ଏକା ସହିତ ୨୫ ଟି ଜିଲ୍ଲାରେ ଚାକିରି କରୁଥିବା ଟିଚର ର ପିତା ଶୁଣାଇଲେ ଅସଲ କାହାଣୀ, କହିଲେ – ଧୋକା ତ ଆମ ସହିତ ହୋଇଛି …

ଫର୍ଜି ଶିକ୍ଷିକା ମାମଲାରେ ଗିରଫ ହୋଇଥିବା ସୁପ୍ରିୟା ସିଂହ ର ପିତା ନିଜ ଝିଅକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ସୁପ୍ରିୟା ସିଂହଙ୍କ ପିତାଙ୍କ କହିବା କଥା କି ତାଙ୍କ ଝିଅକୁ ଫସାଇ ଦିଆ ଯାଇଛି ଓ ତାଙ୍କୁ ମଧ୍ୟ ଏହି କଥା ଜଣା ନଥିଲା କି ସୁପ୍ରିୟା ସିଂହ ନାମରେ ଉତ୍ତର ପ୍ରଦେଶ ର ଅନେକ ସ୍କୁଲ ରୁ ସାଲାରି ନିଆଯାଉଛି ।

ସୁପ୍ରିୟାର ସାଙ୍ଗ ଥିଲା ମାଷ୍ଟରମାଇଣ୍ଡ

ସୁପ୍ରିୟା ସିଂହ ର ପିତା ମହିପାଳ କହିଲେ କି ତାଙ୍କ ସହିତ ଧୋକା ହୋଇଛି । ମହିପାଳଙ୍କ ଅନୁସାରେ ସୁପ୍ରିୟା ଗ୍ରାମ ଭଟାସା ରାମଦର୍ଶନି ଇଣ୍ଟର କଲେଜ ରୁ ଇଣ୍ଟର୍ମିଡିଏଟ ଓ କାୟମଙ୍ଗଜ ର ଶକୁନ୍ତଳା ଦେବୀ କଲେଜ ରୁ ବିଏ କରିଛି । ସୁପ୍ରିୟା ପାଖରେ ବିଏସସି ବା ବିଏଡ଼ି ର ଡିଗ୍ରୀ ନାହିଁ । ଯେତେବେଳେ ସୁପ୍ରିୟା ବିଏ ପଢୁଥିଲା ସେହି ସମୟରେ ତାର ସାକ୍ଷାତ ଏକ ପୁଅ ସହିତ ହୋଇଥିଲା । ଯାହାର ନାମ ନିତୁ ଥିଲା ଯିଏ କି ମେନପୁରୀ ନିବାସୀ ଥିଲା ।

ନିତୁ ସବୁବେଳେ ପ୍ରାୟତଃ ତାଙ୍କ ଘରକୁ ଆସୁଥିଲା । ଦିନେ ନିତୁ ସୁପ୍ରିୟାକୁ ସଂବିଦା ରେ ଚାକିରି କରାଇଦେବାର କଥା କହିଲା ଓ ଏମିତି କରିବା ପାଇଁ ଦେଢ ଲକ୍ଷ ଟଙ୍କା ମାଗିଲା । ସେତେବେଳେ ଆମେ କୌଣସି ପ୍ରକାରରେ ନିତୁକୁ 50 ହଜାର ଟଙ୍କା ଦେଲୁ । ଯେତେବେଳେ କି ବାକି ପଇସା ଚାକିରି କରିବା ପରେ ବେତନ ମିଳିବା ପରେ ଦେବାର କଥା କହିଲୁ । ନିତୁ ସୁପ୍ରିୟାକୁ ଚାକିରି କରାଇଦେଲା ଓ ଚାକିରି ପାଇଁ 1 ଲକ୍ଷ ଟଙ୍କା ବି ନେଇଗଲା ।

ସାଇନ୍ସ ଟିଚର ର ମିଳିଲା ଚାକିରି

ମହିପାଳଙ୍କ ଅନୁସାରେ ନିତୁ କାସଗଞ୍ଜ ର କସ୍ତୁରବା ଗାନ୍ଧୀ ଆବାସୀୟ ବିଦ୍ୟାଳୟରେ ସୁପ୍ରିୟାକୁ ଚାକିରି କରାଇଦେଇଥିଲା ଓ ସେ ସାଇନ୍ସ ଟିଚର ଭାବରେ ସେଠାରେ ପଢାଉଥିଲା । ସେଇଠି ଯେମିତି ହିଁ ଅନାମିକା ଶୁକ୍ଲା ନାମରେ ଉତ୍ତର ପ୍ରଦେଶର 25 ଟି ଜିଲ୍ଲାରେ ଚାକିରି କରିବାର ଖବର ଆସିଲା ଓ ସେଥିରେ ସୁପ୍ରିୟା ହିଁ ଅନାମିକା ଶୁକ୍ଲା ବାହାରିଲା । ତେବେ ତୁରନ୍ତ ମହିପାଳ ନିଜ ଝିଅକୁ ସ୍କୁଲକୁ ଇସ୍ତଫା ଦେବାକୁ ପଠାଇଲେ ।

ମହିପାଳଙ୍କ ଅନୁସାରେ ତାଙ୍କୁ ଶୁକ୍ରବାର ଦିନ କାସଗଞ୍ଜ ଶିକ୍ଷା ବିଭାଗରୁ ଫୋନ ଆସିଥିଲା ଓ ସେତେବେଳେ ତାଙ୍କୁ ପୁରା ଘଟଣା ବିଷୟରେ ଜଣା ପଡିଲା । ଯାହା ପରେ ସେ ସୁପ୍ରିୟାକୁ ଇସ୍ତଫା ଦେବାକୁ ପଠାଇଥିଲେ କିନ୍ତୁ ସେଠାରେ ସୁପ୍ରିୟାକୁ ଗିରଫ କରି ନିଆଗଲା ।

ମହିପାଳ ବହୁତ ଗରିବ ଅଟନ୍ତି ଓ ସେ ଚାଷୀ ଅଟନ୍ତି । ଯେମିତି ସେମିତି ସେ ନିଜ ପିଲାଙ୍କୁ ପଢାଇଛନ୍ତି । ସେଇଠି ନିଜ କାହାଣୀ ଶୁଣାଇବା ସମୟରେ ମହିପାଳ ଙ୍କ ଆଖିରେ ଲୁହ ଆସିଗଲା । ସେ କହିଲେ କି ଝିଅ ଚାକିରି କରିବା ଦ୍ଵାରା ଆମର ଗାଁରେ ଲୋକଙ୍କ ମଧ୍ୟରେ ଇଜ୍ଜତ ବଢି ଯାଇଥିଲା ଓ ଏବେ ଆମେ ପୁରା ବରବାଦ ହୋଇଗଲୁ ।

ମୋ ଝିଅ ନିର୍ଦ୍ଦୋଷ

ମହିପାଳଙ୍କ କହିବା କଥା କି ତାଙ୍କ ଝିଅ ବିଲକୁଲ ନିର୍ଦ୍ଦୋଷ ଅଟେ ଓ ତାକୁ ଏହି ଘଟଣା ବିଷୟରେ କିଛି ବି ଜଣା ନାହିଁ । ଅନାମିକା ଶୁକ୍ଲା ନାମରେ ଚାକିରି କରିବା କଥା ଏମାନଙ୍କୁ ବି ଅଜଣା ।

କଣ ଅଟେ ପୁରା ମମାଲା

ଆପଣଙ୍କୁ କହି ଦେଉଛୁ କି ଅନାମିକା ଶୁକ୍ଲା ନାମରେ ଜଣେ ମହିଳା ଏକ ସମୟରେ 25 ଟି ସ୍କୁଲରେ କାର୍ଯ୍ୟରତ ଥିଲା ଓ ପ୍ରତି ସ୍କୁଲରୁ ଏଥିପାଇଁ ସଲାରି ବି ନେଉଥିଲା । ଯେତେବେଳେ ଶିକ୍ଷକଙ୍କର ଡାଟାବେସ ତିଆରି କରାଗଲା ତେବେ ସେହି ସମୟରେ ଏହି କଥା ଜଣା ପଡିଲା । ଯେତେବେଳେ ଏହି ମାମଲା ର ଯାଞ୍ଚ କରାଗଲା ତେବେ ଜଣା ପଡିଲା କି ସୁପ୍ରିୟା ହିଁ ଅନାମିକା ଶୁକ୍ଲା ଅଟେ । ଯାହା ପରେ ତାକୁ ଗିରଫ କରାଯାଇଥିଲା ।

ଯେତେବେଳେକି ସୁପ୍ରିୟା ଓ ତା’ର ପରିବାରର କହିବା ଅଟେ କି ତାଙ୍କୁ ଏ ବିଷୟରେ କିଛି ବି ଜଣା ନାହିଁ । ଦେଶର ସମସ୍ତ ଘଟଣା ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *