ବିଶ୍ଵ ରେକର୍ଡ କଲା NHI, 100 ଘଣ୍ଟାରେ 100 କିମି ରାସ୍ତା କଲା ନିର୍ମାଣ, ଆଶ୍ଚର୍ଯ୍ୟ ହେଲେ ଶୁଣି

ବିଶ୍ଵ  ରେକର୍ଡ କଳା ଏନଏଚଆଇ । ୧୦୦ ଘଣ୍ଟାରେ ୧୦୦ କିମି ରାସ୍ତା ନିର୍ମାଣ । ଏହା ଶୁଣି ଆପଣମାନେ ବିଶ୍ଵାସ କରିପାରୁନାହାନ୍ତି ମାତ୍ର ଏହା ସତ୍ୟ ଅଟେ । ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା କାମ କରିଛି ଏନଏଚଆଇ । ଲୋକମାନଙ୍କ ମୁଖରେ ବେସ୍ସ ପ୍ରଶଂସା ପାଉଛି । ଆମ ଭାରତ ସରକାର ରାସ୍ତା ନିର୍ମାଣ ର କାର୍ଯ୍ୟ ସବୁ ସ୍ଥାନମାନଙ୍କ ରେ ଆରମ୍ଭ କରିଥିବା ବେଳେ ଏଭଳି ସଫଳତା ପୂର୍ବକ କାର୍ଯ୍ୟ ପ୍ରଶଂସା ଯୋଗ୍ୟ ଅଟେ ।

ଦେଶରେ ଦ୍ରୁତଗତି କାର୍ଯ୍ୟ ବିକାଶ ଆଡକୁ ଆମକୁ ନେଇଥାଏ । ବହୁତ କମ୍ ସମୟ ଭିତରେ ୧୦୦ କିମି ରାସ୍ତା ନିର୍ମାଣ ହୋଇଥିବା ବିଷୟ ଏବେ ଲୋକମାନଙ୍କ ଚର୍ଚା ରହିଛି  । ବିଶ୍ଵ ରେକଡ କଲା ଏନଏଚଆଇ ୬ ଲେନ ରାସ୍ତାକୁ ନେଇ ଲୋକମାନଙ୍କ ମଧ୍ୟରେ ବଢିଲା ଚର୍ଚ୍ଚା । ଜାତୀୟ ଗଣନା ସୂଚନା ମୁତାବକ ଉତ୍ତରପ୍ରଦେଶ ଗାଜିଆବାଦ ଆଲିଗଡ୍ ଏକ୍ସପ୍ରେସ୍ ବେଳେ ୧୦୦ କିଲୋମିଟର ରାସ୍ତା  କାମ ୧୦୦ ଘଣ୍ଟାରେ ଶେଷ ହୋଇଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ୧୦୦ ଘଣ୍ଟା ରେ ୭୫ କିଲୋମିଟର ରାସ୍ତା ନିର୍ମାଣ ରେକର୍ଡ କରିଥିବା ବେଳେ ଏବେ ତାହାକୁ କାଟିଛି ଏନଏଚଆଇ । ବିଶ୍ଵ ରେକଡରେ ନୂଆ କରି ସୃଷ୍ଟି କରିଛି ଏହି ରାସ୍ତା ନିର୍ମାଣ । କେବଳ ୧୦୦ ଘଣ୍ଟାରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କରି ଲୋକ ଚର୍ଚ୍ଚାକୁ ଆସିଛି । ଗାଜିଆବଡ ଆଲିଗଡ ଏକ୍ସପ୍ରେସ ମଇ ୧୫  ତାରିଖ ସକାଳ ସମୟ ରେ ଉଦଘାଟନ ହୋଇଥିଲା ଏବଂ ୧୯ ତାରିଖ ଅପରାହ୍ନ ୨ ଟାରେ ଅଥାର୍ତ ୧୦୦ ଘଣ୍ଟା ସମୟ ଅବଧି ରେ ଶେଷ ହୋଇଯାଇଥିବା ସୂଚନା ମିଳିଛି ।

ପ୍ରଧାନ ମନ୍ତ୍ରୀ ରାସ୍ତା ନିର୍ମାଣକୁ ନେଇ ଗୁରୁତ୍ଵ ଦେଉଥିବା ବେଳେ ୬ ଲେନ୍ ରାସ୍ତାକୁ କମ୍ ସମୟ ଭିତରେ ଶେଷ କରିବା ବହୁତ ବଡ ସଫଳତା ବିଷୟ ଅଟେ । ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ୬ଟି ହଟମିକ୍ସ ପ୍ଳାଣ୍ଟ, ୧୫ଟି ସେନସାଏ ପେଭର ଏବଂ ୨ ହାଜର କର୍ମଚାରୀ ନିୟୋଜିତ ହୋଇଥିଲେ ।

ଏହା ବ୍ୟତୀତ ରାସ୍ତା କାମକୁ ତଦାରଖ କରିବାକୁ ଅଡେଇଶ ଇଞ୍ଜିନିୟର ଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ ନିଶ୍ଚିତ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *