ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଏହି ଷ୍ଟାରମାନେ ରିୟଲ ଲାଇଫ ରେ ବି ଅଟନ୍ତି ମା-ଝିଅ

ବନ୍ଧୁଗଣ ହିନ୍ଦୀ ଟେଲିଭିଜନ ଦୁନିଆରେ ବହୁତ ଅଭିନେତ୍ରୀ ମା’ର ଭୂମିକା କରିଥାନ୍ତି । ଏମାନେ ନିଜ ଅଭିନୟ ପାଇଁ ବହୁତ ଚର୍ଚାରେ ରହିଛନ୍ତି । ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ । ଆଜି ଆମେ ଆପଣଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଅସଲ ଜୀବନରେ ମଧ୍ୟ ମା ଓ ଝିଅ ଅଟନ୍ତି । ଆଜି ଆମେ ଆପଣଙ୍କୁ ସେମାନଙ୍କ ଝିଅଙ୍କ ବିଷୟରେ ମଧ୍ୟ କହିବୁ । ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅନିତା କନୱାଲ

 

‘ଶଶୁରାଲ ଗେନ୍ଦା ଫୁଲ’ ରେ ଗାୟତ୍ରୀଙ୍କ ଭୂମିକା କରିଥିଲେ ଅନିତା । ଏହି ସିରିଏଲରେ ସେ ରାଧାର ମା ଭୂମିକା କରିଥିଲେ । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ଅନିତାଙ୍କ ଝିଅର ନାମ ହେଉଛି ପୂଜା କନୱାଲ । ପୂଜା ମଧ୍ୟ ଅଭିନୟ କରନ୍ତି, ଏହି ଦୁଇ ଜଣଙ୍କ ଯୋଡି ଅସଲରେ ‘ଶଶୁରାଲ ଗେନ୍ଦା ଫୁଲ’ ସିରିଏଲରେ ମା ଝିଅଙ୍କ ଭୂମିକା କରିଥିବାର ଦେଖିବାକୁ ମିଳିଥିଲା । ପୂଜା ୨୦୧୦ରେ ବିଜନେସ ମ୍ୟାନ ଅବିନାଶ କମଲଙ୍କ ସହ ବିବାହ କରିଥିଲେ । ପୂଜା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।

ସରିତା ଜୋଶୀ

‘ବୋହୁ ଅର ବେବି’ ସିରିଏଲ ସରିତା ଏକ ମା’ର ଭୂମିକା କରିଥିଲେ । ଲୋକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରିଥିଲେ ଅସଲ ଜୀବନରେ ସରିତାଙ୍କର ଦୁଇଟି ଝିଅ ଅଛନ୍ତି, ସେମାନେ ହେଉଛନ୍ତି କେତକି ଦାଭେ ଓ ପୁର୍ଭି ଜୋଶୀ । ଏହି ଦୁଇଜଣ ମଧ୍ୟ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଏମାନେ ଫିଲ୍ମ ଓ ସିରିଏଲ ଉଭୟ ସ୍ଥାନରେ କାମ କରିଛନ୍ତି । ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ଅଛି ।

କୁଲବୀର କୌର
ଅଧିକାଂଶ ସିରିଏଲରେ କୁଲବୀର ମା’ର ଭୂମିକା କରିଛନ୍ତି । ଛୋଟ ପରଦା ସହ ବଡ ପରଦାରେ ମଧ୍ୟ ସେ କାମ କରିଛନ୍ତି । ତାଙ୍କ ଝିଅର ନାମ ହେଉଛି ଏହେଶାସ ଛନା । ଏହେଶାସ ମଧ୍ୟ ଜଣା ଶୁଣା ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି । ସେ କେତେକେ ଫିଲ୍ମ ସହିତ କେତେକ ଲୋକପ୍ରିୟ ଟିଭି ସିରିଏଲରେ କାମ କରିଛନ୍ତି ।

କିରନ ଭାର୍ଗବ

‘ମେ ତେରି ପରଛାଇ ହୁଁ’ରେ ରୀତା ଦେବୀର ଭୂମିକା କରିଥିଲେ କିରନ । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତା ସିଦ୍ଧାର୍ଥଙ୍କ ମା’ର ଭୂମିକା କରିଥିଲେ । ତାଙ୍କ ଝିଅର ନାମ ହେଉଛି ଅଙ୍କିତା ଭାର୍ଗବ, ସେ ମଧ୍ୟ ଜଣା ଶୁଣା ଅଭିନେତ୍ରୀ ରୂପେ ପରିଚିତ । ଅଙ୍କିତା ମଧ୍ୟ କେତେକ ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି । ଅଙ୍କିତା ଲୋକପ୍ରିୟ ଅଭିନେତା କରନ ପଟେଲଙ୍କ ସହ ବିବାହ କରିଛନ୍ତି ।

ସୁପ୍ରିୟା ଶୁକ୍ଲା


‘କୁମ କୁମ ଭାଗ୍ୟ’ରେ ପ୍ରଜ୍ଞାର ମା’ର ଭୂମିକା କରିଥିଲେ ସୁପ୍ରିୟା । ଏହି ସିରିଏଲରେ ସେ ବହୁତ ଭଲ ଅଭିନୟ କରିଛନ୍ତି । ଟିଭି ଜଗତରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ । ତାଙ୍କର ଝିଅ ହେଉଛନ୍ତି ଝନକ ଶୁକ୍ଲା । ପିଲା ବେଳରୁ ଝନକ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି । ଝନକ ‘ସୋନପରି’ ଓ ‘ହାତିମ ତାଇ’ ପରି ସିରିଏଲରେ କାମ କରି ଫେମସ ହୋଇଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *