ପାଦ ଚିହ୍ନ ଦେଖି ଜଙ୍ଗଲ ଭିତରକୁ ଦୌଡ଼ିଲା ବନବିଭାଗ ! ଦେଖି ସମସ୍ତଙ୍କର ଉଡିଲା ହୋସ…

ନମସ୍କାର ବନ୍ଧୁଗଣ, ଜଙ୍ଗଲ ଭିତରେ କେଉଁ ଜୀବର ପାଦ ଚିହ୍ନ ପଡିଥିଲା ତାହା ସମସ୍ତଙ୍କୁ ଚକିତ କରାଦେଇଥିଲା । କାରଣ ସେହି ପାଦ ଚିହ୍ନ କେଉଁ ବିଚିତ୍ର ଜୀବର ତାହା ଜଣା ହିଁ ପଡୁନଥିଲା । ବାରହାର ମୃତ ଦେହ ଜଙ୍ଗଲ ଭିତରେ ମିଳିଥିଲା ଆଉ ତା ପାଖରେ ଏଭଳି ଅଚିହ୍ନା ପାଦ ଚିହ୍ନ ପଡିଥିଲା ଯାହାକୁ କେହି ବି ଠରୁରାଇ ପାରୁନଥିଲେ । ଯେଉଁଥି ପାଇଁ ବନ ବିଭାଗ ଦଉଡି ଯାଇଥିଲା ତାହାକୁ ଠାବ କରିବା ପାଇଁ ଆଉ ଯାହା ଜଣା ପଡିଲା ତାହା  ଅଞ୍ଚଳରେ ଆତଙ୍କ ମଚାଇଦେଲା ।

ତେବେ କେଉଁଠାରେ ଏବଂ କେଉଁ ଜୀବର ସନ୍ଧାନ ମିଳିଛି ତାହା ଆସନ୍ତୁ ଜାଣିବା । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡବିତ ଅଞ୍ଚଳବାସୀ ଭୟଭୀତ । ସେହି ଅଞ୍ଚଳର କିଛି ଲୋକ ଜଙ୍ଗଲ ଭିତରକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ଦେଖିଥିଲେ ଜଙ୍ଗଲ ଭିତରେ ଏକ ବାରହାର ମୃତ ଦେହ ପଡିଛି । ଆଉ ସେହି ମୃତ ଦେହ ପାଖରେ କିଛି ଏଭଳି ପାଦ ଚିହ୍ନ ପଡିଥିଲା ଯାହା କେଉଁ ଜୀବର ଜଣା ପଡୁନଥିଲା । ତେଣୁ ଅଞ୍ଚଳବାସୀ ଭୟଭୀତ ହୋଇ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ ।

ଏହି ଖବର ପାଇବା ପରେ ବନ ବିଭାଗ କତ୍ତୃପକ୍ଷ ଜଙ୍ଗଲ ଭିତରକୁ ଯାଇଥିଲେ ତଦନ୍ତ କରିବା ପାଇଁ । ତଥାପି ମଧ୍ୟ ତାହା କେଉଁ ଜୀବର ସେମାନେ ଜାଣି ପାରିନଥିଲେ । ତେଣୁ ସେମାନେ ଏହା ସମ୍ପର୍କରେ ଜାଣିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇଥିଲେ । ଆଉ ସେହି କ୍ୟାମେରାରେ ରାତିରେ କଏଦ ହୋଇଥିଲା ବାଘ ।

ଆଜ୍ଞା ହଁ ବାଘ ସେହି ଅଞ୍ଚଳରେ ଆତଙ୍କ ମଚାଇଛି । ତେବେ ଏହା କେଉଁ ପ୍ରଜାତିର ବାଘ ତାହା ଜାଣିବା ବାଘର ପାଦ ଚିହ୍ନ ଉପରେ ପ୍ଲାଷ୍ଟର ଅଫ ପ୍ୟାରିସ ଲଗାଯାଇ ତାହା ସମ୍ପର୍କରେ ଜଣାଯିବ । ବାଘ କେଉଁ ଜାଗାରେ ରହୁଛି ତାହାର ପତ୍ତା ଲଗାଇ ବାଘକୁ ଜବତ କରିବା ପାଇଁ ବନ ବିଭାଗ ଜଙ୍ଗଲ ଭିତରେ 10ଟି ଟ୍ରାପ କ୍ୟାମେରା ଲଗାଇଥିଲା ।

ବାଘ ପାଟଣା ଏବଂ ଘଟଗାଁ ରେଞ୍ଜରେ ବୁଲୁଥିବାରୁ ସେହି ଅଞ୍ଚଳରେ ଆହୁରି କ୍ୟାମେରା ଲଗାଇବାର ବ୍ୟବସ୍ତା କରାଯାଉଛି । ହେଲେ ଗତ ଦୁଇ ଦିନ ପୂର୍ବରୁ ଘଟଗାଁ ରେଞ୍ଜରେ ବାଘ ଏକ ମଇଁଷିକୁ ମାରିଥିବାର ଖବର ମିଳିଥିଲା। ତେଣୁ ସେହି ଅଞ୍ଚଳର କିଛି ଜଙ୍ଗଲ ରାସ୍ତାକୁ ବାଉଁଶ ଦେଇ ବନ୍ଦ କରାଯାଇଛି । ଆଶା କରାଯାଉଛି ବାଘକୁ ଖୁବ ଶୀଘ୍ର ଟ୍ରାପ କରାଯାବ ।

Leave a Reply

Your email address will not be published. Required fields are marked *