ନାରୀ ମାନଙ୍କର ଋତୁସ୍ରାବ କାହିଁକି ହୋଇଥାଏ ? ମହିଳା ମାନଙ୍କର ଏହା ହେବା ପଛରେ କଣ ରହିଛି ପ୍ରକୃତ କାରଣ ?

ବନ୍ଧୁଗଣ ପ୍ରତ୍ଯେକଟି ନାରୀ ମାନଙ୍କର ମାସକୁ ମାସିକ ଧର୍ମ ବା ଋତୁସ୍ରାବ ହୋଇଥାଏ । ତେବେ ମହିଳା ମାନଙ୍କର ମାସିକ ଧର୍ମ ହେବା ପଛରେ ଏକ କାରଣ ମଧ୍ୟ ଲୁଚି ରହିଛି ? କଣ ଆପଣ ଜାଣିଛନ୍ତି କି ! କେଉଁ ଭଗବାନଙ୍କ ଅଭିଶାପ କାରଣରୁ ଝିଅ ମାନଙ୍କର ପିରିୟଡ୍ସ ହୋଇଥାଏ । ତେବେ ଚାଲନ୍ତୁ ଏହି ସମ୍ପର୍କରେ ଆଲୋଚନା କରିବା । ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ? ଯେ ଝିଅ ମାନଙ୍କର ମାସକୁ ମାସ କାହିଁକି ଋତୁସ୍ରାବ ହୋଇଥାଏ ?

କଣ ଏହା ପଛରେ କିଛି ପୌରାଣିକ କଥା ଲୁଚି ରହିଛି ? ହଁ ବନ୍ଧୁଗଣ ଭଗବତ ପୁରାଣରେ ମହିଳା ମାନଙ୍କର ମାସିକ ଧର୍ମକୁ ନେଇ ଏଭଳି କିଛି କଥା ଉଲ୍ଲେଖ ରହିଛି । ତେବେ ମହିଳା ମାନଙ୍କର ହେଉଥିବା ଏହି ମାସିକ ଧର୍ମକୁ ଏକ ଅଭିଶାପ ସହ ଯୋଡା ଯାଇ କିଛି କଥା କୁହାଯାଇଛି । ଦେବତାଙ୍କ ଗୁରୁ ହେଉଛନ୍ତି ବୃହସ୍ପତି । ଥରେ ଗୁରୁ ବୃହସ୍ପତି ଇନ୍ଦ୍ରଦେବତାଙ୍କ ଉପରେ ଅଧିକ କ୍ରୋଧିତ ହୋଇଯାଇଥିଲେ ।

ଏହି କାରଣରୁ ଅସୁର ମାନେ ଦେବଗଣ ଉପରେ ଆକ୍ରମଣ କରିବାକୁ ଆରମ୍ଭ କରିଦେଇଥିଲେ । ଯେଉଁ କାରଣରୁ ଇନ୍ଦ୍ରଦେବଙ୍କୁ ତାଙ୍କର ଗାଦୀ ଛାଡି ଯିବାକୁ ପଡିଥିଲା । ଅସୁର ମାନଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ଇନ୍ଦ୍ରଦେବ ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କୁ ସାହାଜ୍ଯ ମାଗିଥିଲେ । ତେବେ ଇନ୍ଦ୍ରଦେବଙ୍କ କଥା ଶୁଣି ବ୍ରହ୍ମା ଇନ୍ଦ୍ରଦେବଙ୍କୁ କହିଥିଲେ । ଯେ ଇନ୍ଦ୍ରଦେବ ତୁମକୁ ଜଣେ ବ୍ରହ୍ମଜ୍ଞାନୀଙ୍କର ସେବା କରିବାକୁ ପଡିବ ।

ଯଦି ତୁମ ସେବାରେ ବ୍ରହ୍ମଜ୍ଞାନୀ ଜଣଙ୍କ ପ୍ରସନ୍ନ ହୋଇଯାଆନ୍ତି । ତେବେ ତୁମକୁ ତୁମ ଗାଦୀ ପୁଣି ଥରେ ମିଳିପାରିବ । ତେବେ ବ୍ରହ୍ମାଙ୍କ ଆଜ୍ଞା ଅନୁସାରେ ଇନ୍ଦ୍ରଦେବ ଜଣେ ବ୍ରହ୍ମଜ୍ଞାନୀଙ୍କ ସେବା କାର୍ଯ୍ୟରେ ଲାଗିପଡିଲେ । ହେଲେ ସେହି ବ୍ରହ୍ମଜ୍ଞାନୀଙ୍କ ମା’ ନିଜେ ଜଣେ ଅସୁର ଥିଲେ ବୋଲି ଏହି କଥା ଇନ୍ଦ୍ରଦେବଙ୍କୁ ଜଣା ନଥିଲା । ଇନ୍ଦ୍ରଦେବ ବ୍ରହ୍ମଜ୍ଞାନୀଙ୍କୁ ଯାହା ଅର୍ପଣ କରୁଥିଲା । ସେହି ଜ୍ଞାନୀ ଜଣଙ୍କ ସବୁ ଅସୁର ଦଳକୁ ତାହା ସମର୍ପଣ କରିଦେଉଥିଲା ।

ଯାହା ଦ୍ଵାରା ଇନ୍ଦ୍ରଦେବଙ୍କର ସବୁ ସେବା ଭଙ୍ଗ ହୋଇଯାଉଥିଲା । ଯେତେବେଳେ ଇନ୍ଦ୍ରଦେବଙ୍କୁ ଏହି ସବୁ କଥା ଜଣା ପଡିଥିଲା । ସେତେବେଳେ ଇନ୍ଦ୍ରଦେବ କ୍ରୋଧିତ ହୋଇ ବ୍ରହ୍ମଜ୍ଞାନୀ ଜଣଙ୍କର ହତ୍ୟା କରିଦେଇଥିଲେ । ହେଲେ ଜଣେ ଗୁରୁଙ୍କର ହତ୍ୟା କରିବା ଏକ ଘୋର ପାପ କାର୍ଯ୍ୟ ଥିଲା । ତେଣୁ ଇନ୍ଦ୍ରଦେବଙ୍କୁ ବ୍ରହ୍ମହତ୍ୟାର ପାପ ଲାଗିଥିଲା । ତେବେ ଏହି ପାପରୁ ମୁକ୍ତି ପାଇବା ପାଇଁ ଭଗବାନ ନାରାୟଣ ଇନ୍ଦ୍ରଦେବଙ୍କୁ କହିଥିଲେ ।

 

ଯେ ଗଛ, ଜଳ, ଭୂମୀ ଓ ନାରୀଙ୍କୁ ଇନ୍ଦ୍ରଦେବଙ୍କ ପାପର ଭାର ଟିକେ ଟିକେ ନେବାକୁ ପଡିବ । ତାପରେ ଏହି 4 ଜଣ ଇନ୍ଦ୍ରଦେବଙ୍କ ପାପର ଭାର ଟିକେ ଟିକେ ନେବା ସହ ଇନ୍ଦ୍ରଦେବ ସେମାନଙ୍କୁ ଗୋଟେ ଗୋଟେ ବରଦାନ ମଧ୍ୟଦେଇଥିଲେ । ତେବେ ଇନ୍ଦ୍ରଦେବଙ୍କ ପକ୍ଷରୁ ମହିଳାଙ୍କୁ ମିଳିଥିବ ବରଦାନଟି ହେଉଛି ମାସିକ ଧର୍ମ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *