ନୂଆ ବର୍ଷରୁ ଶସ୍ତା ହେବ Petrol, ଦେଖନ୍ତୁ ନୂଆବର୍ଷରୁ କେତେ ଟଙ୍କା କମିବ ପେଟ୍ରୋଲ !

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଏହି ନିଷ୍ପତ୍ତି ନିଆଯାଇଅଛି ଯେ ପେଟ୍ରୋଲ ଦର କମ ହେବ । ଦୁଇ ଚକିଆ ଜାନ ଧାରି ଙ୍କ ପାଇଁ ଆସିଲା ଖୁସି ଖବର । ତେଲ ଲିଟର ପିଛା କମିଲା ୨୫ ଟଙ୍କା । ଏହାକୁ ନେଇ ଟ୍ଵିତ କରି ସୂଚନା ଦେଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ । ଦିନକୁ ଦିନ ମହଙ୍ଗା ହେଉଥିବା ପେଟ୍ରୋଲ କୁ ନେଇ ଆସିଛି ଆଶ୍ଵସ୍ତି ଜନକ ଖବର । ଏଣିକି ଝାରଖଣ୍ଡ ରେ ପେଟ୍ରୋଲ ଲିଟର ପିଛା କମିବ ୨୫ ଟଙ୍କା । ଏ ନେଇ ଝାରଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ତସୋରେନ ଟ୍ଵିଟ କରି ସୂଚନା ଦେଇଛନ୍ତି ।

ତେବେ ଏହି ପେଟ୍ରୋଲ ଟଙ୍କା ହ୍ରାସ କେବଳ ଦୁଇ ଚକିଆ ଜାନଧାରି ଙ୍କ ନିମନ୍ତେ ଉପଲବ୍ଧ ଥିବା ବେଳେ, ଏହା କେବଳ BPL ଧାରି ଙ୍କ ନିମନ୍ତେ ଉପଲବ୍ଧ । ଆସନ୍ତା ଜାନୁଆରୀ ୨୬ ତାରିଖରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଝାରଖଣ୍ଡ ବାସୀ ଙ୍କ ପାଇଁ ଏହା ବଡ ଭେଟି ବୋଲି ସୋରେନ ସରକାର କହିଛନ୍ତି । ତେବେ ବର୍ତ୍ତମାନ ସମଗ୍ର ଦେଶ ସମେତ ରାଜ୍ୟ ମାନଙ୍କର ଆର୍ଥିକ ପରିସ୍ଥିତି ଭଲ ନାହିଁ ।

ଏଭଳି ପରିସ୍ଥିତି ରେ ଗୋଟେ ପରେ ଗୋଟେ ଜିନିଷ ର ଦରଦାମ ବୃଦ୍ଧି ଜନସାଧାରଣଙ୍କ ମୁଣ୍ଡ ବ୍ୟଥା ର କାରଣ ପାଲଟିଥିଲା । ବର୍ତ୍ତମାନ ସରକାର ଙ୍କ ଏଭଳି ଘୋଷଣା ଶୁଣି ଜନସାଧାରଣଙ୍କୁ ବୋଧ ହୁଏ ଟିକିଏ ସନ୍ତୋଷ ମିଳିଥିବ । କାରଣ କାର୍ମ କ୍ଷେତ୍ର ହେଉ ଅଥବା ଅନ୍ୟ ଜରିରୀ କାଳୀନ ପରିସ୍ଥିତି, ସମସ୍ତଙ୍କ ପାଇଁ ବର୍ତ୍ତମାନ ର ଆଧୁନିକ ଯୁଗରେ ଯାନବାହାନ ରେ ପରିବହନ ଆବଶ୍ୟକ ହୋଇ ଗଲାଣି ।

କରୋନା ମହାମାରୀ ଏବଂ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଜ୍ୟାୟ କାରଣରୁ ଜଣସାଧାରଣ ତଳିତଳାନ୍ତ ହୋଇ ଗଲେଣି । ସେଥିରେ ସମସ୍ତ ଆୟ ଉପାର୍ଜନ କ୍ଷେତ୍ର ମଧ୍ୟ ବନ୍ଧ ହୋଇ ସାରିଥିବା ବେଳେ, ଜଣେ ସାଧାରଣ ଲୋକ ନିମନ୍ତେ ଏହିଭଳି ନିଜର ଜୀବିକା ନିର୍ବାହ ସହିତ ଯାନବାହାନ ଚଳାଇବା ନିମନ୍ତେ ଦୈନିକ ଏତେ ଖର୍ଚ୍ଚ କରି ପେଟ୍ରୋଲ ପକାଇବା କଷ୍ଟସାଧ୍ୟ ହୋଇଅଛି ।

ଏଣୁ ସମସ୍ତ ପରିସ୍ଥିତି କୁ ଆଖି ଆଗରେ ରଖି ସରକାର ଏହିଭଳି ନୂଆ ବର୍ଷରେ କିଛି ନୂଆ କରିବା କଥା ଚିନ୍ତା କରିଛନ୍ତି । ତେବେ ଦେଖାଯାଉ ଏହି ନିସ୍ପତି କେତେକଙ୍କ ମୁଖରେ ଆନନ୍ଦର ଲହରୀ ଆଣି ପାରୁଛି । ବନ୍ଧୁଗଣ ଯଦି ଆପଣ ମାନେ ଚାହୁଞ୍ଚନ୍ତି କି ଏମିତି ଆମ ରାଜ୍ୟରେ ବି ହେଉ ତାହେଲେ ନିଜ ଆବାଜ ଉଠାନ୍ତୁ ଓ ନିଜର ମତ ରଖନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *