କେବଳ 1 ଟଙ୍କାରେ ଏହି ଉପାୟ କରନ୍ତୁ, 5 ମିନିଟ ବି ଲାଗିବ ନାହିଁ ଘରୁ ସବୁ ମୂଷା ଗାୟବ ହେଇଯିବେ

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆପଣମାନେ ତ ଜାଣିଛନ୍ତି କି, ମାର୍କେଟ ରେ ବିଭିନ୍ନ ପ୍ରକାରର ମୂଷା ମରା ଔଷଧ ବହୁତ୍ ସହଜରେ ମିଳି ଯାଉଛି । କିନ୍ତୁ ବନ୍ଧୁଗଣ ଏହା ସୁରକ୍ଷିତ ହୋଇନଥାଏ , ଖାସ୍ କରି ତାଙ୍କ ପାଇଁ ଯେଉଁମାନଙ୍କର ଘରେ ଛୋଟ ପିଲା ଥାନ୍ତି । ମୂଷା ମରା ଔଷଧ ଆମେ ବ୍ୟବହାର ତା କରୁ କିନ୍ତୁ ବନ୍ଧୁଗଣ ଏହା ଡର ଲାଗି ରହିଥାଏ ଯେ ଏହାକୁ ଛୋଟ ପିଲାମାନେ ଖାଇ ନ ଦିଅନ୍ତୁ । ବନ୍ଧୁଗଣ ଏଥି ସହିତ ବହୁତ ଲୋକେ ମୂଷାକୁ ମାରିବାକୁ ଚାହାଁନ୍ତି ନାହିଁ , ତାଙ୍କ ନଜର ରେ ଏହା ଭଲ କଥା ହୋଇନଥାଏ ।

ମୂଷା ଭଗବାନ ଗଣେଶଙ୍କର ବାହନ ହୋଇଥାନ୍ତି , ତେଣୁ ଅନେକ ଶ୍ରଦ୍ଧାଳୁ ମୂଷା ମାରିବାକୁ ପସନ୍ଦ କରିନଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ମୂଷାଙ୍କୁ ନ ମାରି ତାଙ୍କୁ ଘରୁ ବାହାର କରା ଯାଇପାରିବ , ଏହି ଉପାୟ ଅତ୍ୟନ୍ତ ଶସ୍ତା ଏବଂ ଲାଭ ଦାୟକ ଅଟେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ବନ୍ଧୁଗଣ ମୂଷାମାନେ ବହୁତ୍ କ୍ଷତି କରିଥାନ୍ତି ଦାମି ଜିନିଷ , ପୋଷାକ , ଘରୋଇ ଉପକରଣ , ଟଙ୍କା କିମ୍ବା ଅତି ଆବଶ୍ୟକ କାଗଜ ପତ୍ର ମଧ୍ୟ ତାଙ୍କ ଦାନ୍ତରେ କାଟି ଚୁନା କରି ଦେଇଥାନ୍ତି , ଯାହାକି ଫଳରେ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ଆମର ବଡ଼ ଧରଣର କ୍ଷତି ହୋଇଥାଏ । ତେବେ ବନ୍ଧୁଗଣ ଯଦି ଆପଣମାନେ ଚାହୁଁଛନ୍ତି ମୂଷାମାନେ ଆପଣଙ୍କ ଘରୁ ପଳାନ୍ତୁ ଏବଂ ପୁନର୍ବାର ନ ଆସନ୍ତୁ , ତେବେ ବନ୍ଧୁଗଣ ଆଜିର ଏହି ଟ୍ରିକ ଯାହା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ, ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ତେବେ ବନ୍ଧୁଗଣ ଏହି ଉପାୟ ଟିକୁ କରିବାକୁ ହେଲେ ଆମକୁ ପ୍ରଥମେ ଦରକାରତ -ମ୍ବାଖୁ ବା ଗୁ -ଟକା ,ବନ୍ଧୁଗଣ ଏହା ଆପଣଙ୍କୁ ସହଜରେ ପାନ ଦୋକାନରେ ମିଳିଯିବ । ଏହା ଖୋଲା ମଧ୍ୟ ମିଳିଥାଏ । ଏହାକୁ ଅନେକ ଲୋକ ସେବନ କରିଥାନ୍ତି କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ହାନୀ କାରକ ଅଟେ କିନ୍ତୁ ବନ୍ଧୁଗଣ ଏହା ମୂଷା ଙ୍କୁ ଭଗେଇବା ପାଇଁ ବହୁତ ଭଲ କାମ ଦେଇଥାଏ ।

ତ -ମ୍ବାଖୁରେ ଅନେକ ଗୁଡ଼ିଏନି -ଶା ଦ୍ରବ୍ୟ ମିଳିଥାଏ , ଯାହା ମୂଷା ମାନଙ୍କୁ ବେହୋଶ ବା ଚେତା ଶୂନ୍ୟ କରିବାରେ କାର୍ଯ୍ୟକାରୀ ହୋଇଥାଏ , ଯାହା ଫଳରେ ମୂଷା ମାନେ ଅଣ ନିଶ୍ଵାସ ହୋଇ ଘରୁ ବାହାରକୁ ପଳେଇ ଥାନ୍ତି । ତେବେ ବନ୍ଧୁଗଣ ସର୍ବ ପ୍ରଥମେ ଏହିତ -ମ୍ୱାଖୁର ଗୋଟିଏ ଛୋଟ ପ୍ୟାକେଟ ନିଅନ୍ତୁ , ତାକୁ ଏକ ପାତ୍ର ରେ ରଖନ୍ତୁ । ଏବେ ଏହା ମଧ୍ୟରେ ଦୁଇ ଚାମଚ୍ ଶୁଦ୍ଧ ଦେଶୀ ଗାଈ ଘିଅ ମିଶାଇ ଦିଅନ୍ତୁ । ଦେଶୀ ଗାଈ ଘିଅ ର ବାସ୍ନା ମୂଷା ମାନଙ୍କୁ ବହୁତ୍ ଭଲ ଲାଗିଥାଏ , କାରଣ ମୂଷା ମାନେତ -ମ୍ୱାଖୁକୁ ସିଧା ସଳଖ ଖାଇ ନଥାନ୍ତି , ଦେଶୀ ଘିଅର ବାସ୍ନା ହେବା ଦ୍ଵାରା ମୂଷାମାନେ ଏହାକୁ ଖାଇବେ ।

ଏହା ପରେ ବନ୍ଧୁଗଣ ଆପଣମାନେ ୨ ଚାମଚ୍ ବେସନ ନିଅନ୍ତୁ ଏବଂ ସେହି ମିଶ୍ରଣରେ ମିଶାଇ ଦିଅନ୍ତୁ , ଆପଣମାନେ ଚାହିଁଲେ ଅଟା ମଧ୍ୟ ନେଇ ପାରିବେ କିନ୍ତୁ ଅଟା ବହୁତ୍ ଶୀଘ୍ର ଟାଣ ହୋଇଯାଇ ଥାଏ , କିନ୍ତୁ ବେସନ ଟାଣ ହୋଇନଥାଏ । ଯାହା ଫଳରେ ମୂଷା ମାନଙ୍କୁ ଏହା ଖାଇବାରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ ।

ଏବେ ବନ୍ଧୁଗଣ ଆପଣମାନେ ଏଥିରେ ଟିକେ ଟିକେ ପାଣି ମିଶାନ୍ତୁ ଏବଂ ଏହାକୁ ଭଲ ଭାବେ ମିଶ୍ରିତ କରନ୍ତୁ , ଆମେ ଯେଉଁଭଳି ଅଟା ଚକଟି ଥାଉ ଠିକ୍ ସେହିପରି ଏହି ମିଶ୍ରଣକୁ ଚକଟି ଦିଅନ୍ତୁ । ବନ୍ଧୁଗଣ ଧ୍ୟାନ ରଖିବେ ଯେପରି ଏହି ମିଶ୍ରଣ କଠିନ ବା ଟାଣ ନା ହୁଏ , ଏହା ଟାଣ ହୋଇଗଲେ ମୂଷା ମାନେ ଏହାକୁ ଠିକ୍ ଭାବରେ ଖାଇବେ ନାହିଁ ।

ଏବେ ବନ୍ଧୁଗଣ ଆପଣମାନେ ଆଉଥରେ ଅଧା ଚାମଚ୍ ଘିଅ ନେଇ ଏହି ମିଶ୍ରଣର ଉପରେ ଭଲ ଭାବେ ଲଗାଇ ଦିଅନ୍ତୁ , ଏହା ଫଳରେ ଏହି ମିଶ୍ରଣରେ ବାସ୍ନା ବେଶି ହୋଇଥାଏ । ଏବେ ବନ୍ଧୁଗଣ ଏହି ମିଶ୍ରଣକୁ ଭଲ ଭାବେ ଚକଟି ଅଟା ଗୋଲା କରିବା ଭଳି ଛୋଟ ଛୋଟ ଗୋଲା କରନ୍ତୁ । ବଡ଼ ମୂଷା ଥିଲେ ବଡ଼ ଗୋଲା ଏବଂ ଚୁଟିଆ ମୂଷା ଥିଲେ ଛୋଟ ଗୋଲା କରନ୍ତୁ । ଏହା ଉପରେ ପୁନର୍ବାର ଘିଅ ଲଗାନ୍ତୁ । ଆପଣ ଚାହିଁଲେ ଖାଇବା ତେଲ ଲଗାଇ ପାରିବେ କିନ୍ତୁ ବନ୍ଧୁଗଣ ଘିଅ ମୂଷା ମାନଙ୍କୁ ଭଲ ଲାଗିଥାଏ ।

ଏବେ ବନ୍ଧୁଗଣ ଯେଉଁ ଜାଗାରେ ମୂଷା ମାନେ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି ସେହି ଜାଗା ଗୁଡିକରେ ଏହି ଗୋଲା ଗୁଡ଼ିକୁ ରଖିଦିଆନ୍ତୁ , ନିଜର ରୋଷେଇ ଘରେ ମଧ୍ୟ ଏହି ଗୋଲା ଗୁଡ଼ିକୁ ରଖି ଦିଅନ୍ତୁ ଏବଂ ଆପଣଙ୍କ ଘରେ ଥିବା ସମସ୍ତ ପାଣି ବ୍ୟବହାର କରୁଥିବା ଜାଗା ଗୁଡ଼ିକୁ ଶୁଖାଇ ଦିଅନ୍ତୁ ଏବଂ ବାଲ୍ଟି ରେ ରଖିଥିବା ପାଣି ଗୁଡ଼ିକୁ ଘୋଡାଇ ଦିଅନ୍ତୁ । ଏହି ମିଶ୍ରଣ ଖାଇବା ପରେ ମୂଷା ମାନଙ୍କୁ ନିଶା ହୋଇଯାଇଥାଏ , ସେମାନେ ଏହି ସମୟରେ ପାଣି ଖୋଜିଥାନ୍ତି , ଏବଂ ଅଣ ନିଶ୍ଵାସ ହୋଇ ଘରୁ ବାହାରକୁ ପଳାଇ ଥାନ୍ତି ଏବଂ ପୁନର୍ବାର ଆସିବାକୁ ଡରି ଥାନ୍ତି ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *