26 ବର୍ଷ ହେବ ଫିଲ୍ମ ଲାଇନ ଠାରୁ ଦୂରରେ ଅଛନ୍ତି Bollywood ର ଏହି Actress, ତଥାପି ମହାରାଣୀ ପରି ଆଜି କାଟୁଛନ୍ତି ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତା ପାଇଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡରେ କେତେକ ଦିଗଜ କଳାକାର ମାନଙ୍କ ସହ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ।

କିନ୍ତୁ ବନ୍ଧୁଗଣ ଗୋଟେ ସମୟରେ ସେ ବଲିଉଡକୁ ତ୍ୟାଗ କରିଦେଇଥିଲେ ହେଲେ ବର୍ତ୍ତମାନ ସେ ମହାରାଣୀଙ୍କ ପରି ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ ।

୧୯୯୦ ମସିହାରେ ଆସିଥିବା ହିନ୍ଦୀ ଫିଲ୍ମ ‘ସ୍ଵର୍ଗ’ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ବଲିଉଡର ଦିଗଜ ଅଭିନେତା ଗୋବିନ୍ଦା, ରାଜେସ ଖନା ଓ ଜୁହୀ ଚାବଲା ଆଦି ନଜର ଆସିଥିଲେ । ଏହି ଫିଲ୍ମଟି ଏକ ପାରିବାରିକ ଫିଲ୍ମ ଥିଲା ଯାହାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ମାଧବୀ । ଏହି ଫିଲ୍ମରେ ମାଧବୀ ରାଜେସ ଖନାଙ୍କ ପତ୍ନୀର ଭୂମିକା ପଦର୍ଶନ କରିଥିଲେ । ମାଧବୀଙ୍କ ଭୂମିକାକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଥିଲେ ।


ସ୍ଵର୍ଗ ଫିଲ୍ମ ବ୍ଯତୀତ ମାଧବୀ ଅମିତାବ ବଚନଙ୍କ ସହ ଫିଲ୍ମ ‘ଗିରଫ୍ତାର’ର ଏକ ଗୀତ ମଧ୍ୟ ନଜର ଆସିଛନ୍ତି । ମାଧବୀ ଅମିତାବଙ୍କ ସହ ଅନ୍ଧା କାନୁନ ଓ ଅଗ୍ନିପଥ ଆଦି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ମାଧବୀ ନିଜ କାରିୟରର ଆରମ୍ଭ ସାଉଥ ଫିଲ୍ମରୁ କରିଥିଲେ । ଏହାପରେ ସେ ୧୯୮୧ ମସିହାରେ ବଲିଉଡ ଫିଲ୍ମ ‘ଏକ ଦୁଜେ କେ ଲିୟେ’ ରୁ ନିଜ ବଲିଉଡ କାରିୟରର ଆରମ୍ଭ କରିଥିଲେ ।

ଏହି ଫିଲ୍ମ ପରେ ସେ ୧୯୮୩ ମସିହାରେ ଅନ୍ଧ କାନୁନ, ୧୯୮୪ ମସିହାରେ ମୁଝେ ଶକ୍ତି ଦୋ ଓ ଅଗ୍ନିପଥ, ୧୯୯୦ ମସିହାରେ ମିଶାଲ, ୧୯୮୫ ମସିହାରେ ଗିରଫ୍ତାର ଏବଂ ୧୯୮୭ ମସିହାରେ ଲୋହା ଆଦି ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତ ହାସଲ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ୧୯୯୪ ମସିହାରେ ଫିଲ୍ମ ଫିଲ୍ମ ‘ଖୁଦାଇ’ରେ ଦେଖାଯାଇଥିଲା । ଏହି ଫିଲ୍ମ ପରଠାରୁ ସେ ବଲିଉଡକୁ ତ୍ୟାଗ କରିଥିଲେ ।

ମାଧବୀ ବିଜନେସ ମ୍ୟାନ ରାଲ୍ଫ ଶର୍ମାଙ୍କ ସହ ବିବାହ କରିଥିଲେ । ମାଧବୀ ଓ ରାଲ୍ଫଙ୍କ ସାକ୍ଷାତ ହିମାଳୟର ଏକ ଇନଷ୍ଟଟ୍ଯୁଟରେ ହୋଇଥିଲା । ଏହି ଦୁଇଜଣ ପରସ୍ପର ସହ ପ୍ରେମ କରି ବିବାହ କରିଥିଲେ । ବିବାହ କରିବା ପରେ ମାଧବୀ ନିଜ ଅଭିନୟ କାରିୟରକୁ ତ୍ୟାଗ କରିଥିଲେ । ମାଧବୀ ବର୍ତ୍ତମାନ ନ୍ୟୁ ଜର୍ସିରେ ନିଜ ପରିବାର ସହ ବହୁତ ଖୁସିରେ ରହୁଛନ୍ତି ଓ ତାଙ୍କର ତିନୋଟି ଝିଅ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *