ବାଛନ୍ତୁ ନିଜ ଜନ୍ମ ମାସ ବାଲା ୧ ରତ୍ନ ଓ ଜାଣନ୍ତୁ ନିଜ ବିଷୟରେ ୧ ରାଜ ର କଥା- Personality Test

ବନ୍ଧୁଗଣ ସାଧାରଣତଃ ଜନ୍ମ ତାରିଖ ଯେତେ ମହତ୍ଵପୂର୍ଣ୍ଣ ରହିଥାଏ, ସେହିପରି ଜନ୍ମ ମାସ ମଧ୍ୟ ସେତିକି ମହତ୍ଵପୂର୍ଣ୍ଣ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମର ମାସ ସେହି ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ଜନ୍ମ ମାସ ଅନୁସାରେ କିଛି ରତ୍ନ ଦେଖାଇବୁ ଓ ଆପଣଙ୍କୁ ଏଥି ମଧ୍ୟରୁ ଗୋଟାକୁ ବାଛିବାକୁ ହେବ । ଏହା ଦ୍ଵାରା ଆପଣଙ୍କୁ ଆମେ ଆପଣଙ୍କ ବିଷୟରେ କିଛି ଖାସ କଥା କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଜାନୁୟାରୀ- ବନ୍ଧୁଗଣ ଯେଉଁ ମଣିଷ ଏହି ଜାନୁୟାରୀ ମାସ ବାଲା ରତ୍ନ ବାଛିଛନ୍ତି ସେମାନେ ବାସ୍ତବରେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଅନ୍ୟ ଲୋକ ଆପଣଙ୍କ ବିଷୟରେ ଯେତେ ଯାହା ଖରାପ କଥା କହିଲେ ମଧ୍ୟ ଆପଣଙ୍କୁ କୌଣସି ଫରକ ପଡିନଥାଏ । ଆପଣ ସବୁବେଳେ ସିଧା ସଳଖ କଥା ବାର୍ତ୍ତା କରିବା ପାଇଁ ପସନ୍ଦ କରନ୍ତି ଓ ଆପଣ ନିଜ ପରିବାର ଲୋକଙ୍କୁ ବହୁତ ଅଧିକ ଭଲ ପାଆନ୍ତି ।

ଫେବୃୟାରି- ଯଦି ଆପଣ ଏହି ଫେବୃୟାରି ମାସର ରତ୍ନକୁ ବାଛିଛନ୍ତି ତା ହେଲେ ଆପଣ ମାନେ ବହୁତ ଧୈର୍ଯ୍ୟବାନ ମଣିଷ ଅଟନ୍ତି । ଆପଣ ନିଜ ଜୀବନରେ ବହୁତ କଷ୍ଟ କରି ସଫଳତା ହାସଲ କରିଥାନ୍ତି । ଆପଣଙ୍କୁ ବହୁତ ଶୀଘ୍ର କ୍ରୋଧ ଆସି ଯାଇଥାଏ ହେଲେ ଆପଣଙ୍କ ମନ ବହୁତ ସଫା ଥାଏ ।

ମାର୍ଚ୍ଚ- ଯଦି ଆପଣ ଏହି ମାସର ରତ୍ନ ବାଛିଛନ୍ତି ତା ହେଲେ ଆପଣ ମାନେ ବହୁତ ସଚ୍ଚୋଟ ମଣିଷ ଅଟନ୍ତି । ଆପଣ ମାନେ କେବେ ହେଲେ ନିଜ ପରିବାର ବିରୁଧରେ ଆସି କୌଣସି କାମ କରି ନଥାନ୍ତି । ଆପଣ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି, ସେଥିପାଇଁ ବାସ୍ତବରେ ଆପଣଙ୍କର ଅଧିକ ସାଙ୍ଗ ରହିଥାନ୍ତି ।

ଏପ୍ରିଲ- ଯଦି ଆପଣ ଏହି ମାସର ରତ୍ନକୁ ବାଚିଛନ୍ତି ତା ହେଲେ ଆପଣ ମାନେ ବହୁତ ବୁଦ୍ଧିମାନ ମଣିଷ ହୋଇଥାନ୍ତି । ଆପଣ ସବୁବେଳେ କିଛି ନୂଆ କାମ କରିଥାନ୍ତି ଓ ଆପଣ ଠିକ ସମୟରେ ଠିକ କାମ କରିଥାନ୍ତି । ସେଥିପାଇଁ ଅନ୍ୟ ଲୋକମାନେ ଆପଣଙ୍କ ଠାରୁ ପ୍ରଭାବିତ ହୋଇଥାନ୍ତି ।

ମେ- ଏହି ରତ୍ନକୁ ବାଛିଥିବା ମଣିଷ ମାନେ ନିଜ ଆତ୍ମବିଶ୍ଵାସ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଆପଣଙ୍କର ମଧୁର ବଚନ ଦ୍ଵାରା ଲୋକମାନେ ପ୍ରଭାବିତ ହୋଇଥାନ୍ତି ଓ ଆପଣ ନିଜର ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣ କରନ୍ତି ।

ଜୁନ- ଏହି ରତ୍ନକୁ ବାଛିଥିବା ଲୋକମାନେ ବହୁତ ସଫା ମନର ମଣିଷ ହୋଇଥାନ୍ତି । ଆପଣଙ୍କ ମନରେ ଯାହା ଥାଏ ଆପଣ ତାହା କହି ଦିଅନ୍ତି । ସେଥିପାଇଁ ଆପଣଙ୍କ ଉପରେ ବହୁତ ଲୋକ କ୍ରୋଧ ମଧ୍ୟ କରିଥାନ୍ତି । ହେଲେ ଆପଣ ଜାଣିଶୁଣି କାହାକୁ କଷ୍ଟ ଦେଇ ନଥାନ୍ତି ।

ଜୁଲାଇ- ଏହି ରତ୍ନକୁ ବାଛିଥିବା ଲୋକମାନେ ସ୍ଵତ୍ୱାନ୍ତ୍ରତା ପ୍ରିୟ ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ନିଜର ଏକ ସ୍ଵତନ୍ତ୍ର ଦୁନିଆରେ ରହିବା ପାଇଁ ପସନ୍ଦ କରନ୍ତି ଓ ଆପଣ ନିଜର ସମସ୍ତ ନିଷ୍ପତ୍ତି ନିଜେ ନିଅନ୍ତି ।

ଅଗଷ୍ଟ- ଯେଉଁ ଲୋକ ଏହି ରତ୍ନକୁ ବାଛିଛନ୍ତି ସେମାନେ ବହୁତ ଭଲ ମଣିଷ ଅଟନ୍ତି । ଆପଣ ମାନେ ସବୁବେଳେ ପରୋପକାର କରିଥାନ୍ତି । ସେଥିପାଇଁ ଆପଣଙ୍କୁ ଅନ୍ୟ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ।

ସେପ୍ଟେମ୍ବର- ଯଦି ଆପଣ ଏହି ମାସର ରତ୍ନକୁ ବାଛିଛନ୍ତି ତା ହେଲେ ଆପଣଙ୍କ ମନରେ ବହୁତ ଆତ୍ମବିଶ୍ଵାସ ରହିଛି । ଆପଣ ସମସ୍ତ କଠିନ ପରିସ୍ଥିତିରେ କେବେ ହେଲ ହାର ମାନି ନଥାନ୍ତି । ନିଜ ବୁଦ୍ଧି ଓ ଆତ୍ମବିଶ୍ଵାସ ଦ୍ଵାରା ଆପଣ ସମସ୍ତ ଖରାପ ପରିସ୍ଥିତିରୁ ବାହାରି ଆସିଥାନ୍ତି ।

ଅକ୍ଟୋବର- ଏହି ମାସର ରତ୍ନକୁ ବାଛିଥିବା ଲୋକମାନେ ବହୁତ ସଂବେଦନଶୀଳ ହୋଇଥାନ୍ତି । ଆପଣ ନିଜ ସହ ଜଡିତ ଲୋକମାନଙ୍କୁ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଆପଣଙ୍କୁ ସବୁବେଳେ ଭ୍ରମଣ କରିବା ପାଇଁ ଭଲ ଲାଗିଥାଏ ।

ନଭେମ୍ବର- ଏହି ରାଶିକୁ ବାଛି ଥିବା ବ୍ୟକ୍ତି ମାନେ ବହୁତ ଲାଜକୁରା ହୋଇଥାନ୍ତି । ଆପଣ ନିଜ ଜୀବନସାଥୀକୁ ବହୁତ ପ୍ରେମ କରିଥାନ୍ତି ଓ ଆପଣ ନିଜ କଷ୍ଟରେ ସଫଳତା ପାଇବାରେ ବିଶ୍ଵାସ ରଖିଥାନ୍ତି । ଏହା ସହିତ ଆପଣ କୌଣସି ଅଯଥା ଖର୍ଚ କରି ନଥାନ୍ତି ।

ଡିସେମ୍ବର- ଏହି ରାଶିର ରତ୍ନ ବାଛିଥିବା ମଣିଷ ମାନେ ବହୁତ ଇମୋଶନାଲ ହୋଇଥାନ୍ତି । ଏହି ଦ୍ରୁଷ୍ଟିରୁ ଆପଣ ଅନ୍ୟ କାହା ସହିତ ବହୁତ ସହଜରେ ମିଶି ନଥାନ୍ତି । ଆପଣ ନିଜର ସମସ୍ତ କାର୍ଯ୍ୟରେ ବହୁତ ବିଚାର ଓ ଚିନ୍ତା କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *