ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଙ୍କୁ ସାହାଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି କେତେବେଳେ ନିଜର ନିଆରା ହିନ୍ଦୀରେ ଇଣ୍ଟରଭିୟୁ ଏବଂ ହିନ୍ଦୀରେ ଭାଷଣ ଦେଇ ଚର୍ଚ୍ଚାରେ ରହିଥାନ୍ତେ ।
କେତେବେଳେ ସ୍ୱାମୀ ସ୍ତ୍ରୀ ର ଝଗଡା ବିଷୟ ରେ ନିଜର ନିଆରା ଢଂଗ ର ଉପାୟ ବିଷୟ ରେ କହି ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ଆଜି ହେଉଛି ନବବର୍ଷ ୨୦୨୨ ର ପ୍ରଥମ ଦିନ । ତେବେ ଏହି ଦିନ କୁ କଂଗ୍ରେସ ନେତା ସୁର ରାଉତରାୟ କିପରି ପାଳନ କରିଲେ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ନୂତନ ବର୍ଷ ର ପ୍ରଥମ ଦିନ ରେ କଂଗ୍ରେସ ର ବରିଷ୍ଠ ବିଧାୟକ ସୁର ରାଉତରାୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି ।
ଏହା ସହିତ ସେ ନିରଞ୍ଜନ ପଟ୍ଟନାୟକ ଙ୍କ ଜୟଜୟକାର କରିଛନ୍ତି ଏବଂ ସମସ୍ତ ଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ କଂଗ୍ରେସ ର ଅନ୍ୟ ସଦସ୍ୟ ସୁର ରାଉତରାୟ ଙ୍କୁ ଫୁଲତୋଡ଼ା ଦେଇ ନୂଆବର୍ଷ ର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସୁର ରାଉତରାୟ ପ୍ରଭୁ ଜଗନ୍ନାଥ, ଆଲ୍ହା ଏବଂ ଯୀଶୁ ଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି ଯେ, ଆସନ୍ତା ସମୟ ରେ ନିରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ର ଉନ୍ନତି ବଢ଼ି ଚାଲିବ ।
ଏହା ସହିତ ସମସ୍ତଙ୍କୁ ମିଠା ମଧ୍ୟ ଖୁଆଇ ନୂତନବର୍ଷ ର ଆରମ୍ଭ କରିଛନ୍ତି କଂଗ୍ରେସ ସଦସ୍ୟ । ଏହିପରି ଭାବରେ କଂଗ୍ରେସ ର ବରିଷ୍ଠ ବିଧାୟକ ସୁର ରାଉତରାୟ ନିଜ ନୂତନବର୍ଷ ର ପ୍ରଥମ ଦିନ କୁ ଉତ୍ସାହ ର ସହିତ ପାଳନ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ଏବଂ ଦର୍ଶକ ମାନେ ନିଜର ପ୍ରିୟ ନେତା ସୁର ରାଉତରାୟ ଙ୍କୁ ନୂତନବର୍ଷ ର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ତେବେ ଆପଣ ମାନଙ୍କୁ ମଧ୍ୟ ନୂତନ ବର୍ଷ ର ହାର୍ଦ୍ଧିକ ଅଭିନନ୍ଦନ । ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।