ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହିଁ ? ଏହା ସହିତ ଆହୁରି 10 Gk Questions with Answer

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଖୁସିରେ ରହିବା ବହୁତ ଜରୁରୀ । ଏମିତି ଖୁସିରେ ଜୀବନ କାଟିବା ପାଇଁ ବହୁତ ଉପାୟ ଅଛି । ଯାହା ଦ୍ଵାରା ଆମର ଟାଇମ ପାସ ହୋଇଯାଏ ଓ ତାହା ସହିତ ବହୁତ ମଜା ମଧ୍ୟ ଆସିଥାଏ । ଏହି ଉପାୟରେ ଆମେ ଅନ୍ୟମାନଙ୍କୁ ବି ଏଣ୍ଟରଟେନ କରି ପାରିବା । ଏହି ଉପାୟ ମଧ୍ୟରୁ ଗୋଟିଏ ହେଲା ପ୍ରଶ୍ନ ଓ ଉତ୍ତର ଖେଳ, ଯାହାକୁ ଆମେ ସମସ୍ତେ ନିଶ୍ଚୟ ଖେଳିଥିବା । ଯେଉଁଥିରେ କିଛି ଚତୁର ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ ।

ସେହିପରି ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ କହିବୁ, ଯାହା ବିଷୟରେ ଆପଣ ଜାଣିଲେ ଅନ୍ୟମାନଙ୍କୁ ଏହି ସବୁ ପ୍ରଶ୍ନ ପଚାରି ପାରିବେ । ଆପଣ ମାନେ ମଧ୍ୟ ପରୀକ୍ଷା କରନ୍ତୁ ଆମ ଆର୍ଟିକିଲରେ ଦିଆଯାଇଥିବା ପ୍ରଶ୍ନ ଅନ୍ୟ କେହି ଲୋକ ଦେଇ ପାରୁଛନ୍ତି ନା ନାହିଁ । ତେବେ ଆସନ୍ତୁ ଜାଣିବା ଆମର ଏହି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ।

ପ୍ରଶ୍ନ – ୧

ଆମେରିକାରେ ଆଧାର କାର୍ଡ କୁ କଣ କୁହନ୍ତି ?

ଉତ୍ତର – ଆମେରିକାରେ ଆଧାର କାର୍ଡ କୁ ଗ୍ରୀନ କାର୍ଡ କୁହନ୍ତି ।

ପ୍ରଶ୍ନ – ୨

ଏମିତି କେଉଁ ଦାନ ଯାହାକୁ ଗରିବ ଓ ଧନୀ ଦୁଇ ଜଣ ହିଁ କରିଥାନ୍ତି ?

ଉତ୍ତର – କନ୍ୟାଦାନ

ପ୍ରଶ୍ନ – ୩

ଏମିତି କେଉଁ ଜିନିଷ ଯାହା ଦୁନିଆରେ ଏ ପର୍ଯ୍ୟନ୍ତ ପାଦ ରଖି ନାହିଁ କିନ୍ତୁ ସମସ୍ତଙ୍କୁ ଦେଖା ଯାଇଥାଏ ?

ଉତ୍ତର – ସୂର୍ଯ୍ୟ

ପ୍ରଶ୍ନ – ୪

ଦଶ ଟଙ୍କାର ଏମିତି କେଉଁ ଜିନିଷ କିଣିଦେଲେ ଘର ଭର୍ତ୍ତି ହୋଇଯାଏ ?

ଉତ୍ତର – ମହମବତୀ (ଯାହାର ଆଲୋକ ପୁରା ଘରେ ଭରିଯାଏ)

ପ୍ରଶ୍ନ – ୫

ଏମିତି କଣ ଯାହା ଦେଖି ପାରିବା ହେଲେ ଛୁଇଁ ପାରିବା ନାହିଁ ?

ଉତ୍ତର – ସ୍ଵପ୍ନ

ପ୍ରଶ୍ନ – ୬

ଏମିତି କେଉଁ ଜିନିଷ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡେ ?

ଉତ୍ତର – ଅଣ୍ଡା

ପ୍ରଶ୍ନ – ୭

ଏମିତି କଣ ଯାହାକୁ ଆପଣ ଦେଇଦେଲା ପରେ ବି ଆପଣ ପୁଣି ରଖିଥାନ୍ତି ?

ଉତ୍ତର – ବଚନ

ପ୍ରଶ୍ନ – ୮

Vodafone କେଉଁ ଦେଶର କମ୍ପାନୀ ?

ଉତ୍ତର – ଇଂଲଣ୍ଡ

ପ୍ରଶ୍ନ – ୯

ଭାରତରେ ୨୫ ପଇସା କେବେ ବନ୍ଦ ହେଲା ?

ଉତ୍ତର – ୨୯ ଜୁନ ୨୦୦୫

ପ୍ରଶ୍ନ – ୧୦

ମୁଁ ଗୋଟିଏ ପୁଅକୁ ପଚାରିଲି ତୁମର ନାମ କଣ, ସେ କହିଲା W17V5, ତେବେ ପୁଅର ନାମ କଣ ?

ଉତ୍ତର – SALIM ( W17V5 କୁ ଓଲଟାଇଲେ SALIM)

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *