ଆଖି ବୁଜି ଦେଲେ ଆକାଶର ଭୂତ ! ଯୁଦ୍ଧ ବୀରଙ୍କ ଏମିତି କାହାଣୀ ଯିଏ ଶୁଣୁଛି ସିଏ କହୁଛି- ବାଃ ଯୋଦ୍ଧା ହେବ ତ ଏମିତି !

ବନ୍ଧୁଗଣ, ଚର୍ଚ୍ଚାରେ ୟୁକ୍ରେନର ରହସ୍ୟମୟ ପାଇଲଟ । ଖସାଇବେ ରୁଷିଆ ର ୪୦ ଟି ବିମାନ । “ଘୋଷ୍ଟ ଅଫ କିଭ” ଭବାରେ ପରିଚିତ ଥିଲେ ଏହି ପାଇଲଟ । ରୁଷ ସହ ଲଢୁ ଲଢୁ ଟଳି ପଡିଲେ ଏହି ରହସ୍ୟମାୟା ପାଇଲଟ । ୱାର ହିରୋ ଅଥବା ଯୁଦ୍ଧବୀର ଙ୍କର ଏଭଳି ଏକ କାହାଣୀ ୟୁକ୍ରେନ ରୁ ଆସିଛି । ଏହାକୁ ଯିଏ ମଧ୍ୟ ଶୁଣୁଛି ସେ କହୁଛି ଯେ ୱା ଯୁଦ୍ଧ ହେବ ତ ଏଭଳି । ଏହି କାହାଣୀ ଟି ହେଉଛି ମେଜର ଷ୍ଟିପାନ ତାରାବୋଲ୍କା ଙ୍କର ।

ତାରାବୋଲ୍କା ୟୁକ୍ରେନ ବାୟୁସେନା ରେ ପାଇଲତ ଭାବରେ କାର୍ଯ୍ୟ କରୁଥିଲେ । ୟୁକ୍ରେନ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏହି ସାହାସୀ ପାଇଲଟ ରୁଷିଆ ର ପ୍ରାୟ ୪୦ ଟି ଲଢୁଆ ବିମାନ ଖସାଇ ଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଅଛି । “ଘୋଷ୍ଟ ଅଫ କିଭ” ଭାବରେ ପରିଚିତ ଏହି ପାଇଲଟ ଙ୍କର ଗତ ମାସ ରେ ଦେହାନ୍ତ ହୋଇଥିବା ଜଣା ପଡିଛି ।

ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ତାରିଖ ଦିନ ମିକ ୨୯ ବିମାନ ଚଳାଇ ଲଢାଇ କରୁଥିଲେ ଏହି ପାଇଲଟ ସେହି ବିମାନ ଟିକୁ ଗୁଳି ମାରି ଖସାଇ ଦେଇଥିଲା ରୁଷ । ୟୁକ୍ରେନ ସରକାର ଟ୍ଵିଟ କରି କହିଛନ୍ତି ଯେ, ଲୋକେ ତାଙ୍କୁ “ଘୋଷ୍ଟ ଅଫ କିଭ” ଡାକୁଥିଲେ । ଆକ୍ରମଣକାରୀ ରୁଷିଆ ଲଢୁଆ ବିମାନ ଗୁଡିକ ନିମନ୍ତେ ସେ ଆତଙ୍କ ପାଲଟି ଯାଇଥିଲେ ବୋଲି ୟୁକ୍ରେନ ସରକାର କହିଛନ୍ତି । ପଶ୍ଚିମ ୟୁକେନ ର କୋରୋଲିକା ଗାଁ ର ଏକ ଛୋଟ ଗ୍ରାମ ରେ ଏକ ଶ୍ରମଜୀବି ପରିବାରରେ ମେଜର ତାରାବଲ୍କା ଜନ୍ମ ହୋଇଥିଲେ ।

ତାଙ୍କ ଗାଁ ଆକାଶ ଦେଇ ଉଡି ଯାଉଥିବା ଲଢୁଆ ବିମାନ ଗୁଡିକୁ ଦେଖି ସେ ପିଲା ଦିନୁ ପାଇଲଟ ହେବାକୁ ମନୋ ବଳାଇଥିଲେ । ତେବେ ନିଜ ସ୍ଵପ୍ନ କୁ ସତ କାରୀ ଦେଖଥିଲେ ଏହି ପାଇଲଟ ଜଣକ । ଏପରି ବହୁତ କମ ବ୍ୟକ୍ତି ଥାନ୍ତି ଯେ କି ନିଜେ ଦେଖିଥିବା ସ୍ଵପ୍ନ କୁ ସାକାର କରି ନିଜ ମାଟି ତଥା ଦେଶର ନାମ ପ୍ରସିଦ୍ଧ କରାଇଥାନ୍ତି ।

ବର୍ତ୍ତମାନ ଏହି ବୀର ପାଇଲଟ ଙ୍କ ଦେହାନ୍ତ ପରେ ସମସ୍ତ ୟୁକ୍ରେନ ବାସୀ ମର୍ମାହାତ ହୋଇ ପଡିଛନ୍ତି । ଏହି ବୀର ପାଇଲଟ ଙ୍କୁ ଆମ୍ଭ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *