ଓଡିଶାରେ ରେଳ ଦୁର୍ଘଟଣା ଥମିବାର ନାଁ ନେଉନି, Bahanaga ପରେ ପୁଣି 6ଟି ସ୍ଥାନରେ ରେଳ ଦୁର୍ଘଟଣା, କାହିଁକି ଘଟୁଛି ରେଳ ଦୁର୍ଘଟଣା ?

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଲୋକମାନଙ୍କ ମନରେ ପ୍ରଶ୍ନର ସମୁଦ୍ର ଉଜୁଳି ପଡୁଛି । ଆଗରୁ ବି ଟ୍ରେନ୍ ଦୁର୍ଘଟଣା ହେଉଥିଲା କେତେକ ଜାଗାରେ ମାଲବୋଝେଇ ଟ୍ରେନ୍ ଓ କୋଇଲା ନିଆଁ ଲାଗିଯାଉଥିଲା ତା ‘ ପରେ ମଧ୍ୟ ଜନସାଧାରଣ ରେଳରେ ଯାତ୍ରା କରିବାକୁ ନିସନ୍ଦେହ ଯାଉଥିଲେ । ମାତ୍ର ଏବେ ଲୋକେ ଯାତ୍ରା କରିବାକୁ ଇଛା ପ୍ରକାଶ କରିନାହାଁନ୍ତି ।

ବାହାନଗା ରେଳ ଦୁର୍ଘଟଣା ଲୋକମାନଙ୍କ ମନରେ ଭୟର ବାର୍ତ୍ତାବରଣ ସୃଷ୍ଟି କରିଥିବା ବେଳେ ବରଗଡ଼ ରେ ନିଆଁ , ଗଞ୍ଜାମରେ ନିଆଁ ଲାଗିବା ତା ‘ପରେ ଯାଜପୁରରେ  ମାସ ମାସ ଧରି ଅଚଳ ଥିବା  ଗାଡି ପବନ ହେତୁ ଅଚାନକ ଗଡିବା ଓ 6 ଜଣକ ମୁଣ୍ଡକୁ ଗଡାଇବା ଭଳି ଦୃଶ୍ୟ ଲୋକମାନଙ୍କୁ ରେଳ ଧାରଣ ଏବଂ ତା ପାଖରେ ଠିଆ କରିବାକୁ ମଧ୍ୟ ଡରଉଛି ।

ଏହା ପରେ ମଧ୍ୟ ଟ୍ରେନ୍ନ ର ଅଘଟଣା ଥମିବାର ନାଁ ନେଉନି । ଗତ ଦୁଇ ଦିନ ତଳେ ଖୋର୍ଦ୍ଧା ଓ ପୁରୀ ଏକ୍ସପ୍ରେସ୍ ର ମାଲ ବୋଝେଇ ଟ୍ରେନ୍ ରେ  ବିଷଣ ନିଆଁ ପ୍ରଜ୍ଵଳିତ ହୋଇଥିଲା । ତେବେ ନିଆଁ କୁ ଦେଖିଥିବା ଲୋକେ ବଗିରୁ ତୁରନ୍ତ ଓଲାଇ ପଡିଥିଲେ । କାରଣ ବାହାନାଗା ଟ୍ରେନ୍ ଦୁର୍ଘଟଣା ଲୋକମାନଙ୍କୁ ଉତ୍ତମ ଶିକ୍ଷାଟି ଦେଇଥିଲା ଯଥା ଶୀଘ୍ର ପ୍ରାଣକୁ ରକ୍ଷା କରିବା ପାଇଁ ଟ୍ରେନ୍ ରୁ ବାହାରକୁ ଆସିଯିବା ।

ତେଣୁ ଲୋକମାନେ ଜିନିଷ ପତ୍ର ସବୁକୁ ଛାଡି ଟ୍ରେନ୍ ରୁ ବାହାରକୁ ଆସିଯାଇଥିଲେ । ଏହି ଘଟଣାରେ ଲୋକମାନଙ୍କର କୋଣସି କ୍ଷତି  ହୋଇନଥିବା ବେଳେଏକ  ବଡ ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିଲେ ଲୋକେ । ଗତକାଲି ଜଳେଶ୍ଵର ମଧ୍ୟ ଟ୍ରେନ୍ ରେ  ନିଆଁ ଲାଗିଥିବା ସୂଚନା ମିଳିଛି ।  ବାହାନଗା ଦୁର୍ଘଟଣା ପରେ ସବୁଦିନ ଖବରକାଗଜ ଓ ଟିଭି ରେ ଟ୍ରେନ୍ନ ଦୁର୍ଘଟଣା ସମ୍ବନ୍ଧୀୟ ବାର୍ତ୍ତା ଶୁଣିବାକୁ ଓ ଦେଖିବାକୁ ମିଳିଥାଏ ।

ଏହି କାରଣ ଯୋଗୁଁ ଲୋକମାନେ ଟ୍ରେନ୍ ରେ ଯାତ୍ରା କରିବାକୁ ଭୟକରୁଛନ୍ତି । ଆମେ ଚାଲିକି ପଛେ ପଳେଇବୁ କିନ୍ତୁ ଟ୍ରେନ୍ ରେ ଯାତ୍ରା କରିବୁ ନାହିଁ । ତେଵେ ରେଳ ମନ୍ତ୍ରାଳୟ ବିଭାଗ ଟ୍ରେନ୍ ପ୍ରତି ଅଧିକ ଦାୟିତ୍ଵବାନ୍ ହେବେ ବୋଲି କହୁଛନ୍ତି ମାତ୍ର ତାହା ପ୍ରଜ୍ୟାପ୍ତ ହେଉନି । ଯାନ୍ତ୍ରିକ ତ୍ରୁଟି ବା ମଣିଷକୃତ ଭୁଲ ପାଇଁ ଲିଭି ଯାଉଛି ଅନେକଙ୍କ  ଜୀବନ ଜ୍ୟୋତି । ରେଳ ବିଭାଗ ଲୋକମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ଅନେକ ବ୍ୟବସ୍ଥା କରୁଥିବା ସୂଚନା ଦେଇଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *