ପୁଣି ଥରେ ନୂଆ ବିବାଦୀୟ ପ୍ରାଇଭେସୀ ପଲିସି ଜାରି କଲା ହ୍ଵାଟ୍ସଆପ୍, ଜାଣନ୍ତୁ ମାନିବାକୁ ହେବ ହ୍ଵାଟ୍ସଆପ୍ ର କେଉଁ ସବୁ ନିୟମ

ବନ୍ଧୁଗଣ ଏହି ଦୁନିଆର ପ୍ରାୟ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହିଛି । ସୋସିଆଲ ମିଡିଆର କିଛି ଆପ୍ ଓ ୱେବ ସାଇଟ କୁ ବ୍ୟବହାର କରି ଲୋକମାନେ ପରସ୍ପର ସହ କଥା ହେବା ଓ ଫଟୋ ସେୟାର କରିବା ଆଦି ବହୁତ କାମ କରୁଛନ୍ତି । ବନ୍ଧୁଗଣ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ସୋସିଆଲ ମିଡିଆ ଆପ୍ ହେଉଛି ହ୍ଵାଟ୍ସଆପ୍ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଏହି ଆପ୍ କୁ ବ୍ୟବହାର କରୁଥିବେ । ଏହି ଆପ୍ ଜରିଆରେ ଚାଟିଙ୍ଗ, ଫଟୋ ଓ ଭିଡିଓ ସେୟାର ଆଦି ବହୁତ କିଛି କାମ କରୁଛନ୍ତି ଲୋକମାନେ ।

ହେଲେ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ କେତେକ ଲୋକ ଏହି ଆପ୍ ର ପ୍ରାଇଭେସୀ ପଲିସି ବିଷୟରେ ଜାଣି ନାହାନ୍ତି । ସେଥି ପାଇଁ ପୁଣି ଥରେ ଏକ ଛୋଟ ବ୍ୟାନର ଜରିଆରେ ୟୁଜର ମାନଙ୍କୁ ନିଜର ନୂଆ ପଲିସି ବିଷୟରେ ବୁଝାଇବାକୁ ଚେଷ୍ଟା କରିଛି ହ୍ଵାଟ୍ସଆପ୍ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହ୍ଵାଟ୍ସଆପ୍ ଜାରି କରିଥିବା ଏହି ନୂଆ ପ୍ରାଇଭେସୀ ପଲିସି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ହ୍ଵାଟ୍ସଆପ୍ ର ଏହି ନୂଆ ପ୍ରାଇଭେସୀ ପଲିସି ବିଷୟରେ ।

ବନ୍ଧୁଗଣ ହ୍ଵାଟ୍ସଆପ୍ ଜାରି କରିଥିବା ଏହି ନୂଆ ପ୍ରାଇଭେସୀ ପଲିସିକୁ ୟୁଜର ମାନଙ୍କୁ ମେ ୧୫ ତାରିଖରେ ଗ୍ରହଣ କରିବାକୁ ପଡିବ । ନୂଆ ପ୍ରାଇଭେସୀ ପଲିସି କେବଳ ବିଜନେସ ଆକାଉଣ୍ଟ ପାଇଁ ରିଲିଜ କରାଯାଇଛି । ହ୍ଵାଟ୍ସଆପ୍ ନିଜ ନୂଆ ବୟାନରେ ଲେଖିଛି ଯେ, ‘ଆମେ ଆମ ସେବାରେ ସର୍ତ୍ତ ଏବଂ ପ୍ରାଇଭେସୀର ପରିବର୍ତ୍ତନ କରୁଛୁ । ଏହି ପରିବର୍ତ୍ତନ ବିଜନେସ ଓ ଗ୍ରାହକ ମଧ୍ୟରେ ହ୍ଵାଟ୍ସଆପ୍ ରେ ହେଉଥିବା ମେସେଜ ସମ୍ବନ୍ଧିତ’ ।

ବନ୍ଧୁଗଣ ନୂଆ ପଲିସି ଆଧାରରେ କମ୍ପାନୀ ହ୍ଵାଟ୍ସଆପ୍ ବିଜନେସର ୟୁଜରଙ୍କ ଲୋକେସନ ଏବଂ କଣ୍ଟାକ୍ଟ ଲିଷ୍ଟ ନେଇ ପାରିବ । ଗତ ଜାନୁୟାରୀ ୫ ତାରିଖରେ ଯେତେବେଳେ ହ୍ଵାଟ୍ସଆପ୍ ନୂଆ ପ୍ରାଇଭେସୀ ପଲିସି ଜାରି କରିଥିଲା ସେତେବେଳେ ସମସ୍ତଙ୍କୁ ଏହାକୁ ମାନିବା ପାଇଁ ବାଧ୍ୟତା ମୂଳକ କୁହାଯାଇଥିଲା । ଏପରିକି ଯଦି ଏହି ପ୍ରାଇଭେସୀ ପଲିସିକୁ କେହି ଗ୍ରହଣ ନ କରିବେ ତେବେ ସେମାନେ ହ୍ଵାଟ୍ସଆପ୍ ଚଳାଇବାକୁ ଅକ୍ଷମ ହେବେ ବୋଲି କୁହାଯାଇଥିଲା ।

ହେଲେ ବନ୍ଧୁଗଣ ବର୍ତ୍ତମାନ ହ୍ଵାଟ୍ସଆପ୍ ନିଜର ସ୍ଵର ବଦଳାଇଛି । ବର୍ତ୍ତମାନ ହ୍ଵାଟ୍ସଆପ୍ କହିଛି ପ୍ରାଇଭେସୀ ପଲିସି ପାଇଁ କୌଣସି ଚାପ ପକାଯିବ ନାହିଁ । ନୂଆ ପଲିସି ଦ୍ଵାରା ୟୁଜରଙ୍କର ବ୍ୟକ୍ତିଗତ ଚାଟ୍ ପ୍ରାଇଭେସୀ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ହ୍ଵାଟ୍ସଆପ୍ ରେ କରାଯାଉଥିବା ମେସେଜ ଏବଂ କଲ୍ ର କୌଣସି ରେକର୍ଡ ରଖାଯିବ ନାହିଁ ବୋଲି କମ୍ପାନୀ ସ୍ପର୍ଷ୍ଟ କରିଛି । ତା ହେଲେ ବନ୍ଧୁଗଣ ହ୍ଵାଟ୍ସଆପ୍ କମ୍ପାନୀର ଏହି ନୂଆ ପ୍ରାଇଭେସୀ ପଲିସି ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *