“ରାଣୀପଣ୍ଡା କହିଥିଲେ ୫୦ ହଜାର ଦେବେ କିନ୍ତୁ ୩୫ ହଜାର ଦେଇଛନ୍ତି…ହେଲେ ସେ ଆମକୁ କଣ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ କାର ଦୁର୍ଘଟଣାରେ ସୁକାନ୍ତ ବେହେରା ଙ୍କ ଜୀବନ ଚାଲି ଯାଇଛି । ଗଣମାଧ୍ୟମ ଆଗରେ ରାଣୀ ପଣ୍ଡା କହିଥିଲେ ଯେ ସୁକାନ୍ତ ଙ୍କ ପରିବାର କୁ ୫୦ ହଜାର ଟଙ୍କା ସହାୟତା କରିଛନ୍ତି । କିନ୍ତୁ ଏହାକୁ ନେଇ ବର୍ତ୍ତମାନ ମୃତ ସୁକାନ୍ତ ଙ୍କ ବାପା କିଛି ଏଭଳି କଥା କହିଛନ୍ତି, ଆସନ୍ତୁ ତାହା ଜାଣିନେବା । ସୁକାନ୍ତ ଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅ ଗାଡିରେ ଯାଉଥିଲେ, ସେଠାରେ ଯାଉଥିବା ସମୟରେ ରାଣୀ ପଣ୍ଡା ଗାଡିରେ ଆସୁଥିଲେ ।

ଏହାପରେ ଡାଳଖାଇ ମନ୍ଦିର ପାଖରେ ଗାଡି ସହିତ ଗାଡି ସାମ୍ନା ସାମ୍ନୀ ଧକ୍କା ହୋଇଥିଲା । ଏହାପରେ ସୁକାନ୍ତ ଙ୍କ ବାପା ଖବର ପାଇ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ତାଙ୍କ ପୁଅ ଗାଡି ପାଖରେ ପଡିଛି । ସେ ଆଉ କିଛି ବିଶେଷ ଦେଖିବାକୁ ପାଇଲେ ନାହିଁ ଏବଂ ଆମ୍ବୁଲାନ୍ସ ଡକାଇ ତାଙ୍କ ପୁଅକୁ ଡାକ୍ତର ଖାନାକୁ ପଠାଇଲେ ।

ବର୍ତ୍ତମାନ ସୁକାନ୍ତ ଙ୍କର ଛୋଟ ଛୋଟ ଦୁଇଟି ସନ୍ତାନ ଅଛନ୍ତି, ତାଙ୍କୁ ନେଇ ସୁକାନ୍ତ ଙ୍କ ବାପା ବହୁତ ଚିନ୍ତିତ । ସରକାର ଙ୍କ ସାହାର୍ଯ୍ୟ କିଛି ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ରାନୀପଣ୍ଡା ସୋ-ସି-ଆ-ଲ ମି-ଡି-ଆ ରେ କହିଛନ୍ତି ଯେ ୫୦ ହଜାର ଟଙ୍କା ଦେଇଛନ୍ତି, ଥାନା ରୁ ୧୦ ହଜାର ଟଙ୍କା ଦେଇଛନ୍ତି । ଏହା ସହିତ ଗାଁ ବିଧାୟକ, ସରପଞ୍ଚ ସବୁ ସହଯୋଗ କରିଛନ୍ତି ।

ବର୍ତ୍ତମାନ ସରକାର ଯାହା ସାହାର୍ଯ୍ୟ କରିବ ଛୁଆ ତ ଅଜ୍ଞାନ ଛୁଆ ସେ କ’ଣ ଜାଣିଛନ୍ତି ଯେ ଆଗକୁ କରିବେ ? ରାଣୀ ପଣ୍ଡା ଗାଡିରୁ ଓହ୍ଲାଇ ଛିଡା ହୋଇଥିଲେ ସୁକାନ୍ତ ଙ୍କ ବାପା ଜାଣି ନଥିଲେ ସେ ରାଣୀ ପଣ୍ଡା କି କିଏ କ’ଣ ଅଟନ୍ତି । ତାଙ୍କ ପୁଅଙ୍କର ଏଭଳି ଦୃଶ୍ୟ ଦେଖି ସେ ଧର୍ଯ୍ୟହରା ହୋଇଗଲେ ।

ତାଙ୍କ ମୁଣ୍ଡରେ କିଛି ବୁଦ୍ଧି ଦିଶୁନଥାଏ । ତେବେ ତର୍କ ଅନୁସାରେ ରାଣୀ ପଣ୍ଡା ୩୫ ହଜାର ଟଙ୍କା ସହାୟତା କରିଛନ୍ତି ଏବଂ ବାକି ୧୫ ହଜାର ପରେ ଦେବେ । ଗଣମାଧ୍ୟମକୁ କିନ୍ତୁ ରାଣୀ କହିଥିଲେ ଯେ ସେ ୫୦ ହଜାର ଟଙ୍କା ସାହାର୍ଯ୍ୟ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *