ପାକିସ୍ତାନ ଚୀନ ସହିତ ହିଁ କରିଦେଲା ଏମିତି ଖେଳ, ପୁରା ଦୁନିଆ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ପାକିସ୍ତାନରେ ହୋଇଥିବା ମୁସ୍ଲିମ ଦେଶ ଗୁଡିକର ବଡ ବୈଠକରେ ଚୀନ ସହ ଖେଳ ହୋଇଯାଇଛି । ଏଥର ଓଆଇସି ବୈଠକ ପାକିସ୍ତାନରେ ହୋଇଥିଲା । ପାକିସ୍ତାନ ଏଠାରେ ଏହି ବୈଠକର ଆୟୋଜନ କରିଥିଲା । ହେଲେ ଅଜଣାତରେ ପାକିସ୍ତାନ ଏହି ବୈଠକରେ ଚୀନକୁ ଡାକି ଫସେଇ ଦେଇଛି । ତେବେ ବନ୍ଧୁଗଣ ଏହି ଖବରଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ପ୍ରଥମ ଥର ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ହିନ ଏହି ବୈଠକରେ ସାମିଲ ହୋଇଥିଲେ । ହେଲେ ସେ ଏବେ ନିଶ୍ଚୟ ପସ୍ତାଉ ଥିବେ । ପାକିସ୍ତାନ ଅଧିକ ଚାଲାକ ହୋଇ ଏହି ବୈଠକରେ ଚୀନକୁ ଫସେଇ ଦେଇଛି ।

ପାକିସ୍ତାନ ପ୍ଳାନ କରିଥିଲା ଯେ, ଏହି ବୈଠକରେ ଚୀନକୁ ଡାକି କାଶ୍ମୀର ମାମଲା ବିଷୟରେ କଥା ଉଠେଇବ ଯାହାଫଳରେ ଚୀନ ଭାରତ ଉପରେ ଚାପ ପକାଇବ । ହେଲେ ଓଲଟା ପାକିସ୍ତାନ ଉପରେ ଚାପ ପଡିଗଲା । କାରଣ ଏବେ ଚାପ ଭାରତ ଉପରେ ନୁହେଁ ଚୀନ ଉପରେ ପଡି ଯାଇଛି । ଏହି ବୈଠକରେ ଚୀନ ସାମିଲ ହେବା ପରେ ଏବେ ଅନେକ ୱିଗର ମୁସ୍ଲିମ ସଂଗଠନ ଭଡକି ଯାଇଛନ୍ତି ।

ୱାର୍ଲ୍ଡ ୱିଗର କଂଗ୍ରେସ କହିଛି ଯେ, ଏହି ବୈଠକରେ କେବଳ ମୁସ୍ଲିମ ଦେଶ ଗୁଡିକ ଆସିଥାନ୍ତି ତେବେ ଏହି ବୈଠକରେ ଚୀନକୁ ସାମିଲ କରିବା ପରେ ଓଆଇସିର ବିଶ୍ଵାସନିତା ମାଟିରେ ମିଶି ଯାଇଛି । ଏହି ବୈଠକରେ ସାମିଲ ହୋଇ ଚୀନ ତ ଫସିଗଲା ହେଲେ ଓଆଇସିକୁ ବି ଅନେକ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଓଆଇସି ମୁସ୍ଲିମ ଦେଶ ଗୁଡିକର ସଂଗଠନ ଅଟେ ହେଲେ ଏହି ବୈଠକରେ ଏତିକି ତ ଜଣା ପଡିଗଲା ଯେ, ଚୀନର ମୁସ୍ଲିମ ମାନଙ୍କ ସହ ଓଆଇସିର କୌଣସି ସମ୍ବନ୍ଧ ନାହିଁ ।

ଏହି ବୈଠକରେ ତିନୋଟି ମୁଖ୍ୟ କଥା ସାମ୍ନାକୁ ଆସିଛି । ପ୍ରଥମେ ଇମ୍ରାନ କାଶ୍ମୀର ପାଇଁ କାନ୍ଦିଲେ ହେଲେ କେହି ଶୁଣିଲେ ନାହିଁ । ଦ୍ଵିତୀୟରେ ଚୀନ ଯେଉଁ ୱିଗର ମୁସ୍ଲିମ ମାନଙ୍କ ମାମଲା ଦୁନିଆ ଆଗରେ ଲୁଚାଇ ରଖୁଥିଲା ତାହା ଏବେ ସାମ୍ନାକୁ ଆସିଗଲା ଓ ତୃତୀୟରେ ଓଆଇସି ନିଜ ବୈଠକରେ ନିଜେ ଲଜ୍ଜିତ ହେଲା । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *