ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଛାତ୍ରଛାତ୍ରୀ ଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ସେମାନେ ଏହି ପ୍ରଶ୍ନ ଉତ୍ତର ର ଆଧାରରେ ପରୀକ୍ଷାରେ ନିଶ୍ଚିତ ଭାବରେ ଉତ୍ତୀର୍ଣ୍ଣ ହେବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- ଅତୀତରେ ଓଡିଶା ର ପୂର୍ବନାମ କ’ଣ ଥିଲା ?
ଉତ୍ତର;- କଳିଙ୍ଗ, ଉତ୍କଳ, ଉଡ୍ର, ଓଡ୍ର, କୋଶଳ, ତୋଷଳୀ, କଙ୍ଗୋଦ ପ୍ରଭୁତି ।
୨;- ସେତେବେଳେ ‘କଳିଙ୍ଗ’ କୁ କିଏ ଆକ୍ରମଣ କରି ରକ୍ତର ସ୍ରୋତ ବୁହାଇ ଥିଲେ ?
ଉତ୍ତର;- ମଗଧ ସମ୍ରାଟ ‘ଅଶୋକ’ ।
୩;- ଅଶୋକ କେବେ କଳିଙ୍ଗ ଆକ୍ରମଣ କରିଥିଲେ ?
ଉତ୍ତର;- ଖ୍ରୀଷ୍ଟପୂର୍ବ ୨୬୨ ମସିହାରେ ।
୪;- ପରବର୍ତ୍ତୀ ସମୟରେ କେଉଁମାନେ କଳିଙ୍ଗର ସମ୍ରାଟ ହୋଇଥିଲେ ?
ଉତ୍ତର;- ସମ୍ରାଟ ଖାରବେଳ, ଗଙ୍ଗବଂଶ ରାଜା, କେଶରୀବଂଶ ରାଜା, ସୂର୍ଯ୍ୟବଂଶ ରାଜା, ବଂଶର କପିଳେନ୍ଦ୍ର ଦେବ, ମୁକୁନ୍ଦ ଦେବ ପ୍ରଭୃତି ।
୫;- ରାଜା ମୁକୁନ୍ଦ ଦେବଙ୍କ ଶାସନ ସମୟରେ କେଉଁମାନେ କଳିଙ୍ଗକୁ ଆକ୍ରମଣ କରିଥିଲେ ?
ଉତ୍ତର;- ଆଫଗାନ ମୁସଲମାନ ବଂଶର ରାଜାମାନେ କଳିଙ୍ଗକୁ ଆକ୍ରମଣ କରି ମୁକୁନ୍ଦ ଦେବ କୁ ନିହତ କରିଥିଲେ ।
୬;- ଆଫଗାନ ଶାସନ ପରେ କେଉଁ ମାନେ କଳିଙ୍ଗ ଆକ୍ରମଣ କରିଥିଲେ ?
ଉତ୍ତର;- ୧୫୯୨ ଠାରୁ ୧୭୫୧ ମସିହା ପର୍ଯ୍ୟନ୍ତ ମୋଗଲ ବଂଶ ରାଜା ରାଜୁତି କଲେ ।
୭;- ମୋଗଲ ରାଜ୍ଵତ ପରେ କେଉଁ ବଂଶୀୟ ରାଜା କଳିଙ୍ଗ ଉପରେ ରାଜୁତି କରିଲେ ?
ଉତ୍ତର;- ୧୭୫୧ ଠାରୁ ୧୮୦୩ ମସିହା ପର୍ଯ୍ୟନ୍ତ ମରହଟ୍ଟା ବଂଶୀୟ ରାଜା ଶାସନ କଲେ ।
୮;- ସ୍ଵତନ୍ତ୍ର ଓଡିଶା ପ୍ରଦେଶ କେବେ ଗଠିତ ହୋଇଥିଲା ?
ଉତ୍ତର;- ୦୧, ଏପ୍ରିଲ ୧୯୩୬ ।
୯;- ମରହଟ୍ଟା ଶାସନକୁ ଲୋପ କରି କେଉଁମାନେ କଳିଙ୍ଗ ବା ଓଡିଶାକୁ ନିଜ ଶାସନାଧୀନକୁ ଆଣିଲେ ?
ଉତ୍ତର;- ୧୮୦୩ ମସିହାରେ ଇଂରେଜମାନେ ଓଡିଶାକୁ ଶାସନ କଲେ ।
୧୦;- ଇଂରେଜ ମାନଙ୍କ ସମୟରେ ଓଡିଶାର ଶାସନ କିପରି ଚାଲିଥିଲା ?
ଉତ୍ତର;- ଓଡିଶା ଖଣ୍ଡ ବିଖଣ୍ଡିତ ହେଲା ଓ ଏଠାରେ ଥିବା ୨୬ ଟି ଗଡଜାତକୁ ସ୍ଵାଧୀନ ଇଂରେଜ ମାନଙ୍କ ଅଧୀନରେ ଶାସନ କରିଲେ ।
୧୧;- ସେତେବେଳେ ଓଡିଶାବାସୀ ଙ୍କ ଅବସ୍ଥା କିପରି ଥିଲା ?
ଉତ୍ତର;- ଗଡଜାତ ବା ଦେଶୀୟ ରାଜା ମାନଙ୍କର କଠୋର ଶାସନରେ ପ୍ରଜାମାନଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିଲା ।
୧୨;- ଓଡିଶାର ଉନ୍ନତି ନିମନ୍ତେ କେଉଁ ମହାନ ବ୍ୟକ୍ତିମାନେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ ?
ଉତ୍ତର;- ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ଗଜପତି କୃଷ୍ଣଚନ୍ଦ୍ର ଦେବ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେବ ପ୍ରଭୃତି ।
୧୩;- ଓଡିଶାରେ ସମୁଦାୟ କେତୋଟି ତହସିଲ ଓ ବ୍ଲକ ଅଛି ?
ଉତ୍ତର;- ୩୧୭ ଟି ତହସିଲ ଓ ୩୧୪ ଟି ବ୍ଲକ ।
୧୪;- ଓଡିଶାରେ ସମୁଦାୟ କେତୋଟି ଗାଁ ରହିଛି ?
ଉତ୍ତର;- ୫୦,୮୮୭ ଟି ।
୧୫;- ଓଡିଶାରେ ସମୁଦାୟ କେତୋଟି ଗ୍ରାମ ପଞ୍ଚାୟତ ଅଛି ?
ଉତ୍ତର;- ୬୭୯୯ ଟି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।