ସତର୍କ ରୁହନ୍ତୁ, ବଢୁଛି କରୋନା, ରାଜ୍ୟକୁ ପୁଣି ଫେରିବ ଲକଡାଉନ ?

ବନ୍ଧୁଗଣ ଗତବର୍ଷ କରୋନା ମହାମଆରୀ ପାଇଁ ସମଗ୍ର ଭାରତ ବର୍ଷରେ କେନ୍ଦ୍ର ସରକାର ଦ୍ଵାରା ଲକଡଉନ କରଯାଇଥିଲା । ଯାହାଫଳରେ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ ସମସ୍ତ କାର୍ଯ୍ୟ ଅନୁଷ୍ଠାନ ବନ୍ଦ ହୋଇଯାଇଥିଲା । ଗତବର୍ଷ କରୋନା ମହାମଆରୀ ପାଇଁ କେନ୍ଦ୍ର ସରକାର ସମଗ୍ର ଭାରତ ବର୍ଷରେ ୬ ମାସ କାଳ ଲକଡାଉନ ଜାରି କରିଥିଲେ । ବନ୍ଧୁଗଣ ଏହି କରୋନା ମହାମଆରୀ ସମଗ୍ର ବିଶ୍ଵ ପାଇଁ ସଙ୍କଟ ହୋଇଥିଲା । ଯାହାଫଳରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇ ଥିଲା ।

ଚୀନ ଆସିଥିବା ଏହି ମହାମଆରୀ କରୋନା ଭାଇରସର ଟୀକା ବର୍ତ୍ତମାନ କେତେକ ସହରରେ ଉପଲବ୍ଧ ହୋଇସାରିଛି ହେଲେ କିଛି ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୋହ ରହିଛି । ଗତ କିଛି ମାସ ହେବ ଲକଡାଉନକୁ ହଟା ଯାଇ କୋହଳ କରଯାଇଥିଲା ହେଲେ ବର୍ତ୍ତମାନ ଏହା ଖବର ମିଳିଛି ଯେ ପୁଣି ଥରେ ହୋଇପାରେ ଲକଡାଉନ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ ।

ବନ୍ଧୁଗଣ ରାଜ୍ୟରେ କୋଭିଡର କୋପ କମିଥିଲେ ବି ବର୍ତ୍ତମାନ ପୁଣିଥରେ କୋଭିଡର ପରବର୍ତ୍ତୀ ରୂପ ଡ୍ରାଇଭ ଆରମ୍ଭ କରିଛି । ବିଦେଶ ପରେ ବର୍ତ୍ତମାନ ଦେଶରେ ପାଞ୍ଚଟି ରାଜ୍ୟରେ କୋଭିଡର ସନକ୍ରମଣ ବଢିବାରୁ ଏହି ଭୟ ଆସିଛି । ଗତ କିଛି ଦିନ ମଧ୍ୟରେ କେରଳ, ମହରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଅତି ଦ୍ରୁତ ଗତିରେ ବଢୁଛି କରୋନା ସନକ୍ରମଣ । ଏମିତି ମହାରଷ୍ଟ୍ରର କିଛି ଅଞ୍ଚଳରେ ପୁଣି ଲକଡାଉନ ଜାରି ହେବାରୁ ବର୍ତ୍ତମାନ ଚିନ୍ତା ବଢିଛି ।

ଦେଶରେ ଏହି କିଛି ଦିନ ହେବ କରୋନାରେ ୨୪୦ଟି ନୂଆ ଷ୍ଟ୍ରେନ ଚିହ୍ନଟ ହେବାର ସୂଚନା ମିଳିଛି । ଏହି କାରଣ ପାଇଁ ବିଭିନ୍ନ ଅଞ୍ଚଳରୁ ସନକ୍ରମଣ ବୃଦ୍ଧି ପାଇଛି । ନୂଆ ଷ୍ଟ୍ରେନ ଦ୍ଵାରା କରୋନା ପୁଣି ଥରେ ଆକ୍ରମଣ କରିବାର ଆଶଙ୍କା ଅଧିକ ରହିଛି । ଭାରତକୁ ପୁଣି ଥରେ ଟେଷ୍ଟିଙ୍ଗ ଓ ଆୟୁସିଲେସନକୁ ଗୁରୁତ୍ଵ ଦେବାକୁ ପଡିବ ବୋଲି ଦିଲ୍ଲୀ ଏମ୍ସର ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ହେଲେ ବନ୍ଧୁଗଣ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି କଟକଣା ରହିଛି ଓ ଯଦି ଆବଶ୍ୟକତା ରହିବ ତା ହେଲେ ପୁଣି ଥରେ ଲକଡାଉନ ହେବାର ସମ୍ଭାବନା ରହିଛି।

ଏହି ଭଳି ପରିସ୍ଥିତିରେ ରାଜ୍ୟ ବାସୀ ମାନଙ୍କୁ ଅଧିକ ସତର୍କ ହେବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ଓ ରାଜଧାନୀରେ କରୋନା କଟକଣାକୁ କଡା କଡି ପାରିବା ପାଇଁ ଚେତାବନୀ ଦେଇଛି କମିସନରେଟ ପୋଲିସ । ସମସ୍ତ ଲୋକଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ । ତା ହେଲେ ବନ୍ଧୁଗଣ ଆପଣ ମାନେ ମଧ୍ୟ କୋଭିଡ ନିୟମକୁ ଆଖି ଆଗରେ ରଖି ସତର୍କ ରୁହନ୍ତୁ କାରଣ କେତେକେବେଳେ ବି ଲକଡାଉନ ହେବାର ସମ୍ଭାବନା ରହିଛି ।

ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଜନାନତୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *