ନମସ୍କାର ବନ୍ଧୁଗଣ ତେବେ ଷଷ୍ଠ ଦିନରେ ଋଷ ଏବଂ ୟୁକ୍ରେନ ଯୁଦ୍ଧ । ସୋମବାର ଋଷ ୟୁକ୍ରେନର ରାଜଧାନୀ କିଭରେ ବିଭିନ୍ନ ସ୍ଥାନରେ ବଡ ବଡ ବୋମା ବିସ୍ଫୋରଣ କରିଥିଲା । ବିସ୍ଫୋରଣ ଦେଖି ଅନେକ ଲୋକ ପ୍ରାଣ ଭୟରେ ବଙ୍କର ଭିତରକୁ ପଳାଇ ଯାଉଥିବା ଦେଖିବାକୁ ମଧ୍ୟ ମିଳି ଥିଲା । କିଭର ବ୍ରୋବେରୀ ସୋଲେମୈକାରେ ଏହି ବିସ୍ଫୋରଣ ହୋଇଥିଲା । ଦିନ ରାତି ମିସାଇଲ ଏବଂ ବିସ୍ଫୋରଣ ଶବ୍ଦ ଶୁଣାଯାଉଛି ।
ସହର ଭିତରେ ବାରମ୍ବାର ସାଇରନ ବାଜୁଛି । ଏପରି କରି ଲୋକଙ୍କୁ ଘର ଭିତରେ ରହିବାକୁ ୟୁକ୍ରେନ ସରକାର କହିଛନ୍ତି । ତେବେ ୟୁକ୍ରେନର ବିଭିନ୍ନ ସହର ସହିତ ରାଜଧାନୀ କିଭକୁ ଦଖଲ କରିବାକୁ ଋଷ ଉଦ୍ୟମ କରୁଛି । ଋଷର ଏପରି ଆକ୍ରମଣକୁ ବିଭିନ୍ନ ଦେଶ ନିନ୍ଦା କରୁଛନ୍ତି । ଜାତିସଂଘ ମଧ୍ୟ ଏହାକୁ କଡା ଭାଷାରେ ନିନ୍ଦା କରୁଛି । ୟୁକ୍ରେନର ଦ୍ୱିତୀୟ ସର୍ବବୃହତ ସହର ଖାରକିଭରେ ମଧ୍ୟ ଋଷ ସେନା ରକେଟ ମାଡ ସାଙ୍ଗକୁ ଗୋଳା ବାରୁଦ ବିସ୍ଫୋରଣ କରୁଛନ୍ତି ।
ତେବେ ପ୍ରାଣ ଭୟରେ ୟୁକ୍ରେନର ନାଗରିକ ମାନେ ମଧ୍ୟ ଅସ୍ତ୍ର ଉଠାଉଛନ୍ତି । ରୁଷର ଆକ୍ରମଣ ଦେଖି ନାଟୋର ସାମିଲ ଥିବା ବିଭିନ୍ନ ଦେଶ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଇବେ ବୋଲି କହିଛନ୍ତି । ତେବେ ସେପଟେ ରୁଷିଆନ ମାଲିକଙ୍କ ବିଳାସପୂର୍ଣ୍ଣ ୟଟ୍ କୁ ବୁଡାଇ ଦେବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ୟୁକ୍ରେନ ନାବିକ । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ବିରୋଧ କରିବା ପାଇଁ ତାରାସ ଓସ୍ତାପଚୁକ୍ ୫୫ ବର୍ଷୀୟ ୧୫୬ ଫୁଟ୍ ଉଚ୍ଛ ଜାହାଜକୁ ବୁଡ଼ାଇ ଦେବା ଉଦ୍ଦେଶ୍ୟରେ ଇଞ୍ଜିନ ରୁମ୍ର ଭଲଭ ଖୋଲି ଦେଇଥିଲେ ।
ସ୍ପେନର ମାଲୋର୍କାଠାରେ ୟଟ୍କୁ ଡକ୍ କରାଯାଇଥିବା ବେଳେ ଜଣେ ଶିପ୍ ଇଞ୍ଜିନିୟର ଓସ୍ତାପଚୁକ୍ ଜାହାଜକୁ ବୁଢ଼ାଇ ଦେବାକୁ ଉଦ୍ୟମ କରିଥିଲେ । ତେବେ ତାଙ୍କୁ ସ୍ପେନର ସିଭିଲ ଗାର୍ଡ ଶନିବାର ଗିରଫ କରିଛି । ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେ ବିଚାରପତିଙ୍କ ଆଗରେ ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରୁ ନ ଥିବା କହିଥିଲେ । “ମୁଁ ଯାହା କରିଛି, ସେଥି ଲାଗି ମୁଁ ଅନୁତପ୍ତ ନୁହେଁ । ମୁଁ ପୁଣି ଥରେ କରିବି” ବୋଲି ୟୁକ୍ରେନ ନାବିକ କହିଥିଲେ ।
ସେ କହିଥିଲେ ତାଙ୍କ ମାଲିକ ଜଣେ ଅପରାଧୀ, ଯିଏକି ୟୁକ୍ରେନ ଲୋକଙ୍କ ଜୀବନ ନେଉଥିବା ଅସ୍ତ୍ରକୁ ବିକନ୍ତି । ଉଲ୍ଲେଖଯୋଗ୍ୟ, ୧୫୬ ଫୁଟ୍ ଲମ୍ବା ୟଟ୍ ‘ଦ ଲେଡି ଆନାସ୍ତାସିଆ’ର ମାଲିକ ହେଉଛନ୍ତି ଆଲେକ୍ସଜାଣ୍ଡର ମିଜୀବ । ସେ ରୋଜବୋରୋନେକ୍ସପୋର୍ଟର ସିଇଓ । ଏହି କମ୍ପାନୀ ଅସ୍ତ୍ର, ଜାହାଜ, ଟ୍ୟାଙ୍କ ଓ ଯୁଦ୍ଧ ବିମାନ ଭଳି ପ୍ରତିରକ୍ଷା ବସ୍ତୁ ରୁଷିଆକୁ ଯୋଗାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।