November 1 ରୁ ଏହି ସବୁ ନିଯମରେ ହେବ ବଡ ପରିବର୍ତ୍ତନ, ଦେଖି ନିଅନ୍ତୁ ଆପଣଙ୍କ ପକେଟ ଉପରେ କଣ ରହିବା ଏହାର ପ୍ରଭାବ

ବନ୍ଧୁଗଣ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର ମାସ । ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମତଃ ନଭେମ୍ବର ମାସରେ ଗ୍ୟାସ ସିଲିଣ୍ଡର ଦରରେ ବଡ ପରିବର୍ତ୍ତନ ଆସିପାରେ । ଯେମିତିକି ଏଲପିଯି ସିଲିଣ୍ଡରର ଦର ଏ ମାସରେ ପରିବର୍ତ୍ତନ ହେବାକୁ ଯାଉଛି । ଏଲପିଯି ବିକ୍ରିରେ ହେଉଥିବା କ୍ଷତି ଯୋଗୁ ଦର ବୃଦ୍ଧି ହେବାର ଆଶଙ୍କା କରାଯାଉଛି ।

ବନ୍ଧୁଗଣ ଦ୍ଵିତୀୟ ପରିବର୍ତ୍ତନଟି ହେଲା ବ୍ୟାଙ୍କ କାରବାର । ଟଙ୍କା ଜମା ଠାରୁ ଉଠାଇବା ପର୍ଯ୍ୟନ୍ତ ସବୁଥିରେ ବର୍ତ୍ତମାନ ଚାର୍ଜ ଲାଗିପାରେ । ଆସନ୍ତା ମାସ ଠାରୁ ନିର୍ଧାରିତ ସୀମା ଠାରୁ ଅଧିକ ଟ୍ରାନସାକ୍ସନରେ ଆପଣଙ୍କୁ ଚାର୍ଜ ଲାଗିପାରେ । ଏହା ସହିତ ନଭେମ୍ବର ପହିଲା ଠାରୁ ଲୋନ ଖାତା ପାଇଁ ୧୫୦ ଟଙ୍କା ଦେବାକୁ ହେବ  । ବନ୍ଧୁଗଣ ତୃତୀୟ ପରିବର୍ତ୍ତନରେ ପ୍ରଭାବିତ ହେବେ ଟ୍ରେନ ଯାତ୍ରୀ ।

ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା କାଲି ଠାରୁ ଟ୍ରେନ ଟାଇମ ଟେବୁଲରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରେ ହେବାକୁ ଥିବା ପରିବର୍ତ୍ତନ ନଭେମ୍ବର ୧ ତାରିଖରେ ହେବ ବୋଲି କୁହାଯାଉଛି । ଫଳରେ ୧୩୦୦୦ ଯାତ୍ରୀବାହୀ ଓ ୭୦୦୦ ମାଲବାହୀ ଟ୍ରେନର ସମୟ ବଦଲିଯାଇପାରେ । ଏଭଳି କି ଦେଶରେ ଗଡୁଥିବା ପ୍ରାୟ ୩୦ଟି ରାଜଧାନୀ ଟ୍ରେନର ସମୟ ନଭେମ୍ବର ୧ ତାରିଖରୁ ବଦଳିପାରେ ।

ଚତୁର୍ଥରେ ରୋଷେଇ ଗ୍ୟାସ ସିଲିଣ୍ଡରର ଡେଲିଭରି ପ୍ରକ୍ରିୟା ବଦଳିବାକୁ ଯାଉଛି । ଏଣିକି ଗ୍ୟାସ ବୁକିଙ୍ଗ ସମୟରେ ଗ୍ରାହକଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ପଠାଯିବ । ଯେତେବେଳେ ଗ୍ୟାସ ଆପଣଙ୍କ ଘରେ ପହଞ୍ଚିବ ସେତେବେଳେ ଡେଲିଭରି ବୟକୁ ଆପଣ ଉକ୍ତ ଓଟିପି ସେୟାର କରିବେ ଏହା ବାଧ୍ୟତାମୂଳକ ରହିବ । ବନ୍ଧୁଗଣ ପଞ୍ଚମ ପରିବର୍ତ୍ତନରେ ପ୍ରଭାବିତ ହୋଇପାରେ ଗାଁ ଠାରୁ ସହର ।

ନଭେମ୍ବର ୧ ପରଠାରୁ କିଛି ଫୋନରେ କାମ କରିବ ନାହିଁ ୱ୍ହାଟ୍ସ ଆପ୍ । ଷଷ୍ଠରେ ନଭେମ୍ବର ପହିଲାଊ ୩୦ ତାରିଖ ରାତି ପର୍ଯ୍ୟନ୍ତ ଭାରତରୁ ବିଦେଶ ଓ ବିଦେଶରୁ ଭାରତକୁ ବ୍ଯବସାୟିକ ବିମାନ ଚଳାଚଳ ବନ୍ଦ ରହିବ । ତେବେ କିଛି ନିର୍ଦ୍ଧିଷ୍ଟ ମାର୍ଗରେ ଅନୁମୋଦନ ପ୍ରାପ୍ତ ବିମାନ ଚଳାଚଳ କରିବ । ସପ୍ତମରେ ନୂଆ ଦିଲ୍ଲୀରେ ନଭେମ୍ବର ୧ ତାରିଖ ଠାରୁ ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ହୋଇଛି ।

କିନ୍ତୁ ଏହି ସମୟରେ କୌଣସି ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ସବୁ ପରିବର୍ତ୍ତନ ଉପରେ ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *