ୟୁକ୍ରେନରେ ପାକିସ୍ତାନୀ ଛାତ୍ର ଭିଡିଓ ବନେଇ ନିଜ ସରକାରକୁ କଲା ଏମିତି ବେଜିତ ଓ ଭାରତ ସରକାରଙ୍କୁ ନେଇ କହିଲା କିଛି ଏମିତି ଶୁଣିଲେ ଆପଣ ବି ଗର୍ବ କରିବେ !

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଏକ ସପ୍ତାହରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମା ଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ତେବେ ବନ୍ଧୁଗଣ ୟୁକ୍ରେନରେ ଫଶି ଥିବା ପଡୋଶୀ ଦେଶ ଓ ଆମ ଦେଶର ଛାତ୍ର ଛାତ୍ରୀ ମାନଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଗତ କିଛି ସମୟ ହେବ ୟୁକ୍ରେନରେ ଫଶି ଥିବା ଏକ ପାକିସ୍ତାନୀ ଛାତ୍ରର ଭିଡିଓ ଭାଇରାଲ ହେବାରେ ଲାଗିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପାକିସ୍ତାନୀ ଛାତ୍ର ଭିଡିଓରେ କହୁଛନ୍ତି-‘ମୁ ୟୁକ୍ରେନକୁ ଦୁଇ ମାସ ପୂର୍ବରୁ ଆସିଥିଲି ପାଠ ପଢିବା ପାଇଁ । ଆମେ ଗୋଟେ ନ୍ଯୁଜ ଦେଖିଲୁ ପାକିସ୍ତାନୀ ଏମ୍ବାସି ୨୫୦୦ ପାକିସ୍ତାନୀଙ୍କ ମଧ୍ୟରୁ ୨୦୦୦ଙ୍କୁ ପାକିସ୍ତାନ ପଠେଇ ଛନ୍ତି ଓ ୫୦୦ ଜଣ ପାକିସ୍ତାନ ୟୁକ୍ରେନରେ ଅଛନ୍ତି’ ।

ଆଗକୁ ସେ କହିଛନ୍ତି-‘ଆମେ ଏଠି ୫୦୦ ରୁ ଅଧିକ ଛାତ୍ର ଅଛୁ । ପୂର୍ବରୁ ଆମକୁ କହୁଥିଲେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଆମକୁ ସେମାନେ ନେଇଯିବେ । ହେଲେ ଏ ପର୍ଯ୍ୟନ୍ତ ଆମକୁ ନା କିଛି ମେସେଜ ମିଳିଛି ନା ଆମକୁ କଣ କରିବା ଉଚିତ କିଏ କିଛି କହୁଛି । ପାକିସ୍ତାନ ନ୍ୟୁଜ ବାଲା କେବଳ ନମ୍ବର ବଢାଇ କହୁଛନ୍ତି ସେମାନେ ଏମିତି କରିଦେଲେ ସେମିତି କରିଦେଲେ ହେଲେ ଆମେ ମାନେ ଏଠି ଫଶି ରହିଛୁ । ଆମେ କିବ୍ ଯିବା ପାଇଁ ମଧ୍ୟ ଟିକେଟ କରିଥିଲୁ’ ।

ଆଗକୁ ସେ କହିଛନ୍ତି-‘କିବ୍ ଯିବା ପରେ ସେମାନେ ଆମକୁ ନେଇଥାନ୍ତେ ହେଲେ ସେମାନେ ଆମକୁ ଟିକେଟ କ୍ୟାନସେଲ କରିବା ପାଇଁ କହିଦେଲେ । ପାକିସ୍ତାନ ଏମ୍ବାସି ଆମର କୌଣସି ଦାୟିତ୍ଵ ନେଉ ନାହିଁ । ତେଣୁ ଆପଣ ମାନେ ଦେଖି ପାରୁଥିବେ ଆମେ ରାସ୍ତା ସାଇଡରେ ବସି ଅପେକ୍ଷା କରିଛୁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *