ଭୟଙ୍କର ରାଗି ନାଗ-ନାଗୁଣୀ ଯୋଡିକୁ ଧରିବା ସମୟରେ ହେଲା ବଡ ଦୁର୍ଘଟଣା ! ସାପ ଧରାଳିଙ୍କ ସହ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ । ଅନେକ ଫିଲ୍ମ ଓ ଚିଡିଆ ଖାନାରେ ମଧ୍ୟ ସାପ ଦେଖିଥିବେ । ଏହି ଦୁନିଆରେ ସାପର ବହୁତ ପ୍ରଜାତି ଅଛନ୍ତି ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ନାଗ ସାପକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରିଥାନ୍ତି ତେଣୁ ପ୍ରାଚୀନ କାଳରୁ ନାଗ ସାପକୁ ଦେଖିଲେ ଲୋକ ମାନେ ପୂଜା ଅର୍ଚ୍ଚନା କରିଥାନ୍ତି ।

ନାଗ ସାପ ସହ ଯଦି ଅନେକ ଅନ୍ଧ ବିଶ୍ଵାସ ଏବେ ମଧ୍ୟ କିଛି ସ୍ଥାନରେ ଅଛି । ଲୋକମାନେ ସାପକୁ ପୂଜା କରିବା ପାଇଁ ନିଜ ଘରେ ରଖୁଛନ୍ତି ହେଲେ ବନ୍ଧୁଗଣ ସେମାନେ ଜାଣି ନାହାନ୍ତି ଏହି ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ । ଯଦି କୌଣସି ବ୍ୟକ୍ତିକୁ ନାଗ ସାପ ଚୋଟ ମାରିବ ତା ହେଲେ ମାତ୍ର କିଛି ସମୟ ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ହୋଇଯିବ ।

ତେଣୁ ବନ୍ଧୁଗଣ ଆପଣ ମାନେ ବି ନାଗ ସାପ ଠାରୁ ଦୂରେଇ ରହିବା ଉଚିତ । ହେଲେ ସାପକୁ କେବେବି ହେଲେ ମାରିବେ ନାହିଁ । ଯଦି ଆପଣ ନିଜ ଘର ପାଖରେ ସାପ ଦେଖୁଛନ୍ତି ତା ହେଲେ ଆପଣ ବନ ବିଭାଗକୁ ଏହାର ସୂଚନା ଦେଇପାରିବେ । ବନ ବିଭାଗ ସୁରକ୍ଷିତ ଭାବରେ ସାପକୁ ଉଧାର କରି ନେଇଯିବେ । ତେବେ ଗତ କିଛି ସମୟ ହେବ ଏକ ନାଗ ସାପ ଉଦ୍ଧାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓରେ ଦୁଇଟି ନାଗ ସାପର ଭୟଙ୍କର କ୍ରୋଧ ଦେଖିବାକୁ ମିଳିଛି ।  ଲୋକ ଦୁଇଟି ନାଗକୁ ଦେଖିବା ପରେ ଜଣେ ସାପ ଧରାଳିଙ୍କୁ ଡକାଇ ଥିଲେ ଓ ସାପ ଧରାଳି ଜଣକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବନ୍ଧୁଗଣ ଉଦ୍ଧାର ସମୟରେ ସାପ ଧରାଳିଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା । କାରଣ ଗୋଟେ ସାପ ହାତକୁ ଆସିବା ବେଳକୁ ଆଉ ଗୋଟେ ସାପ ହାତରୁ ଖସି ଯାଉଥିଲା ।

ବନ୍ଧୁଗଣ ଏହି ଦୁଇଟି ନାଗ ମିଳନ କରୁଥିଲେ । ତେବେ ଉଦ୍ଧାର ସମୟରେ ସାପ ଧରାଳିଙ୍କୁ ମଧ୍ୟ ନାଗ ଚୋଟ ମରିଥିଲା ହେଲେ ଭାଗ୍ୟ ଭଲ ଥିବାରୁ ଜୋତାରେ ଚୋଟ ବାଜି ଥିଲା । ବହୁତ କଷ୍ଟ ପରେ ସାପକୁ ଉଦ୍ଧାର କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *