ସୂର୍ଯ୍ୟ ପରାଗରେ କେଉଁ ସବୁ ଜିନିଷ କରିବେ ବାରଣ ! କଣ କରିବେ କଣ ନାହିଁ ? କିପରି କରିବେ ଦେବନୀତି ? ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁରୀ ଶ୍ରୀ ମନ୍ଦିରରେ ମଧ୍ୟ ଦୀପାବଳୀ ଅମାବାସ୍ୟା ଅବସରରେ ହେଉଛି ସ୍ଵତନ୍ତ୍ର ନୀତିକାନ୍ତି । ମଙ୍ଗଳବାର ସୂର୍ଯ୍ୟପରାଗ ପଡୁଥିବାରୁ ଆଜି ହିଁ ଗୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଵଳନ, କାଳୀପୂଜା ଏବଂ ଦୀପଦାନ ଅନୁଷ୍ଠିତ ହେବ । ମଙ୍ଗଳବାର ଭୋରରୁ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ପଡୁଛି । ସୂର୍ଯ୍ୟପରାଗ ସ୍ପର୍ଶ ର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି । ଗ୍ରହଣ ସ୍ପର୍ଶ ଦିନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ ଟା ୨୬ ମିନିଟ୫୨ ସେକେଣ୍ଡରେ ରହିଅଛି ।

ଶ୍ରୀ ମନ୍ଦିରରେ ମଙ୍ଗଳବାର ରାତି ୧୨ ଟା ରେ ଦ୍ଵାର ଫିଟା ଏବଂ ୨.୩୦ ରୁ ୩ ଟା ଭିତରେ ସକାଳ ଧୂପ ୪ ଟା ରେ ବାଳଧୂପ, ୪.୫୫ ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ । ଚଳିତ ବର୍ଷ କାଉଁରିଆ ଜଳାଇବା ଉପରେ କୌଣସି କଟକଣା ନାହିଁ । ଶ୍ରୀ ମନ୍ଦିର ସମ୍ମୁଖ ମଙ୍ଗୁମଠ ଏବଂ ମା’ କାକୁଳିଖାଇ ମନ୍ଦିର ନିକଟରେ କାଉଁରିଆ ଜଳାଯିବ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି ।

ଉତ୍ତର ଦ୍ଵାରା ନିକଟରେ ଶ୍ରାଦ୍ଧ କରିପାରିବେ ଏବଂ ଦୁଇଟି ସ୍ଥାନରେ କାଉଁରିଆ ଜାଳିପାରିବେ ଶ୍ରଦ୍ଧାଳୁ । ଅଗ୍ନିସମ କର୍ମଚାରୀ ଏବଂ ସଫେଇ କର୍ମଚାରୀ ନିୟୋଜିତ ହେବା ସହିତ ଗାଡି ରଖିବା ପାଇଁ ସ୍ଵତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଅଛି । ଗ୍ରହଣ ସ୍ପର୍ଶ ପରେ ଶ୍ରୀ ମନ୍ଦିରରେ ମହାପ୍ରଭୁ ଙ୍କ ମହାସ୍ନାନ, ଗ୍ରହଣ ବେସ, ଗ୍ରହଣ ଭୋଗ ସମେତ ଅନେକ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

ମହାପ୍ରଭୁ ଙ୍କୁ ଛାଡି ଅନ୍ୟ ଦେବାଦେବୀ ଙ୍କ ଦେବନିତୀ ଗ୍ରହଣ ମୋକ୍ଷ ପରେ ଅନୁଷ୍ଠିତ ହୋଇଥାଏ । ତେବେ ସୂର୍ଯ୍ୟ ଙ୍କର ଦର୍ଶନ ୨୬ ତାରିଖ ଦିନ କରିଲେ ହିଁ ଆମ୍ଭେ ଘରେ ଗୃହରେ ଚୁଲି ଲଗାଇ ରୋଷେଇ କରି ଖିଆପିଆ ସହିତ ସମସ୍ତ କାର୍ଯ୍ୟ ହେବ । ତେବେ ସେହିଦିନ ଗହଣ ଛାଡି ସାରିଲା ପରେ ମଧ୍ୟ ଗୃହ ଦେବତାଙ୍କୁ ମହାସ୍ନାନ କରାଇ ଖାଇକୋରା ତଥା ଶଙ୍କୁଡି ଭୋଗ ହୋଇପାରିବେ ନାହିଁ ।

ଏହି ସମସ୍ତ କାର୍ଯ୍ୟ ଯାହା କରିବା କଥା ଏହି ବିଧି ବିଧାନରେ କରିବା ଆବଶ୍ୟକ ରହିଛି । ତେବେ ପରାଗ ସମୟରେ ସାବଧାନ ରହିବା ସହିତ ପଦାକୁ ଣ ବାହାରିବାକୁ କୁ ପଣ୍ଡିତ ମାନେ ପରାମର୍ଶ ଦେଇଛନ୍ତି । ଆପଣ ମାନେ ଭଗବାନ ଙ୍କ ନାମ ଜପ କରନ୍ତୁ ସୂର୍ଯ୍ୟପରାଗ ସମୟରେ ଆସୁଥିବା ବିପତ୍ତି ନିଶ୍ଚିତ ଭାବରେ ଟଳି ଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *