କୌଣସି ବିନା କାରଣରେ ମଣିଷ ଖୁସି ରହିପାରିବ ନାହିଁ । ନିଜର ଚିନ୍ତାଗ୍ରସ୍ତ ଜୀବନରେ ମଣିଷ ସବୁବେଳେ ବ୍ୟସ୍ତରେ ରହୁଛି, ଏହାଦ୍ବାରା ସେ ନିଜର ମନୋରଞ୍ଜନ କରିପାରୁ ନାହିଁ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ଆଣିଛୁ ଯାହାକୁ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
ଜୋକ୍ ୧
ଗାର୍ଲଫ୍ରେଣ୍ଡ- ଆମେ ବହୁତ ଅଧିକ ବଦନାମ ହୋଇସାରିଛୁ, ବର୍ତ୍ତମାନ ଆମକୁ ବିବାହ କରିନେବା ଉଚିତ ।
ବୟଫ୍ରେଣ୍ଡ- ହେଲେ ଏକଥା ତ କହ ଏତେ ବଦନାମ ହେବା ପରେ ଆମ ସହ ବିବାହ କିଏ କରିବ ।
ଜୋକ୍ ୨
ପପୁ- ଆଳୁ ନିଅ ଆଳୁ ନିଅ
ଗପୁ- ହେଲେ ଏଇଟା ତ ଜଲିପି ।
ପପୁ- ଚୁପ ରାହିଯା, ନହଲେ ମାଛି ଆସିଯିବେ ।
ଜୋକ୍ ୩
ଏକ ଋଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ତାକୁ ଅମୃତ ଦେଇଥିଲେ ହେଲେ ସେ ସେହି ଅମୃତକୁ ମନା କରିଦେଇଥିଲେ ।
ଭଗବାନ- କଣ ହେଲା ବତ୍ସ୍ୟ ଅମୃତ କାହିଁକି ପାନ କରୁନ ତମେ ?
ଋଷି- ପ୍ରଭୁ ଆଉ ଟିକେ ପରେ ପିଇଦେବି ବର୍ତ୍ତମାନ ମୁଁ ପାନ ଖାଉଛି ପ୍ରଭୁ ।
ଜୋକ୍ ୪
ପତ୍ନୀ- ତମେ ଗୋଟେ ସପ୍ତାହ ହେବ ଠିକ ସେ ମୋତେ ପ୍ରେମ କରିନ ।
ପତି – ତୁମ ଭଉଣୀର ବିବାହ ଚାଲିଛି ସେଥିପାଇଁ ।
ପତ୍ନୀ- ତା ହେଲେ କଣ ହେଲା ?
ପତି- ମୁଁ ତାକୁ ପ୍ରାକ୍ଟିସ କରାଉଛି, ତାର ସରିଯାଉ ତା ପରେ ତମକୁ କରିବି ।
ଜୋକ୍ ୫
ଶ୍ରେଣୀରେ ସବୁ ଛାତ୍ର ପପୁକୁ ବୁଆ ବୁଆ କହି ଚିଡାଊ ଥିଲେ । ଏହା ଦ୍ଵାରା ପପୁ ଶିକ୍ଷକଙ୍କ ପାଖରେ ପିଲା ମାନଙ୍କର କମ୍ପ୍ଲେନ କରିଥିଲା ।
ଏହା ପରେ ଶିକ୍ଷକ ଆସି କହିଲେ- ଯେଉଁ ପିଲା ପପୁକୁ ବୁଆ ବୁଆ ଡାକି ଚିଡାଉଛ ସେମାନେ ଠିଆ ହେଇଯାଅ ।
ଏହା ଦ୍ଵାରା ଶ୍ରେଣୀର ସବୁ ପିଲା ଛିଡା ହୋଇଯାଇଥିଲେ ହେଲେ ଗୋଟିଏ ପିଲା ଛିଡା ହେଲା ନାହିଁ ।
ଶିକ୍ଷକ- କଣ ତମେ ପପୁକୁ ଚିଡାଅ ନାହିଁ ।
ଛାତ୍ର – ନାହି ସାର ମୋତେ ସମସ୍ତେ ମଉସା ମଉସା କହି ଚିଡାନ୍ତି ।
ଜୋକ୍ ୬
ଗୁଟୁଖା ଖାଉଥିବା ଲୋକ ମାନଙ୍କ ପାଖରେ ଭଲ ସଂସ୍କାର ଥାଏ… କାରଣ ସେମାନେ ଅଧିକାଂଶ ସମୟ ମଉନ ବା ଶାନ୍ତ ରୁହନ୍ତି ।
ସେମାନେ ସେତେବେଳେ କଥା କୁହନ୍ତି ଯେତେବେଳେ ବହୁତ ଗୁରୁତ୍ଵର କଥା ଥିବ ନ ହେଲେ ସେମାନେ ସବୁ କଥାରେ ହୁଁ ହାଁ ରେ ଜବାବ ଦେଇଥାନ୍ତି ।
ଜୋକ୍ ୭
ପତ୍ନୀ- ଆରେ ଶୁଣୁଛ… ଡାକ୍ତର ମୋତେ ଆରମ କରିବା ପାଇଁ ଫ୍ରାନ୍ସ କିମ୍ବା ଇଟାଲୀ ଯିବା ପାଇଁ କହିଛନ୍ତି । ତମେ କହିଲ ଆମେ କେଉଁଠିକି ଯିବା ।
ପତି- ଅନ୍ୟ ଡାକ୍ତର ପାଖକୁ ।
ଜୋକ୍ ୮
ପତି- ଆଜି କଣ ବନେଇଛ ?
ପତ୍ନୀ- GST
ପତି- କଣ ?
ପତ୍ନୀ- ଗରମ ସେଓ ଟମାଟର ।
ଜୋକ୍ ୯
ଯଦି କୁଣ୍ଡଳୀକୁ ମିଶାଇବା ପାଇଁ ଚାହୁଁଛ ତା ହେଲେ ଶାଶୁ-ନଣନ୍ଦ ଓ ବୋହୁର ମିଶାନ୍ତୁ ।
ପୁଅର କଣ ଅଛି ଯାହା ଭଗବାନ ଚାହିଁବେ ତାର ତାହା ହେବ ।
ଜୋକ୍ ୧୦
ବାତ୍ୟାର ଅପେକ୍ଷା କରନ୍ତୁ ନାହିଁ
ନିଜ ପତ୍ନୀ ସହ ବାହାରେ ଡିନର କରିବାର ପୋଗ୍ରାମ କରନ୍ତୁ ।
ହେଲେ ପତ୍ନୀ ରେଡି ହୋଇ ଆସିବା ପରେ ପୋଗ୍ରାମକୁ କ୍ୟାନସେଲ କରି ଦିଅନ୍ତୁ । ବାତ୍ୟା ଆସିଯିବ ।
ଜୋକ ୧୧
ସାଇନ୍ସ କ୍ଳାସ ରେ ପପୁ ଶୋଇଥିଲା… ଟୀଚର (ରାଗରେ) – କ୍ଳାସ ରେ ଶୋଇଛୁ, କୁଳାଙ୍ଗାର
ପପୁ (ଡରି ଯାଇ) – ନା, ସାର, ମୁଁ ଶୋଇ ନଥିଲି …
ଟୀଚର – ତେବେ ?
ପପୁ – ସାର, ଗୁରୁତ୍ବାକର୍ଷଣ କାରଣରୁ ମୋ ମୁଣ୍ଡ ତଳକୁ ନଇଁ ପଡୁଛି
ଆଶା କରୁଛୁ ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ