ଟଙ୍କା ଓ ସୁଖ ଦରକାର ତ ପଣା ସଙ୍କ୍ରାନ୍ତିରେ ନିଶ୍ଚିତ କରନ୍ତୁ ଏହି ୯ଟି କାମ, ଦୁଖ ପୁରା ବର୍ଷ ରହିବ ଦୂରରେ

୧୩ ଏପ୍ରିଲ ମାନେ ପଣା ସଙ୍କ୍ରାନ୍ତିକୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ଏମିତିରେ ଯଦି ଆପଣ ନିଜର ନୂଆ ବର୍ଷକୁ ଭଲ କରିବା ପାଇଁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ନୂଆବର୍ଷର ପ୍ରଥମ ଦିନ କରିବା ପରେ ଆପଣଙ୍କ ପୁରା ବର୍ଷ ସୁଖମୟ ରହିବ । ସେଥିପାଇଁ ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଉପାୟ ନୂଆ ବର୍ଷରେ ନିଶ୍ଚିତ କରନ୍ତୁ ।

ଗଣେଶଙ୍କ ପୂଜା

ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାମର ଆରମ୍ଭ ଗଣେଶଙ୍କ ପୂଜା ଦ୍ଵାରା କରାଯାଇଥାଏ । ଏମିତି କୁହାଯାଏ କି ଏହିଭଳି କରିବା ଦ୍ଵାରା କୌଣସି ବି ବାଧା ବିଘ୍ନ ଆସି ନ ଥାଏ । ସେଥିପାଇଁ ଆପଣ ନବବର୍ଷର ପ୍ରଥମ ଦିନ ଘରେ ଗଣେଶଙ୍କ ଧଳା ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବନି ରହିବ ।

ଶଙ୍ଖ ବଜାନ୍ତୁ

ନବ ବର୍ଷ ଉପଲକ୍ଷେ ନିଜ ଘରେ ନୂଆ ଶଙ୍ଖ କ୍ରୟ କରି ନିଜ ଘରର ପୂଜା ଘରେ ବଜାନ୍ତୁ । ଏହାର ଧ୍ୱନି ଦ୍ଵାରା ପୁରା ଘରେ ପଜିଟିବ ଊର୍ଜା ଭରିଯାଏ । ଏହା ସହିତ ମାତା ଲକ୍ଷ୍ମୀ ବି ପ୍ରସନ୍ନ ହୋଇଥାନ୍ତି ।

ମାତା ଲକ୍ଷ୍ମୀଙ୍କ ସ୍ଥାପନା

ପୁରା ବର୍ଷ ବୈବାହିକ ଜୀବନରେ ସୁଖ ପ୍ରାପ୍ତି କରିବା ପାଇଁ ନୂଆ ବର୍ଷରେ ଘର ଭିତରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିର ସ୍ଥାପନା କରି ପାରିବେ । ଏହା ସହିତ ପଦ୍ମଫୁଲ ଅବଶ୍ୟ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ତୁଳସୀ ଗଛ ଲଗାନ୍ତୁ

ନୂଆ ବର୍ଷର ପ୍ରଥମ ଦିନ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ । ଏହି ସମୟରେ ତୁଳସୀ ଗଛ ମୂଳରେ ମାଟିରେ ଏକ ମୁଦ୍ରା ବି ପୋତି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ଲୁଣ ପାଣି

ନୂଆ ବର୍ଷରେ ନିଜ ଘରର ନେଗେଟିଭ ଊର୍ଜାକୁ ଦୂର କରିବା ପାଇଁ ଘରେ ଲୁଣ ପାଣି ଦ୍ଵାରା ପୋଛା ଲଗାନ୍ତୁ । ଏହା ଦ୍ଵାରା ପୁରା ବର୍ଷ ଘରେ ପଜିଟିବ ଏନର୍ଜି ରହିବ ।

ଗାଈ ଘିଅର ଦୀପ

ନୂଆ ବର୍ଷର ପ୍ରଥମ ଦିନ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ ଗାଈ ଘିଅର ଦୀପ ପ୍ରଜ୍ଵଳିତ କରନ୍ତୁ । ଏହା ସହିତ ମାତାଙ୍କ ଚରଣରେ ୫ ଟି ପଦ୍ମ ଫୁଲ ସମର୍ପିତ କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଓ ପରିବାରର ଉନ୍ନତିରେ ସହଯୋଗ ବି କରିବେ ।

ଦାନ ଧର୍ମ

ନୂଆ ବର୍ଷର ପ୍ରଥମ ଦିନ ଧର୍ମ କରିବା ବହୁତ ଭଲ ହୋଇଥାଏ । ଏହି ଦିନରେ ଆପଣ ଗରିବ କିମ୍ବା ବ୍ରାହ୍ମଣଙ୍କୁ ଟଙ୍କା ଦାନ କରି ପାରିବେ । ଯଦି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *