କଣ ଆପଣଙ୍କ ହାତରେ ଅଛି ଏହିପରି ଚିହ୍ନ ? ତ ନିଶ୍ଚୟ ଥରେ ଜାଣି ରଖନ୍ତୁ ଏହି କଥା – Astrology

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ ।

ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ । ସେହିପରି ଶାସ୍ତ୍ର ରେ ଆମ ଶରୀର ର ବିଭିନ୍ନ ଅଙ୍ଗ ବିଷୟ ରେ ବର୍ଣ୍ଣନା କରାଯାଇଛି । କେଉଁ ଅଙ୍ଗ କିପରି ହେବା ଦ୍ଵାରା ବ୍ୟକ୍ତି ଟି ଭାଗ୍ୟଶାଳୀ ହୋଇଥାଏ ସେ ବିଷୟରେ ଶାସ୍ତ୍ର ରେ ଉଲ୍ଲେଖ ରହିଛି । ସେହିପରି ମନୁଷ୍ୟ ର ହାତ ରେ ଏ ଧଳା ଚିନ୍ହ ଥିବା ଦ୍ୱାରା ମନୁଷ୍ୟ ବହୁତ ଭାଗ୍ୟଶାଳୀ ହୋଇଥାଏ । ତେବେ ଆସନ୍ତୁ ସେହି ବିଷୟ ରେ ଅଧିକ ଜାଣିବା ।

ବନ୍ଧୁଗଣ ଆମ ହାତର ନଖ ରେ ଏକ ପ୍ରକାର ଚିନ୍ହ ଦେଖା ଯାଇଥାଏ । ଯାହା କି ଅର୍ଦ୍ଧ ଚନ୍ଦ୍ରାକୃତି ହୋଇଥାଏ । ଏହାକୁ ଅନେକ ଲୋକ ଅଣଦେଖା କରିଥାନ୍ତି । କିନ୍ତୁ ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ମନୁଷ୍ୟ ର ଏହି ଚିନ୍ହ ରୁ ତାର ବ୍ୟକ୍ତିତ୍ବ ଓ ସ୍ଵଭାଵ ତଥା ସେ ଭାଗ୍ୟଶାଳୀ କି ନାହିଁ ଜଣାପଡ଼ିଥାଏ । କିଛି ଲୋକଙ୍କ ନଖ ରେ ଏହା ଧଳା ରଙ୍ଗ ର ହୋଇଥାଏ ଓ ଆଉ କିଛି ଲୋକଙ୍କ ହାତ ରେ ଏହା ହଳଦିଆ ରଙ୍ଗ ର ହୋଇଥାଏ ଏବଂ ଅନ୍ୟ କିଛି ଲୋକଙ୍କ ହାତ ରେ ଏହା କଳା ରଙ୍ଗ ର ହୋଇଥାଏ ।

ଏହି ଚିନ୍ହ ଦ୍ୱାରା ଅନେକ କିଛି କଥା ସେହି ମନୁଷ୍ୟ ସମ୍ପର୍କରେ ଜଣାପଡ଼ିଥାଏ । ଏହା ଆପଣଙ୍କ ର ଆଙ୍ଗୁଠି ଓ ଚିନ୍ହ ଉପରେ ନିର୍ଭର କରିଥାଏ କି ଆପଣଙ୍କ ର କଣ ଘଟିବାକୁ ଯାଉଛି । ଯଦି ଆପଣଙ୍କ ର ଡାହାଣ ହାତ ର ତର୍ଜନୀ ଆଙ୍ଗୁଠି ର ନଖ ରେ ଏହି ଧଳା ଚିନ୍ହ ଥାଏ ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କ ର ନୂତନ ସାଙ୍ଗ ହେବାକୁ ଯାଉଛନ୍ତି ।

ସେହିପରି ଭାବରେ ଯଦି ଏହିପରି ଧଳା ଚିନ୍ହ ଆପଣଙ୍କ ର ମଧ୍ୟମା ଆଙ୍ଗୁଠି ରେ ଦେଖା ଗଲା ତେବେ ଜାଣି ରଖନ୍ତୁ ଯେ କେହି ଜଣେ ନିଜ ର ଲୋକ ବା ଆପଣଙ୍କ ର ସମ୍ପର୍କୀୟ ଆପଣଙ୍କ ର ଶତ୍ରୁ ହୋଇପାରନ୍ତି । ତେଣୁ ସବୁବେଳେ ସତର୍କ ହୋଇ ରୁହନ୍ତୁ । ଯଦି ଆପଣଙ୍କ ର ଅନାମିକା ଆଙ୍ଗୁଠି ରେ ଏହିପରି ଚିନ୍ହ ଦେଖାଯାଇଥାଏ ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କ ଜୀବନରେ ବହୁତ ଧନ ଆସିବାକୁ ଯାଉଛି ।

ଏହା ସହିତ ଆପଣଙ୍କ ନିକଟ କୁ ବହୁତ ଭଲ ପାଇବା ମଧ୍ୟ ଆସିବ । ଆପଣଙ୍କ ଜୀବନ ଆନନ୍ଦମୟ ହେବ । ଯଦି ଆପଣଙ୍କ ର ହାତ ର କନିଷ୍ଠ ଆଙ୍ଗୁଠି ବା ସବୁଠାରୁ ଛୋଟ ଆଙ୍ଗୁଠିରେ ଯଦି ଏହିପରି କିଛି ଦାଗ ଦେଖା ଦେଲା ତେବେ ଜାଣି ରଖନ୍ତୁ ଯେ ଆପଣ କୌଣସି ବାହାର ସ୍ଥାନ କୁ ବୁଲିବାକୁ ଯାଇ ପାରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *