ହେ ଭଗବାନ ! ଏବେ ଏବେ ଓଲିଉଡରୁ ଆସିଲା ଆଉ ଏକ ଦୁଃଖ ଖବର, କରୋନାରେ ଆଖି ବୁଜିଲେ ଓଡିଆର ପୁଣି ଜଣେ ବରିଷ୍ଠ କଳାକାର

ବନ୍ଧୁଗଣ ବର୍ତ୍ତମାନ ପୁଣିଥରେ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି । ଖ୍ୟାତନାମା ସଙ୍ଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି ଙ୍କ ମୃ-ତ୍ୟୁ ଘଟିଛି । ୬୩ ବର୍ଷ ବୟସ ରେ ଅମରେନ୍ଦ୍ର ମହାନ୍ତି ଙ୍କ ପର ଲୋକ ହୋଇଛି ।

ସୂଚନା ଅନୁସାରେ ଅମରେନ୍ଦ୍ର କୋରନା ମହାମାରୀ ରେ ଆକ୍ରାନ୍ତ ଥିଲେ । କୋଭିଡ଼ ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କିନ୍ତୁ ବର୍ତ୍ତମାନ ଓଡିଶା ମାଟି ର ଏହି ମହାନ ନିର୍ଦେଶକ ଙ୍କ ପର ଲୋକ ହୋଇଛି । ଅମରେନ୍ଦ୍ର ଙ୍କ ପର ଲୋକ ରେ ସମଗ୍ର ଓଡ଼ିଶା ବାସୀ ଶୋକାକୂଳ ହୋଇଛନ୍ତି । ତାଙ୍କ ର ମୃ-ତ୍ୟୁ ଏକ ଅପୁରଣୀୟ କ୍ଷତି ଅଟେ । କୋରନା ମହାମାରୀ ରେ ଆକ୍ରାନ୍ତ ହୋଇ ଶେଷରେ ଆଖି ବୁଜି ଦେଲେ ଅମରେନ୍ଦ୍ର ।

ବନ୍ଧୁଗଣ ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି ଅନେକ ହିଟ୍ ଫିଲ୍ମ ଏବଂ ଆଲବମ୍ ରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ଅମରେନ୍ଦ୍ର ଙ୍କ ‘ପୁଚୁକି ଗାଲି’ ଗୀତ ଓଡ଼ିଶା ରେ ଚହଳ ସୃଷ୍ଟି କରିଥିଲା । ଫିଲ୍ମ ଏବଂ ଆଲବମ୍ ବ୍ୟତୀତ ଅମରେନ୍ଦ୍ର ଅନେକ ଓଡ଼ିଆ ଭଜନ ରେ ନିଜର କଣ୍ଠଦାନ କରିଛନ୍ତି ।

ତାଙ୍କର ଭଜନ “ଚାଲ ବେଗି ବେଗି ଯିବା ସଙ୍ଗାତ” ସମସ୍ତ ଓଡ଼ିଶା ବାସୀ ଙ୍କ ହୃଦୟ ରେ ଏକ ଗଭୀର ଛାପ ପକାଇଛି । ଏହା ସହିତ ଯାତ୍ରା ରେ ମଧ୍ୟ ଅମରେନ୍ଦ୍ର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ତାଙ୍କ କଣ୍ଠ ରେ ଏକ ଅଦ୍ଭୁତ ଯାଦୁ ରହିଥିଲା । ଅମରେନ୍ଦ୍ର ଙ୍କ ବନ୍ଧୁ କଣ୍ଠଶିଳ୍ପୀ ମାନଙ୍କ ଅନୁସାରେ ସେ ଯେବେବି ସାକ୍ଷାତ ହୁଅନ୍ତି ତାଙ୍କ ମଧ୍ୟରେ ସବୁବେଳେ ଆନନ୍ଦ ଓ ଜୋଶ ଭରା ହୋଇ ରହିଥାଏ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସୂଚନା ଅନୁସାରେ, ଏପ୍ରିଲ ମାସ ୨୪ ତାରିଖରେ ସେ କୋରନା ପଜିଟିଭ ଚିନ୍ହଟ ହୋଇଥିଲେ । ଘରେ ରହି ସେ ମେଡିସିନ ଖାଉଥିଲେ ଏବଂ ଆଇସୋଲେସନ ରେ ରହିଥିଲେ । କିନ୍ତୁ ଜ୍ୱର ଛାଡ଼ି ନଥିଲା । ମେ ୩ ତାରିଖ ଦିନ ସେ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ । କିନ୍ତୁ ହସ୍ପିଟାଲରେ ତାଙ୍କ ଅବସ୍ଥା ସୁଧୁରି ନଥିଲା ଏବଂ ଆଜି ଏହି ମହାନ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ଙ୍କ ମୃ-ତ୍ୟୁ ଘଟିଛି ।

୬୩ ବର୍ଷ ବୟସ ରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସମସ୍ତଙ୍କ କହିବାନୁସାରେ ଯଦି ଅମରେନ୍ଦ୍ର ପୂର୍ବ ରୁ ହସ୍ପିଟାଲରେ ଆଡ଼ମିଟ ହୋଇଥାନ୍ତେ ତେବେ ହୁଏତ ସେ ସୁସ୍ଥ ହୋଇପାରି ଥାନ୍ତେ । ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଅମରେନ୍ଦ୍ର ଙ୍କ ପର ଲୋକ ଏକ ଅପୁରଣୀୟ କ୍ଷତି ।

ଦେଶ ବିଦେଶ ର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *