ଓଲିଉଡରେ ପୁଣି ଗଭୀର ଶୋକର ଛାୟା, ସବୁ ଦିନ ପାଇଁ ଆଖି ବୁଜିଦେଲେ ଓଲିଉଡ ର ଏହି ଫେମସ କଳାକାର

ବନ୍ଧୁଗଣ ବର୍ଷ 2020 ଟି କାହାରି ପାଇଁ ମଧ୍ୟ ଭଲ ରହି ନାହିଁ । ଏହି କରୋନା ମହାମାରୀ ତାର ତାଣ୍ଡବ ରଚି ଚାଲିଛି । ଏହି ବର୍ଷରେ ଆମେ ବଲିଉଡ ରୁ ଓଲିଉଡ ପର୍ଯ୍ୟନ୍ତ ଅନେକ କଳାକାରଙ୍କୁ ହରାଇଲୁଣି । ବର୍ତ୍ତମାନ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ଏକ ଘରୋଇ ହସ୍ପିଟଲ ରେ ମଙ୍ଗଳ ବାର ଦିନ ରାତିରେ ପର ଲୋକ ହୋଇ ଯାଇଛି । ଶେଷ ସମୟକୁ ତାଙ୍କୁ 84 ବର୍ଷ ହୋଇଥିଲା ବୋଲି କୁହାଯାଉଛି ।

ସେ ବିଗତ 60 ବର୍ଷ ଧରି ଓଡିଆ ସଂଗୀତ ସହ ଜଡିତ ଥିଲେ । ଖବର ଅନୁସାରେ ଜଣା ପଡିଛି କି ତାଙ୍କୁ ବହୁତ ଅଧିକ ନିମୋନିଆ ହୋଇଥିଲା ଓ ଏହା ସହିତ ଅନ୍ୟ କିଛି ରୋଗରେ ମଧ୍ୟ ସେ ପୀଡିତ ଥିଲେ । ଓଡିଆ ସଂଗୀତ ଶିଳ୍ପ ପ୍ରତି ତାଙ୍କର ଅନେକ ଅତୁଳନୀୟ ଅବଦାନ ରହିଛି ।

ସେ 1936 ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଜିଓଫିଜିକ୍ (ଆଇଆଇଟି-ଖରଗପୁର ଆଲୁମନାସ୍) ଥିଲେ ଏବଂ ଓଡିଶା ଖଣି ନିଗମ ସହିତ କାର୍ଯ୍ୟ କରିଥିଲେ । ସେ ଲତା ମଙ୍ଗେଶକର, ମୋହମଦ୍ ରଫି, ମାନ୍ନା ଦେ, ଉଷା ମଙ୍ଗେଶକର, ଅନୁରାଧା ପୌଡୱାଲ, ସୁରେଶ ୱାଡେକର, ଉଷା ଉଥୁପ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ ପରି ଅନେକ ବଲିଉଡ କଳାକାରଙ୍କ ସହ କାମ କରିଥିଲେ।

ତାଙ୍କର ପର ଲୋକରେ ଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ସଙ୍ଗୀତ ତାଙ୍କୁ ସବୁଦିନ ପାଇଁ ଜୀବନ୍ତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ପର -ଲୋକରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ସେ ଗୀତିକାର ଗୁରୁକୁଷ୍ଣ ଗୋସ୍ୱାମୀଙ୍କ ସହ ପ୍ରଥମ ଆଧୁନିକ ଓଡିଆ ସଂଗୀତ “କୋଣାର୍କ ଗାଥା” ରଚନା କରିଥିଲେ ଏବଂ ତାହାକୁ ଅକ୍ଷୟ ମହାନ୍ତି ଗାଇଥିଲେ । ଜଣେ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଓଡିଆ ସଂଗୀତା ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ରହିଛି । ସେ ନିଜର ସାରା ଜୀବନ ଓଡିଆ ସଂଗୀତ ପ୍ରତି ଉତ୍ସର୍ଗୀକୃତ କରିଥିଲେ ।

ବର୍ତ୍ତମାନ ପୁରା ସମ୍ମାନର ସହିତ ତାଙ୍କର ସମସ୍ତ ରୀତିନୀତି ଶେଷ ହୋଇଛି । ଆଶା କରୁଛୁ ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *