ନିଜ ଦମ ରେ ବଞ୍ଚିବା ଶିଖ, ଲୋକ ଆପଣଙ୍କୁ ଫଲୋ କରିବେ- Powerful Motivational Quotes

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ଆମ ଜୀବନ ରେ ଅନେକ ପ୍ରକାର କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନେଇଥାଉ ବା ସେହି କାର୍ଯ୍ୟ କୁ କରିଥାଉ । କିନ୍ତୁ ଏହା ମଧ୍ଯରୁ ଆମର କିଛି କାର୍ଯ୍ୟ ସଫଳ ହୋଇ ନଥାଏ ଓ କିଛି କାର୍ଯ୍ୟ ସଫଳ ହୋଇଥାଏ । ତେବେ ଯଦି ସେହି କାର୍ଯ୍ୟ କୁ ଆମେ ପୁରା ମନ ଧ୍ୟାନ ଦେଇ କରିବା ତେବେ ତାହା ଅବଶ୍ୟ ସଫଳ ହୋଇଥାଏ । ସବୁବେଳେ ନିଜର ନିଜ ଉପରେ ଏକ ଆତ୍ମବିଶ୍ଵାସ ରହିବା ଆବଶ୍ୟକ । ସବୁବେଳେ ଚିନ୍ତା କରନ୍ତୁ କି କିପରି ଆପଣ ବଂଚିବା ପାଇଁ ଅନ୍ୟ କାହା ଉପରେ ନିର୍ଭର କରିବେ ନାହିଁ ।

କିପରି ଆପଣ ନିଜ ବଳ ରେ ସବୁବେଳେ ବଂଚିବେ । ବିଶ୍ୱ ରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ପରିଶ୍ରମ ବଳ ରେ ବହୁତ ବଡ଼ ଲୋକ ହୋଇଥାନ୍ତି କିନ୍ତୁ ଆହୁରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ପରିଶ୍ରମ ତ କରିଥାନ୍ତି କିନ୍ତୁ ସେଥିରେ ନିଜର ବୁଦ୍ଧି ବଳ ପ୍ରୟୋଗ କରି ନ ଥାନ୍ତି । ଆମେ ଆଜି ଆପଣଂକୁ ଏହି ପରି ଅନେକ କଥା ଆଜି କହିବୁ ଯାହା ଦ୍ୱାରା ଆପଣ ନିଜେ ନିଜ ବଳ ରେ ନିଜର ଜୀବନ କୁ ବହୁତ ଖୁସି ରେ ବଂଚି ପାରିବେ । ତେବେ ଆସନ୍ତୁ ସେହି ବିଷୟ ରେ ଅନେକ କିଛି କଥା ଆଲୋଚନା କରିବା ।

ବନ୍ଧୁଗଣ ସଫଳ ବ୍ୟକ୍ତି ରୂପେ ପରିଚିତ ହେବାକୁ ହେଲେ ସେଥିପାଇଁ ନିଜର ଆତ୍ମ ବିଶ୍ୱାସ ବହୁତ ଆବଶ୍ୟକ ହୋଇଥାଏ । ଯେଉଁ କାର୍ଯ୍ୟ ଟି କୁ ଆପଣ ଭାବନା ରେ ଥରେ ଭାବିଛନ୍ତି ସେହି କାର୍ଯ୍ୟ ଟି କୁ ଯାହା ବି ହେଲେ କାର୍ଯ୍ୟକାରୀ କରିବା ପରେ ହିଁ ଆପଣ ସଫଳ ହୋଇପାରିବେ । ଏଥିପାଇଁ ବହୁତ ବହୁତ ପରିଶ୍ରମ କରିବା ପାଇଁ ମଧ୍ୟ ପଡିଥାଏ । ବିନା ପରିଶ୍ରମ ରେ କୌଣସି କାର୍ଯ୍ୟ କରିବା ସମ୍ଭବ ହୋଇ ନ ଥାଏ । ବନ୍ଧୁଗଣ ବର୍ତ୍ତମାନ ଏହି ବିଷୟରେ ଗୋଟେ ଛୋଟ କାହାଣୀ ଟି ଏ ଶୁଣନ୍ତୁ ।

ଗୋଟେ ଗ୍ରାମ ରେ ଜଣେ ଲୋକ ନଇଁ ପରିବାର ସହିତ ବାସ କରୁଥିଲା । ସେ ପ୍ରତିଦିନ କାମ କରି ପଇସା ଆଣିଥାଏ ଯାହା ଦ୍ୱାରା ତାର ଘର ବହୁତ ଖୁସି ରେ ଚାଲିଥାଏ । ସେହି ଗ୍ରାମ ର ପାଖରେ ଏକ ନଦୀ ଟିଏ ଥିଲା । ବର୍ଷା ଦିନ ରେ ଏହି ନଦୀ ରେ ପାଣି ଆସିଥାଏ । ସେହି ବର୍ଷ କିନ୍ତୁ ବହୁତ ମାତ୍ରା ରେ ପାଣି ଆସିଥିଲା । ପୁରା ଗ୍ରାମ ଜଳ ଦ୍ୱାରା ପରିପୂର୍ଣ୍ଣ ହୋଇଗଲା । ସେହି ପାଣି ରେ ସେହି ଲୋକଟିର ପୁରା ପରିବାର ଭାସିଗଲା । ଏହା ପରେ ସେ ବହୁତ ଦୁଃଖ ରେ ଭାଙ୍ଗି ପଡ଼ିଲା ।

ଏହା ପରେ ସେ ନଦୀ କୂଳରେ ବୁଲୁଥିବା ସମୟରେ ତାକୁ ଏକ ଉପାୟ ଆସିଲା । ତାହା ପରଦିନ ସେ ସେହି ନଦୀ କୁଳ ରେ ଯାଇକରି ଖୋଲିବା ଆରମ୍ଭ କଲା । ତାର ଲକ୍ଷ୍ୟ ଥିଲା ଯେ ସେ ସେହି ନଦୀ କୁ ର ପାର୍ଶ୍ୱ କୁ ଖୋଳିକରି ଅନ୍ୟ ନଦୀ ପର୍ଯ୍ୟନ୍ତ ନେଇଯିବ ଯାହା ଦ୍ୱାରା ଆଉ ବର୍ଷା ଦିନ ରେ ଗ୍ରାମ ରେ ବନ୍ୟା ହେବ ନାହିଁ । ଏପରି ଖୋଳୁ ଥିବାର ଦେଖି ଲୋକ ମାନେ ତାକୁ ପାଗଳ ବୋଲି ଭାବି ଅନେକ କଥା କହିଲେ । ସେ କାହା କଥା ନ ଶୁଣି ଖୋଳି ଚାଲିଥାଏ ।

ଦିନେ ତାର ଲକ୍ଷ୍ୟ ପୂରଣ ହେଲା ଏହା ପରେ ପୁଣି ପର ବର୍ଷ ନଦୀରେ ପାଣି ଆସିଲା କିନ୍ତୁ ଗ୍ରାମର କୌଣସି କ୍ଷତି ହେଲା ନାହିଁ । ଏହା ଦେଖି ସବୁ ଗ୍ରାମର ଲୋକ ମାନେ ସେହି ଲୋକ ର ବହୁତ ପ୍ରଶଂସା କଲେ । ବନ୍ଧୁଗଣ ଏହି ଉପରୋକ୍ତ କାହାଣୀ ରୁ ଆମେ ଶିଖିବାକୁ ପାଇଲେ ଯେ ଜୀବନରେ ଯେତେ ମଧ୍ୟ ଦୁଃଖ ଆସିଥାଉ ଆମକୁ ଆମର ଲକ୍ଷ୍ୟ ସ୍ଥଳ ରେ ପହଂଚିବାର ଅଛି । କୌଣସି କାର୍ଯ୍ୟ କରିବା ସମୟ ରେ ଅନେକ ଲୋକ ଅନେକ କଥା କହିଥାନ୍ତି କିନ୍ତୁ ତାଙ୍କ କଥା କୁ ନ ଶୁଣି ନିଜ କାର୍ଯ୍ୟ ରେ ମନ ଦେବା ଉଚିତ ।

ଯେଉଁ ଦିନ ଆପଣ ଏକ ସଫଳ ବ୍ୟକ୍ତି ଭାବେ ପରିଚିତ ହେବେ ସେଦିନ ସେହି ଲୋକ ମାନେ ହି ଆପଣଙ୍କ ର ପ୍ରଶଂସା କରିବେ । ତେଣୁ ଜୀବନରେ କେବେ ମଧ୍ୟ ହାର ମାନନ୍ତୁ ନାହିଁ । ଯେଉଁ କଥା କୁ ଥରେ ଭାବି ନେଇଛନ୍ତି ସେହି କାର୍ଯ୍ୟ କୁ ସଫଳ ନ କରିବା ପର୍ଯ୍ୟନ୍ତ ନିଜ ମନ ରୁ କାଢ଼ନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣ ଭବିଷ୍ୟତ ରେ ଜଣେ ସଫଳ ବ୍ୟକ୍ତି ଭାବେ ପରିଚିତ ହେବେ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ବହୁତ ଭଲ ଲାଗିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ କରନ୍ତୁ ଓ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *