ଅଦ୍ଭୁତ ଗାଁ ! ନାହାନ୍ତି ଗୋଟେ ହେଲେ ବି ପୁରୁଷ, ହେଲେ ବି ଗର୍ଭବତୀ ହେଉଛନ୍ତି ମହିଳା, ସାରା ବିଶ୍ଵ ହେଉଛି ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ, ପ୍ରାୟ ୨୭ ବର୍ଷ ହେବ ମହିଳାମାନେ ବୀନା ପୁରୁଷରେ ଗର୍ଭବତୀ ହେଉଛନ୍ତି । ଏହିକଥା ଆପଣ ଆପଣଙ୍କ କାନ ଉଠିବା ଦିନରୁ ଶୁଣିନଥିବେ ନିଶ୍ଚୟ । କାରଣ ସଂସାର ନିୟମ ହେଉଛି ପୁରୁଷ ଏବଂ ମହିଳା ଉଭୟଙ୍କ ମିଳନରେ ଗର୍ଭରେ ସନ୍ତାନ ସୃଷ୍ଟି ହେବ । କିନ୍ତୁ ଏଠାରେ ତ ସୃଷ୍ଟିର ନିୟମ ହିଁ ବଦଳି ଯାଇଛି । ଅସମ୍ଭବ ସମ୍ଭବ ହୋଇସାରିଛି । କୌଣସି ମହିଳାଙ୍କୁ ବି ଗର୍ଭଧାରଣ କରିବା ପାଇଁ ପୁରୁଷଙ୍କ ଆବଶ୍ୟକତା ପଡୁନାହିଁ । ତେବେ ଏଭଳି ଏକ ଖବର ସମ୍ପର୍କରେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ।

ପ୍ରାୟ ୨୭ ବର୍ଷ ହେବ ଏକ ଗ୍ରାମରେ କେବଳ ମହିଳାମାନେ ହିଁ ରହି ଆସୁଛନ୍ତି । ସେହି ଗ୍ରାମରେ କେହିବି ପୁରୁଷ ନାହାନ୍ତି । ତଥାପି ମହିଳାମାନେ ହେଉଛନ୍ତି ଗର୍ଭବତୀ । ଏହି ଗ୍ରାମରେ ପୁରୁଷ ମାନଙ୍କୁ ପ୍ରବେଶ କରିବା ନିଷେଧ । ସେହି ଗ୍ରାମ ଆରମ୍ଭରେ ଏକ ବୋର୍ଡ ମଧ୍ୟ ଲଗାଯାଇଛି କି ଗ୍ରାମରେ ପୁରୁଷ ମାନଙ୍କୁ ନିଷେଧ । ଏହି ଗ୍ରାମଟି କେନିଆରେ ଅବସ୍ଥିତ ।

ଗ୍ରାମର ନାମ ହେଉଛି ଓମୋଜା । ଏହିଠାରେ କେବଳ ମହିଳାମାନେ ରୁହନ୍ତି । ଗ୍ରାମରେ ସିନା ପୁରୁଷମାନେ ପ୍ରବେଶ କରନ୍ତି ନାହିଁ କିନ୍ତୁ ଗ୍ରାମ ବାହାରକୁ ମହିଳା ମାନେ ଯାଇଥାନ୍ତି । ଗ୍ରାମ ବାହାରେ ଯାଇ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବା ପରେ ପୁଣି ଥରେ ଗ୍ରାମକୁ ଫେରିଆସନ୍ତି । ଏବଂ ଏହିଭଳି ଭାବରେ ନିଜ ବଂଶକୁ ଆଗକୁ ବଢାନ୍ତି ।

ଏଭଳି ଗ୍ରାମ ସୃଷ୍ଟି ହେବାର କାରଣ ହେଉଛି ୧୯୯୦ ମସିହାରେ ବ୍ରିଟିଶ ସୈନିକ ମାନେ କିଛି ମହିଳାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ବନ୍ଧ ରଖିଥିଲେ । ଏହାପରେ ସେହି ସମାଜର ଲୋକମାନେ ଏହି ମହିଳା ମାନଙ୍କୁ ତାଙ୍କ ସମାଜରୁ ବାହାର କରିଦେଲେ । ଗ୍ରାମରୁ ବାହାରି ଯାଇଥିବା ସମସ୍ତ ପନ୍ଦର ଜଣ ମହିଳା ଏହି ଜାଗାରେ ଆସି ରହିବାକୁ ଲାଗିଲେ ।

ଧୀରେ ଧୀରେ ସେହି ମହିଳା ମାନେ ହିଁ ଗ୍ରାମରେ ରହି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟ ଦଳିତ ପୀଡିତ ମହିଳା ମାନଙ୍କୁ ମଧ୍ୟ ଏହି ମହିଳା ମାନେ ନିଜ ସହ ରହିବା ପାଇଁ ସ୍ଥାନ ଦେଲେ । ଆଉ ଏକ ପୁରୁଷ ନିଷେଧ ଭଳି ନିଆରା ଗ୍ରାମ ସୃଷ୍ଟି କରିଲେ । ଏହା ସମ୍ପର୍କରେ ଆପଣ ମାନଙ୍କ ମତ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *