Shiv Puran- ଅଜାଣତରେ ହେଲେ ବି ଏହି 5 ଟି ପାପ କରୁଥିବା ଲୋକଙ୍କୁ କେବେ ବି କ୍ଷମା କରନ୍ତୁ ନାହିଁ ମହାଦେବ, ସାରା ଜୀବନ ରୁହନ୍ତି ଦରିଦ୍ର, କଣ ଆପଣ ଏମିତି କରୁ ନାହାଁନ୍ତି ତ ?

ବନ୍ଧୁଗଣ ଆମ ଧର୍ମ ରେ ୧୮ ଟି ପୁରାଣ ରହିଛି। ସେଥିରୁ ଶିବ ପୁରାଣ ଏକ ଏଭଳି ପୁରାଣ ଯେଉଁ ଥିରେ ମଣିଷ ଜୀବନ କି ସୁଖମୟ କରିବା ପାଇଁ ଅନେକ ପ୍ରକାରର ମନ୍ତ୍ର କୁହାଯାଇଛି। ଶିବ ପୁରାଣରେ ମାତା ପାର୍ବତୀ ଓ ଭଗବାନ ଶିବ ଙ୍କ ର ସମ୍ବାଦ ର ସାର ମଧ୍ୟ ବର୍ଣ୍ଣନା କରାଯାଇଛି।ଶିବ ପୁରାଣ ରେ ପାଞ୍ଚ ଏପରି ପାପ ର ବର୍ଣ୍ଣନା ମିଳିଥାଏ। ଯାହା ମନୁଷ୍ୟ ଅଜାଣତରେ କରିଥାଏ। ଏବଂ ତାର ଦଣ୍ଡ ଭୋଗିଥାଏ। ଶିବ ପୁରାଣ ଅନୁସାରେ କୁହାଯାଇଛି କି ଏହି ପାପ ମନୁଷ୍ୟ କୁ ଭୁଲ ରେ ବି କରିବା ଉଚିତ ନୁହେଁ। ଏହି ପାପ କରିବା ଦ୍ଵାରା ଭଗବାନ ଶିବ ଙ୍କ ର କୃପା କେବେ ରହିବ ନାହିଁ।

କଳିଯୁଗ ରେ ଧର୍ମର କେବଳ ଏକ ଚତୁର୍ତାଂଶ ରହିଯାଇଛି ତେଣୁ ଏବେ ସମସ୍ତେ ପାପ ଅଧିକ କରୁଛନ୍ତି। ଯଦି ଭଗବାନ ଙ୍କ ଉପରେ ଆସ୍ଥା ରଖି ଧର୍ମର ପଥ ଉପରେ ପୁରା ନିଷ୍ଠା ର ସହିତ ଚାଲନ୍ତି ତେବେ ଈଶ୍ୱର ଙ୍କୁ ଶୀଘ୍ର ପାଇଁ ପାରିବେ। ସେଥିପାଇଁ ଆପଣଙ୍କୁ ପାପ ରହିତ ବ୍ୟକ୍ତି ରହିବା ଆବଶ୍ୟକ ଅଟେ। ପାପ ରହିତ ବ୍ୟକ୍ତି ହେବା ବହୁତ ସରଳ କାର୍ଯ୍ୟ।ଆମେ ଅନେକ ପୁଣ୍ୟ କରିଥାଉ କିନ୍ତୁ ଆମକୁ ଈଶ୍ୱର ପ୍ରାପ୍ତି ହୁଏ ନାହିଁ କାରଣ ଅଜାଣତରେ ଆମ ଠାରୁ ପାପ ହୋଇଯାଇ ଥାଏ। ତେବେ ଆସନ୍ତୁ ଜାଣିନେବା ସେହି ପାପ ଗୁଡିକ କଣ ଓ ଆମେ କିପରି ସେଗୁଡିକ ନ କରିବା।

୧- ପ୍ରଥମ ପାପ ହେଲା ମାନସିକ ପାପ। ଶିବ ପୁରାଣ ଅନୁସାରେ କଳିଯୁଗ ର ମଣିଷ ପ୍ରତିଦିନ ମାନସିକ ପାପ କରିଥାଏ। ମାନସିକ ପାପ ହେଉଛି ଯେତେବେଳେ ଆମେ ନିଜ ମନରେ ଅନ୍ୟ ପାଇଁ କିଛି ଖରାପ କଥା ଭାବି ଥାଉ। ସେ କୋୖଣସି ସ୍ତ୍ରୀ ପାଇଁ ହେଉ କିମ୍ବା ଅନ୍ୟ ବ୍ୟକ୍ତି ର ଉନ୍ନତି ପାଇଁ କିମ୍ବା କାହାର ସୁନ୍ଦରତା କୁ ଦେଖି। ଯଦି ତା ପାଇଁ ଆମେ ଆମ ମନରେ ଖରାପ କଥା ଆଣିଥାଉ। ତେବେ ଏହା ସବୁଠୁ ବଡ଼ ପାପ। କାରଣ ଆମ ମନରେ ଈଶ୍ୱର ବାସ କରିଥାନ୍ତି ଯଦି ଆମେ କାହା ପାଇଁ ଖରାପ ଭାବିଥାଉ ତେବେ ତାହା ଈଶ୍ଵରଙ୍କ ପାଇଁ ବି ଭାବିଥାଉ ଏବଂ ଆଠାରୁ ବଡ଼ ପାପ କିଛି ନୁହେଁ।

୨- ଦ୍ଵିତୀୟ ପାପ ହେଲା ଅନ୍ୟ କୁ ଖରାପ କହିବା। ଶିବ ପୁରାଣ ଅନୁସାରେ ଯଦି ଆମେ କାହାକୁ କିଛି ଖରାପ କଥା କହିଥାଉ କିମ୍ବା ଅନ୍ୟ କୁ ନିଜ କଥା ରେ କଷ୍ଟ ଦେଇଥାଉ ତେବେ ତାହା ଏକ ବଡ଼ ପାପ। ଆମକୁ ସବୁବେଳେ ସତ୍ୟ କଥା କହିବା ଉଚିତ। ଏବଂ ସମସ୍ତ ଙ୍କ ସହ ଭଲରେ କଥା ହେବା ଆବଶ୍ୟକ।

୩- ତୃତୀୟ ପାପ ହେଉଛି ଶାରୀରିକ ପାପ। ଶିବ ପୁରାଣ ରେ ପ୍ରକୃତି କୁ ଈଶ୍ୱରୀୟ ରୂପ କୁହାଯାଏ । ତେଣୁ ଅକାରଣ ରେ ପ୍ରକୃତି କୁ କଷ୍ଟ ଦେବା ହେଲା ପାପ । ଗଛ କାଟିବା ପଶୁପକ୍ଷୀ ଙ୍କୁ ମାରିବା ଆଦି ଏକ ପାପ।

୪- ଚତୁର୍ଥ ପାପ ହେଉଛି ନିନ୍ଦା କରିବା। ଶିବ ପୁରାଣ ଅନୁସାରେ କଳିଯୁଗ ର ସବୁଠୁ ଭୟଙ୍କର ପାପ ଭିତରୁ ଏହା ହେଉଛି ଅନ୍ୟତମ। ଆମେ ଭୁଲ ରେ ବି କାହାର ନିନ୍ଦା କରିବା ଉଚିତ ନୁହେଁ। ଆମ ଗୁରୁ ବାପା ମାଆ ନଙ୍କ ନିନ୍ଦା କରିବା ଏକ ପାପ।

୫- ପଞ୍ଚମ ପାପ ହେଲା ଭୁଲ ବ୍ୟକ୍ତି ଙ୍କ ସମ୍ପର୍କରେ ଆସିବା। ଶିବ ପୁରାଣ ଅନୁସାରେ ଚୋରି କରିବା କାହାକୁ ମାରିବା ପାପ କିନ୍ତୁ ତାଙ୍କ ସହିତ ମିଶିବା ତାଙ୍କୁ ଶରଣ ଦେବା ସବୁଠୁ ବଡ଼ ପାପ। ତେଣୁ ଜଣେ ସଭ୍ୟ ମଣିଷ କୁ ସେମାନଙ୍କ ସହ ମିଶିବା ଉଚିତ ନୁହେଁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *