ନାକ ର ପ୍ରକାର ରୁ ଜାଣନ୍ତୁ ସ୍ଵଭାବ, ଆପଣଙ୍କ ବିଷୟରେ କଣ କହିଥାଏ ଆପଣଙ୍କ ନାକ ? Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ମାନଙ୍କ ର ସମସ୍ତଙ୍କ ଶରୀର ରେ ଜିନ ଥାଏ । ଯେଉଁଥିରୁ କି ଆମକୁ ଜଣାପଡ଼ିଥାଏ କି ଆମେ ମୋଟା ହେବୁ ନା ପତଳା , ଆମ ଚୁଟି ଘନ ହେବ କିମ୍ବା ପତଳା , ଆମର ଚେହେରା କେମିତି ହେବ , ଆମ ନାକ , ପାଟି , ହାତ , ଗୋଡ଼ କେମିତି ହେବ । ଆମେ ଡେଙ୍ଗା ହେବୁ କିମ୍ବା ଗେଡା ଏହା ସବୁ ଆମ ଜିନ ଉପରେ ନିର୍ଭର କରିଥାଏ । ଏହା ଛଡା ଆମ ଶରୀର ର ଅନ୍ୟ ସବୁ ଅଙ୍ଗ ନାକ , କାନ , ପାଟି , ଚେହେରା ଆଦି ସବୁ ମଧ୍ୟ ବହୁତ କିଛି କହିଥାଏ । କିଛି ବର୍ଷ ପୂର୍ବରୁ ନାକ ର ପରୀକ୍ଷଣ କରାଯାଇଥିଲା ସେଥିରୁ ଜଣା ପଡିଥିଲା ଯେ ନାକ ଦ୍ବାରା ମଧ୍ୟ ଆମେ ବହୁତ କିଛି ଜାଣି ପରିଥାଉ । ଏହା ଆମର ବ୍ୟବହାର , ଚରିତ୍ର ଆଦି ବିଷୟରେ ଜଣାଇଥାଏ । ପରୀକ୍ଷଣ ପରେ ବିଭିନ୍ନ ପ୍ରକାର ନାକ ବିଷୟରେ ଜଣାପଡିଥିଲା ।

ଯେଉଁ ମାନଙ୍କର ଲମ୍ବା ନାକ ଥାଏ ସେମାନେ ବହୁତ ଉଚ୍ଚ ଆଶା ରଖିଥାନ୍ତି । ସାଧାରଣ ମଣିଷ ଅପେକ୍ଷା ଏମାନଙ୍କର ଜୀବନରେ ବହୁତ କିଛି କରିବାର ଇଚ୍ଛା ରହିଥାଏ । ଏମାନଙ୍କର ଲକ୍ଷ୍ୟ ଗୋଟେ ହିଁ ହୋଇଥାଏ । ସେ ନିଜର ବ୍ୟକ୍ତିଗତ ଜୀବନ ଅପେକ୍ଷା ନିଜ କ୍ୟାରିଅର ପ୍ରତି ବେସି ଧ୍ୟାନ ଦେଇଥାନ୍ତି ।

ଵଟମ ନାକ ପରି ହୋଇଥିବା ବ୍ୟକ୍ତି ଙ୍କର ବହୁତ ଉଚ୍ଚ ଆଶା ରହିଥାଏ । ତାଙ୍କର ନିଜ ପ୍ରତି ଏବଂ ତାଙ୍କର ସବୁ କାମ ପ୍ରତି ବହୁତ ଆତ୍ମବିଶ୍ବାସ ରହିଥାଏ । ସେ ମନ ଖୋଲା ଲୋକ ହୋଇଥାନ୍ତି । ଯାହା ବି କରନ୍ତି ପୁରା ହୃଦୟ ରୁ କରିଥାନ୍ତି । ସେ ନିଜ ପାଇଁ ବହୁତ କିଛି କରିଥାନ୍ତି ।

ଆପଣଙ୍କ ର ଆଙ୍ଗୁଠି ଓ ମୁହଁ ମଧ୍ୟ ଆପଣଙ୍କୁ ବହୁତ କିଛି କହିଥାଏ । ଆଙ୍ଗୁଠି ମାଧ୍ୟମରେ ମଧ୍ୟ ଆମେ ଆମ ଭବିଷ୍ୟତ ଏବଂ ନିଜ ବିଷୟରେ ବହୁତ କିଛି ଜାଣି ପରିଥାଉ । ଏବଂ ଚେହେରା ର ପରୀକ୍ଷଣ ପରେ ମଧ୍ୟ ଜଣାଯାଇଥିଲା କି ଯାହାର ମୁଁହ ଲମ୍ବାଳିଆ ଏବଂ ପତଳା ହୋଇଥାଏ ସେମାନେ ଅନ୍ୟ ମାନଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ତାଙ୍କର ସ୍ମରଣ ଶକ୍ତି ଅନ୍ୟ ମାନଙ୍କ ଅପେକ୍ଷା ବହୁତ ଅଧିକ ହୋଇଥାଏ । ତାଙ୍କୁ ବୁଦ୍ଧିମାନ ବୋଲି ସମସ୍ତେ ମାନିଥାନ୍ତି ।

ଯେଉଁମାନଙ୍କ ର ମୁଁହ ଗୋଲ ସେମାନେ ବହୁତ ଶକ୍ତ ହୋଇଥାନ୍ତି । ତାଙ୍କର ସେମିତି କିଛି ଭାବନା ନ ଥାଏ । ସେ ଅନ୍ୟ କାହା କଥାରେ ଏତେ ଜଲଦି ଆସି ନ ଥାନ୍ତି । ଆପଣଙ୍କ ଆଖିର ରଙ୍ଗ ମଧ୍ୟ ଆପଣଙ୍କ ଚରିତ୍ର କୁ ଦର୍ଶାଇଥାଏ । ଯେଉଁମାନଙ୍କ ର ଆଖି ମାଟିଆ ହୋଇଥାଏ । ସେମାନେ ଅନ୍ୟ ମାନଙ୍କ ଅପେକ୍ଷା ବହୁତ ବୁଦ୍ଧିମାନ ଏବଂ ଆକ୍ଟିଭ ହୋଇଥାନ୍ତି । ଆଖିର ରଙ୍ଗ ସହ ଆଖିର ଆକାର ମଧ୍ୟ ଆପଣଙ୍କ ଚରିତ୍ର ରେ ଲୁଚିଥିବା କଥା କୁ ଦର୍ଶାଇଥାଏ ।

ଯଦି ଆପଣଙ୍କ ଆଖିର ଆକାର ସମାନ ମଧ୍ୟମ ଧରଣର ତେବେ ଆପଣ ବହୁତ ଶାନ୍ତ ସରଳ ସ୍ଵଭାଵ ର । ଏମାନେ କିଛି ବି କଥା ଲୁଚାଇ ରଖିନଥାନ୍ତି । ଯେଉଁମାନଙ୍କ ଆଖି ଚଉଡ଼ା ଏବଂ ପତଳା ହୋଇଥାଏ ସେମାନେ ବହୁତ ଭାବୁକ ହୋଇଥାନ୍ତି । ସେମାନେ ବହୁତ ଦୟାଳୁ ସ୍ଵଭାଵ ର ହୋଇଥାନ୍ତି ।

ସେମାନେ ବହୁତ କଥା କୁ ନିଜ ଭିତରେ ଲୁଚାଇ ରଖିଥାନ୍ତି । ତେବେ ଆପଣଙ୍କ ର ଯେମିତି ଆଙ୍ଗୁଠି ଚିହ୍ନ ଥାଏ ସେହିପରି ସମସ୍ତଙ୍କ ର ଓଠ ମଧ୍ୟ ଅଲଗା ଅଲଗା ହୋଇଥାଏ । ପୃଥିବୀ ରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କ ଓଠ ଅଲଗା ହୋଇଥାଏ । ଓଠ ମଧ୍ୟ ଆପଣଙ୍କ ଚରିତ୍ର , ବ୍ୟବହାର ଆଦି ସବୁ କୁ ଦର୍ଶାଇଥାଏ । ଆମର ପ୍ରତିଟି ଅଙ୍ଗ ଆମ ର ସବୁକିଛି କୁ ଦର୍ଶାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *