‘ନଳିନୀ ଙ୍କ ସହ ମୋର ବହୁତ ଭଲ କେମେସ୍ଟ୍ରି’ ଅଭିନେତ୍ରୀ Nalini ଙ୍କୁ ନେଇ କିଛି ଏମିତି ଖୁଲାସା କଲେ ଲୋକପ୍ରିୟ ଜଲିଉଡ ଅଭିନେତା Rudra Mishra, ସେ କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ । ତେବେ କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି ।

ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି । ତେବେ ସେହି ଯାତ୍ରା ଦୁନିଆ ର ହିଟ ଅଭିନେତା ହେଉଛନ୍ତି ରୁଦ୍ର ମିଶ୍ର । ତେବେ ରୁଦ୍ର ଙ୍କୁ ଏକ ଇଣ୍ଟରଭିଉ ମାଧ୍ୟମରେ ଅନେକ ପ୍ରଶ୍ନ କରା ଯାଇଥିଲା । ତେବେ ଆସନ୍ତୁ ସେହି ବିଷୟରେ ଆଲୋଚନା କରି ନେବା ।

ତେବେ ରୁଦ୍ର ହେଉଛନ୍ତି ଯାତ୍ରା ଜଗତ ର ଜଣେ ଷ୍ଟାଇଲିସ ଅଭିନେତା । ତେବେ ତାଙ୍କ କହିବା କଥା କି ଯେତେବେଳେ ସେ କୋଣାର୍କ ପାର୍ଟି ରେ ଆସିଥିବା ଯାତ୍ରା କଇଁଛି କାକୁଡି ଲତା ରେ ବି ପି ନାମକ ଚରିତ୍ର ରେ ଅଭିନୟ କରିଥିଲେ ଏବଂ ସେହି ଚରିତ୍ର ରେ ସେ ଏକଦମ ଷ୍ଟାଇଲିସ ଭାବରେ ଦର୍ଶକ ଙ୍କ ଆଗରେ ଆସିଥିଲେ ଏବଂ ଏହି ଯାତ୍ରା ମଧ୍ୟ ତାଙ୍କୁ ପରିଚୟ ପ୍ରଦାନ କରେଇ ଥିଲା ଏବଂ ସେ ଲୋକପ୍ରିୟ ମଧ୍ୟ ହୋଇ ପାରିଥିଲେ ଏହାପରେ ସେ ଯାତ୍ରା ଦୁନିଆ ର ଷ୍ଟାଇଲିସ ଅଭିନେତା ପାଲଟି ଯାଇଥିଲେ ।

ତେବେ ତାଙ୍କ କହିବା କଥା ହେଉଛି ଓଡିଶା ରେ ଯଦି ମନୋରଞ୍ଜନ ଧର୍ମୀ କୌଣସି ମାଧ୍ୟମ ଥାଏ ତେବେ ତାହା ହେଉଛି ଯାତ୍ରା ଏବଂ ଧାରାବାହିକ ଏବଂ ଥିଏଟର ଅପେକ୍ଷା ଯାତ୍ରା ହିଁ ତାଙ୍କୁ ଅଧିକ ଲୋକପ୍ରିୟ କରି ପାରିଛି । ତେବେ ସେ କୁହନ୍ତି କି ଜଣେ ଅଭିନେତା କୁ ସବୁ ଚରିତ୍ର ରେ ନିଜକୁ ଢାଳିବା ଉଚିତ ଏବଂ ସେଇଟା ହିଁ ତାର ଅସଲି ପରିଚୟ । ଏହା ସହ ନିଜ ଭିତରେ ସେହି ପ୍ରତିଭା ରହିବା ଆବଶ୍ୟକ ଯାହା ଦ୍ୱାରା ଆପଣ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିବେ ଏହା ସମ୍ପୂର୍ଣ୍ଣ ନିଜ ଉପରେ ନିର୍ଭର କରେ ।

ତେବେ ସେ ୨୦୦୬ ରୁ ଏହି ଯାତ୍ରା ଦୁନିଆ ରେ କାମ କରୁଛନ୍ତି ଏବଂ ସେ ଅନେକ ଯାତ୍ରା ରେ ନିଜର ନୂତନ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ କିଣି ପାରିଛନ୍ତି ତେବେ ସେ କଇଁଚି କାକୁଡି ଲଳିତା ପିତା, ଏଠି କାନ୍ଦିବା ମନା, ସିଂହ ଦ୍ୱାର ମନା ମୋତେ ସ୍ୱର୍ଗ ଦ୍ୱାର ମନା, କହିବା ଆଗରୁ କାହାଣୀ ସରେ ଆଦି ରେ ଅଭିନୟ କରିଛନ୍ତି । ତେବେ ସେ କହିଛନ୍ତି କି ଅନେକ ଅଭିନେତ୍ରୀ ଙ୍କ ସହ ତାଙ୍କର ଭଲ କେମେଷ୍ଟ୍ରୀ ରହିଛି ତେବେ ଲୋକମାନେ ଅଭିନେତ୍ରୀ ନଳିନୀ ଙ୍କ ସହ ଏବଂ ପୂଜା ଙ୍କ ସହ ଦେଖିବାକୁ ପସନ୍ଦ କରନ୍ତି ।

ତେବେ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି ଏବଂ ଆଗକୁ ବିବାହ ର କିଛି ଯୋଜନା ମଧ୍ୟ ନାହିଁ । ତେବେ ଶେଷ ରେ ସେ କହିଥିଲେ କି କରୋନା ସମୟ ବହୁତ କଷ୍ଟକର ଥିଲା ତେବେ ଯାତ୍ରା ଦୁନିଆ ର କିଛି କଳାକାର ଙ୍କୁ ମଧ୍ୟ ଆମେ ହରେଇଛୁ । ତେବେ ଆଶା କରୁଛି ଧୀରେ ଧୀରେ ସବୁ ସରସ ସୁନ୍ଦର ହୋଇଯିବ ପୂର୍ବଭଳି । ତେବେ ଆଶା କରୁଛି ଆପଣ ଙ୍କୁ ଏହି ବିଷୟ ଟି ପସନ୍ଦ ଆସିଥିବ

Leave a Reply

Your email address will not be published. Required fields are marked *