ଆଜିକାଲିର ବ୍ୟସ୍ତତା ପୂର୍ଣ୍ଣ ଜୀବନରେ ସବୁ ମଣିଷ ଟେନସନ ରେ ରହୁଛନ୍ତି । ଟେନସନ ରେ ରହିବା ଦ୍ଵାରା ମଣିଷକୁ ବିଭିନ୍ନ ପ୍ରକାରର ରୋଗ ଘେରିନିଏ । ଡାକ୍ତରଙ୍କ ଅନୁସାରେ ବ୍ୟକ୍ତି ସେତେବେଳେ ସୁସ୍ଥ ରହିବ ଯେତେବେଳେ ସେ ଭିତରୁ ଖୁସିରେ ରହିବ ଓ ଆପଣ ତ ଏ କଥା ଶୁଣିଥିବେ କି ହସ ସବୁଠୁ ବେସ୍ଟ ମେଡିସିନ । ଏଥିପାଇଁ ଆଜିର ଏହି ପୋସ୍ଟ ରେ ଆମେ ଆପଣଙ୍କ ପାଇଁ ଏମିତି କିଛି ମାଜାଦାର ହସକଥା ଆଣି ଆସିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ଧମାଲ କରୁଛି । ତେବେ ଚାଲନ୍ତୁ ଏହି ସୁନ୍ଦର ହସକଥା ଗୁଡିକ ପଢିବା ।
ସାନ୍ତା ଓ ବାନ୍ତା ଙ୍କ ମଧ୍ୟରେ ଯୁକ୍ତି ହେଲା
ସାନ୍ତା- ମୋ ଜେଜେ ଏତେ ଧନୀ ଆଉ ଏତେ ଭୋଲା ଥିଲେ କି
ଲାଠି ସେଜ ଉପରେ ରଖୁଥିଲେ ଓ ନିଜେ ଗୋଟିଏ କୋଣରେ ଶୋଇ ପଡୁଥିଲେ ।
ବାନ୍ତା- ଆବେ ଏ ତ କିଛି ନୁହଁ,
ସାନ୍ତା- କେମିତି ?
ବାନ୍ତା- ମୋ ଜେଜେ ଏତେ ଭୋଲା ଥିଲେ କି ପାନ ଛେପ ଶେଯରେ ପକାଉଥିଲେ ଓ
ଝରକା ପଟେ ନିଜେ ଡେଇଁ ପଡୁଥିଲେ ।
୨. ଚପୁ – ମତେ ବାହାଘରରେ BMW ମିଳିଛି
ଗପୁ- କିନ୍ତୁ ତୋ ପାଖରେ ତ କୌଣସି BMW ନାହିଁ
ଚପୁ- ଆବେ ଗଧ, BMW ର ମାନେ ବହୁତ ମୋଟି ୱାଇଫ
୩. ଡାକ୍ତର- ତତେ ହାଲ୍କା ଖାଇବାକୁ କହିଥିଲି, ତୁ କଣ ଖାଇଛୁ ?
ଗୋଲୁ- ମୁଁ ପକୁଡି ଖାଇଛି
ଡାକ୍ତର- ତୁ କେମିତି ଜାଣିଲୁ କି ପକୁଡି ହାଲ୍କା ଖାଦ୍ଯ ଅଟେ ?
ଗୋଲୁ- ପକୁଡି କଡେଇ ରେ ଭାସୁଥିଲେ ଓ ତେଲ ତଳେ ଥିଲା
୪. ଅଧ୍ୟାପିକା- ଏତେ ଦିନ ହେଲାଣି କେଉଁଠି ଥିଲ ?
ଛାତ୍ର- ବାର୍ଡ ଫ୍ଲୁ ହେଇ ଯାଇଥିଲା
ଅଧ୍ୟାପିକା- କିନ୍ତୁ ଏହା ତ ବାର୍ଡ ଙ୍କୁ ହେଇଥାଏ ମଣିଷକୁ ନୁହେଁ
ଛାତ୍ର- ମଣିଷ କେତେବେଳେ ତୁମେ ମତେ ଭାବିଲ…ଡେଲି ତ ମତେ ମୁର୍ଗା ବନେଇ ଦଉଚ
୫. ପ୍ରେମୀ(ପ୍ରେମିକାକୁ)- ତୁ ବାହାଘର ପରେ ନିଜ ପାଇଁ ନୂଆ ଘର ତ ମାଗିବୁନି ?
ପ୍ରେମିକା -ନା, ମୁଁ ଏମିତି ଝିଅ ନୁହେଁ, ତୁ ତୋ ମା’କୁ ଅଲଗା ଘର ଦେଇ ଦେବୁ ।
୬. ପପୁ ଗୋଟେ ଝିଅକୁ ପ୍ରପୋଜ କଲା – ମତେ ଭଲ ପାଇବ ?
ଝିଅ- ଚେହେରା ନିଜର ଦେଖିଛୁ, ତତେ ଭଲ ପାଇବା ଠାରୁ ତ ଭଲ
ମୁଁ ସୁସାଇଡ କରିଦେବି
ପପୁ- କମବକ୍ତ ମରିଯିବ, କିନ୍ତୁ କୌଣସି ଗରିବର କାମରେ ଆସିବନି
୭. ଗୋଟିଏ ଝିଅ ବୟଫ୍ରେଣ୍ଡ ସହ ବହୁତ ଦିନରୁ
କଥା ହୋଇ ନଥିଲା
ଝିଅଟି ରୋମାଣ୍ଟିକ ହେଇ ଫେସବୁକ ରେ
ଅପଡେଟ ଦେଲା
ଝିଅ – ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…
କିଛି ସମୟ ପରେ ବୟଫ୍ରେଣ୍ଡ ର କମେଣ୍ଟ ଆସିଲା
ପୁଅ- କମିନୀ ଧୀରେ- ଧୀରେ ହିଁ ଆସୁଥିଲି
ତୋ ସାହି ଲୋକ ଚୋର ଭାବି ଖୁବ ପିଟିଲେ
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ