୍ ଉପରକୁ ଯାଇନଥିଲା ।

ଦେଖୁ ଦେଖୁ ଚାଲିଗଲା ପାଞ୍ଚ ଜଣକ ଜୀବନ ଓ 9 ଜଣକୁ  ଡାକ୍ତରଖାନା ରେ ବର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରୁ ତିନିଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ସେମାନଙ୍କ ନାଁ ହେଉଛି ମାନପୁର ଗାଁ ର ଜିଦପାତ୍ର , କାଳିଆ ମହାନ୍ତ , ଲକ୍ଷ୍ମୀପାଦ ମୁଣ୍ଡା ,ଅମିତ ଓ କେଉଟ ସାହି ବାପୁନ ଦେଉରୀ ।

ସେପଟେ ଲୋକେ ରାସ୍ତା ଅବରୋଧ  ଓ ନ୍ୟାୟ ପାଇଁ ଅନୁରୋଧ କରୁଛନ୍ତି । ଘଟଣା ପରେ ବିବାହଟି ବନ୍ଦ ହୋଇଥିଲା ଓ ବାହାଘର ଘର ପାଲଟି ଯାଇଥିଲା ମଶାଣି । ରକ୍ତରଧାରା ଏବେ ବି ଶୁଖିନି ଯେଉଁ ଘରେ ଖୁସିର ଶବ୍ଦ ଶୁଭାଯିବା କଥା ସେଠାରେ ଶୁଭୁଚି କାନ୍ଦର ଶବ୍ଦ । ତେବେ ଡ୍ରାଇଭରମାନଙ୍କ ଦ୍ରୁତ ଚାଳନ ଯୋଗୁଁ ଏଭଳି ଘଟଣା ଘଟୁଥିବା ସାମ୍ନାକୁ ଆସୁଛି । ଟ୍ରକ୍ ଡ୍ରାଇଭର ଗାଡି ଚାଳନରେ ସଚେତନା ଦେଖିବା ଉଚିତ୍ ।

Leave a Reply

Your email address will not be published. Required fields are marked *