ଏବେ ଖାଲି ମୁଣ୍ଡ ଗଡିବ ! ଋଷ ଟାର୍ଗେଟରେ ଅଛନ୍ତି ଏହି 23 ମହାରଥୀ, ଦେଖନ୍ତୁ କିଏ ସେହି 23 ମହାରଥୀ… 

ବନ୍ଧୁଗଣ ଏବେ ଋଷ ଜାରି କରିଛି ହିଟ ଲିଷ୍ଟ ତେବେ ଏହି ଲିଷ୍ଟରେ ଜେଲେନ୍ସକିଙ୍କ ସହ ଟାର୍ଗେଟରେ ଅଛନ୍ତି ୨୩ ଜଣ । ମୁଣ୍ଡ ଗଦେଇବାକୁ ପ୍ରସ୍ତୁତ ରଣନୀତି । ରୁଷିଆର ଏହି ହିଟ ଲିଷ୍ଟରେ ଟାର୍ଗେଟରେ ଅଛନ୍ତି ୨୩ ଜଣ ମହାରଥୀ । ଏହି ମହାରଥୀ ମାନଙ୍କ ମୁଣ୍ଡ ଗଦେଇବା ପାଇଁ ଋଷ ସୈନ୍ୟଙ୍କୁ ଦିଆଯାଇଛି ସ୍ଵତନ୍ତ୍ର ତାଲିମ । ୟୁକ୍ରେନ ରୁଷିଆ ମହା ଯୁଦ୍ଧରେ ଏବେ ଏହି ହିଟ ଲିଷ୍ଟକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଚାଲିଛି ।

ତେବେ ଏହି ହିଟ ଲିଷ୍ଟରେ ଏବେ କିଏ କିଏ ଅଛନ୍ତି ତାକୁ ନେଇ ଖୋଳତାଳ ଆରମ୍ଭ ହୋଇଛି । ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ଏବେ ଋଷର ଟାର୍ଗେଟରେ ଅଛନ୍ତି  । ତାଙ୍କୁ ବନ୍ଦିର କରିବା ପାଇଁ ମସ୍କୋ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏ କଥା ଆମେ ନୁହେଁ ବ୍ରିଟେନର ଖବର କାଗଜ ଏହାର ସୂଚନା ଦେଇଛି । କେବଳ ଜେଲେନ୍ସକିଙ୍କୁ ହତୟା କରିବା ପାଇଁ ୪୦୦ ସଦସ୍ୟଙ୍କୁ ୟୁକ୍ରେନରେ ଆଲର୍ଟ କରାଯାଇଛି ।

କେବଳ ଜେଲେନ୍ସକି ନୁହେଁ କିବ୍ ର ମେୟର ମଧ୍ୟ ଏହି ତାଲିକାରେ ଅଛନ୍ତି ବୋଲି ସୂଚନା ମିଳିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲେ ଜେଲେନ୍ସକିଙ୍କୁ ଟାର୍ଗେଟ କରିବା ଲାଗି ଆଫ୍ରିକାରୁ ୟୁକ୍ରେନ ଉଡାଣ ଭରିଛି ସ୍ଵତନ୍ତ୍ର ଯୁଦ୍ଧ ଜାହାଜ । ଏହି ଜାହାଜରେ ୱାଗନର ଗୋଷ୍ଠୀ ଯବାନ ମାନେ ଅଛନ୍ତି । ୟୁକ୍ରେନ ଓ ରୁଷିଆ ମଧ୍ୟରେ ପ୍ରାୟ ଏକ ସପ୍ତାହ ହେବ ଲାଗି ରହିଛି ଯୁଦ୍ଧ ।

ଏବେ ୟୁକ୍ରେନ ରାଜଧାନୀ କିବ୍ କୁ ଟାର୍ଗେଟ କରିବାରେ ବ୍ୟସ୍ତ ଅଛନ୍ତି ପୁଟିନ ସେନା । ଏହା ସହ ଋଷିଆ ସେନାକୁ ମୁହାତୋଡ ଜବାବ ଦେବା ପାଇଁ ୟୁକ୍ରେନ ସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଯାହାଦ୍ୱାରା ଏତେ ସହଜରେ କିବ୍ ଉପରେ କବଜା କରିପାରୁ ନାହାନ୍ତି ପୁଟିନ । ବର୍ତ୍ତମାନ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି, କିବ୍ ମେୟରଙ୍କ ସହ ୨୩ ଜଣ ଋଷିଆ ଟାର୍ଗେଟରେ ଅଛନ୍ତି ।

ବନ୍ଧୁଗଣ ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଏକ ଭିଡିଓ ଅପଲୋଡ କରି କହିଥିଲେ, ଋଷିଆର ଟାର୍ଗେଟରେ ମୁଁ ଆଉ ମୋ ପରିବାର ଅଛନ୍ତି । କିନ୍ତୁ ମୁଁ ଆଉ ମୋ ପରିବାର ଦେଶ ଛାଡି କୁଆଡେ ବି ଯିବୁ ନାହିଁ । ଏଭଳି ପରିସ୍ଥିତିରେ ପୁରା ବିଶ୍ଵ ଆମକୁ ଏକା ଛାଡି ଦେଲା ହେଲେ ଆମେ ଲଢେଇ ଜାରି ରଖିଛୁ ଓ ଆଗକୁ ବି ଜାରି ରଖିବୁ ବୋଲି ଜେଲେନ୍ସକି କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *