ବଡ ଖବର ! ବର୍ଷାଙ୍କୁ ନେଇ ନୁହେଁ ବରଂ ଏବେ ସ୍ଵପ୍ନାଙ୍କୁ ନେଇ ସ୍ଵପ୍ନ ଦେଖୁଛନ୍ତି Anubhav Mohanty

ବନ୍ଧୁଗଣ, ସୂଚନା ଅନୁଯାୟୀ ବେସ କିଛି ଦିନର ବ୍ୟବଧାନ ପରେ ପୁଣି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇ ଚର୍ଚା । ଏହାର କାରଣ ହେଉଛି ଯେ ସାଂସଦ ଅନୁଭବ ମହାନ୍ତି କୁ ଏବେ କୁଆଡେ ଲଣ୍ଡନ ରେ ପ୍ରେମ ହୋଇଛି । ଆଉ ଏଥି ପାଇଁ ସେ “ଲଭ ଇନ ଲଣ୍ଡନ” କୁ ଲଣ୍ଡନ ରେ ହିଁ ସୁ-ଟି-ଙ୍ଗ କରୁଛନ୍ତି । ତେବେ ଲଣ୍ଡନ ର ଶିତୁଆ ପାଗରେ ଅନୁଭବ ଙ୍କ ପ୍ରେମ ଟିକିଏ ରୋମାଣ୍ଟିକ ହୋଇ ଉଠିଛି ।

ଅନୁଭବ ଙ୍କ ସହିତ ନଜର ଆସିବେ ନାହିଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଖବର ଅନୁଯାୟୀ ଏବେ ବର୍ଷା ନୁହନ୍ତି ବରଂ ସ୍ଵପ୍ନା କୁ ନେଇ ଲଣ୍ଡନରେ ବର୍ଷାରେ ଭିଜୁଛନ୍ତି ଅନୁଭବ । କାରଣ ତାଙ୍କ ନୂଆ ସିନେମାର ହିରୋଇନ ହେଉଛନ୍ତି ସ୍ଵପ୍ନା ପ୍ରିୟଦର୍ଶନୀ । ତେବେ ବେସ କିଛିଦିନର ବ୍ୟବଧାନ ପରେ ଅନୁଭବ ମହାନ୍ତି ନୂଆ ରୂପରେ ଆସୁଛନ୍ତି । ତାଙ୍କୁ ନେଇ ନିର୍ମାଣ ହେଉଛି ନୂଆ ଓଡିଆ ଚଳଚିତ୍ର “ଲଭ ଇନ ଲଣ୍ଡନ” ।

ଲଣ୍ଡନରେ ଏହାର ସୁ-ଟି-ଙ୍ଗ ଚାଲିଥିବା ବେଳେ ମଡେଲ ତଥା ଅଭିନେତ୍ରୀ ସ୍ଵପ୍ନା ପ୍ରିୟ ଦର୍ଶନୀ ଏଠାରେ ଅନୁଭବ ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି । ଅନୁଭବ ଙ୍କ ସହିତ ବର୍ଷା ପ୍ରିୟଦର୍ଶନୀ ଅନେକ ହିଟ ସିନେମା ଦେଇଥିବା ସମୟରେ ସ୍ଵପ୍ନା ଙ୍କ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି । ନୂଆ ନୂଆ କରି ଚଳଚିତ୍ର ଦୁନିଆରେ ପାଦ ରଖିଥିବା ନାୟିକା ଅନୁଭବ ଙ୍କ ସହିତ କେତେ ପରଫେକ୍ଟ ହେଉଛନ୍ତି ତାକୁ ଦେଖିବା ପାଇଁ ଲୋକେ ବର୍ତ୍ତମାନ ଅପେକ୍ଷା କରିଛନ୍ତି ।

ଲଗାତାର ଅଭିନେତା ଅନୁଭବ ମହାନ୍ତି ଙ୍କ ବିପକ୍ଷରେ ବର୍ଷା ପ୍ରିୟଦର୍ଶନୀ ଅଭିନୟ କରୁଥିବା ବେଳେ ଏବେ ନୂଆକରି ଅନୁଭବ ଙ୍କ ବିପକ୍ଷରେ ହିରୋଇନ ହେଉଥିବା ସ୍ଵପ୍ନା ପ୍ରିୟଦର୍ଶନୀ କେତେ ଯେ ଦର୍ଶକଙ୍କ ହୃଦୟକୁ ଛୁଇଁବେ ତାହା କେବଳ ସମୟ କହିବ ।

ମାତ୍ର ଏହି ଚଳଚିତ୍ର ରେ ଯେମିତି କୌଣସି ଅଭାବ ନରୁହେ, ସେଥିପାଇଁ ସଂପୂର୍ଣ୍ଣ ପ୍ରୟାସ ଚଳାଇଛନ୍ତି ନିର୍ଦ୍ଧେଶକ ତାପସ । ନୂଆ ଚରିତ୍ର କୁ ନେଇ ତଥା ନୂଆ ଚେହେରା କୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଅନୁଭବ ମହାନ୍ତି । ଆଉ ସେ କହିଛନ୍ତି ଯେ ଏହି ଚରିତ୍ର ରେ ପ୍ରେମ ତ ଅଛି ଏହା ସାଙ୍ଗକୁ ଆବେଗ ଭରି ରହିଛି । ଏହା ଦର୍ଶକ ଙ୍କ ଆଖିରୁ ଲୁହ ଝରାଇବ ହିଁ ଝରାଇବ ।

ତେବେ ଏହିସବୁ ଭିତରେ ଦେଖିବାକୁ ବାକି ରହିଲା ଯେ ଅନୁଭବ ଙ୍କ ନୂଆ ସିନେମା ଓଡିଶାବାସୀ ଙ୍କୁ କି ବାର୍ତ୍ତା ଦେଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *