ମୂଷାକୁ ଘରୁ ବାହାର କରିବା ପାଇଁ କରନ୍ତୁ ଏହି ସହଜ ଓ ସରଳ ଉପାୟ, ୧୦୦ % ଫଳପ୍ରଦ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମୂଷାକୁ ଦୂର କରିବା ପାଇଁ ଏକ ଆୟୁର୍ବେଦିକ ଘରୋଇ ଉପାୟ ବିଷୟରେ କହିବୁ । ମୂଷାକୁ ନକରାତ୍ମକ ବା ଅଜ୍ଞାନୀ ଶକ୍ତିର ପ୍ରତୀକ ମାନିଥାନ୍ତି । ଯେଉଁ ଘରେ ମୂଷା ଥାଏ ସେହି ଘରର ଭୌତିକ ବିକାଶ ସଠିକ ଭାବରେ ହୋଇନଥାଏ । ମୂଷା ଘରେ ମଇଳା ଏବଂ ଦରିଦ୍ରତାକୁ ଜନ୍ମ ଦେଇଥାନ୍ତି । ଯେଉଁ କାରଣରୁ ଘରେ କେତେକ ପ୍ରକାରର ରୋଗ ମଧ୍ୟ ଆସିଥାଏ । ମୂଷା ଆମ ଘରର ଖାଦ୍ୟ ଓ ଜିନିଷ ପତ୍ରକୁ ନଷ୍ଟ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ଆୟୁର୍ବେଦିକ ଉପାୟ କହିବୁ ଯାହା ସୁରକ୍ଷିତ ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ପ୍ରଥମ ଉପାୟ-


ଆମର ପ୍ରଥମ ଉପାୟ ପାଇଁ ଆମକୁ ପେପରମିଣ୍ଟ ଅଏଲର ଆବଶ୍ୟକତା ହେବ । ଏହି ତେଲର ବ୍ୟବହାରରେ ଆମେ ମୂଷାକୁ ଘର ମଧ୍ୟରୁ ଦୂର କରି ପାରିବା କାରଣ ଏହି ତେଲର ଗନ୍ଧ ବହୁତ ହାର୍ଡ ହୋଇଥାଏ । ଏହାକୁ ମୂଷା ମାନେ ସହନ କରିପାରନ୍ତି ନାହିଁ । ଏହି ତେଲକୁ ଏକ କଟନ ବା ତୁଳାରେ ଲଗାଇ ଦିଅନ୍ତୁ ଏବଂ ଏହି କଟନ ବା ତୁଳାକୁ ଏମିତି ଏକ ସ୍ଥାନରେ ରଖନ୍ତୁ ଯେଉଁଠି ମୂଷା ମାନେ ରହୁଛନ୍ତି ବା ଆସୁଛନ୍ତି । ଏହାର ଗନ୍ଧରେ ମୂଷା ମାନେ ଆପଣଙ୍କ ଘରୁ ଦୂରକୁ ଚାଲିଯିବେ ।

ଦ୍ଵିତୀୟ ଉପାୟ-

ଆମର ଦ୍ଵିତୀୟ ଉପାୟ ପାଇଁ ଆମକୁ ନାଲି ଲଙ୍କା ପାଉଡରର ଆବଶ୍ୟକତା ହେବ । ଏହି ଉପାୟରେ ମୂଷା ଶୀଘ୍ର ଘରୁ ବାହାରି ଯାନ୍ତି । ଏଥିପାଇଁ ଆପଣ ଅଳ୍ପ ଗହମ ଅଟା ନିଅନ୍ତୁ ଓ ଏଥିରେ ନାଲି ଲଙ୍କା ପାଉଡର ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୂଷା ଆସୁଥିବା ସ୍ଥାନରେ ରାଖୀ ଦିଅନ୍ତୁ । ମୂଷାର ନାକ ସଂବେଦନ ଶୀଳ ହୋଇଥାଏ । ଏହି ଉପାୟ ଦ୍ଵାରା ମଧ୍ୟ ମୂଷା ମାନଙ୍କୁ ଘରୁ ବାହାର କରାଯାଇ ପାରିବ ।

ତୃତୀୟ ଉପାୟ-

ଆମର ତୃତୀୟ ଉପାୟ ପାଇଁ ଆମକୁ ତେଜପତ୍ରର ଆବଶ୍ୟକତା ହେବ । ତେଜପତ୍ରକୁ ଆମେ ଖାଦ୍ୟରେ ବ୍ୟବହର କରିଥାଉ । ହେଲେ ଏହାର ବ୍ୟବହାରରେ ମୂଷା ମାନେ ମଧ୍ୟ ଘରୁ ଦୂର ହୋଇଯିବେ । ଏଥିପାଇଁ ଆପଣ ୪ରୁ ୫ ଟି ତେଜପତ୍ର ନିଅନ୍ତୁ ଏବଂ ଏହି ତେଜପତ୍ରକୁ ଘର ମଧ୍ୟରେ ଜଳାଇ ଦିଅନ୍ତୁ । ଜଳାଇବା ପରେ କିଛି ସମୟ ପାଇଁ ଆପଣ ନିଜ ଘରର କବାଟ ଓ ଝରକାକୁ ବନ୍ଦ କରି ଦିଅନ୍ତୁ । ଏହା ଦ୍ଵାରା ମୂଷା ସହ ମଶା ମାନେ ମଧ୍ୟ ଦୂର ହୋଇଯିବେ । ତେବେ ବନ୍ଧୁଗଣ ଏହା ଥିଲା ମୂଷାକୁ ଦୂର କରିବା ପାଇଁ ବହୁତ ସହଜ ଓ ସରଳ ଆୟୁର୍ବେଦିକ ଉପାୟ ।

ପୋସ୍ଟ ଟି ପୁରା ପଢି ଥିବାରୁ ଧନ୍ୟବାଦ । ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *