Interesting Gk Questions- ନଧୋଇ ସମସ୍ତେ ଖାଆନ୍ତି ଖାଇସାରି ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି, କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ । 

୧. ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ଖେଳନ୍ତି ସମସ୍ତେ । ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର- ବେଲୁନ 

୨. ସେ କିଏ ମୁଣ୍ଡ ନାହିଁ ତଥାପି କ୍ୟାପ୍ ପିନ୍ଧେ ?

ଉତ୍ତର- ବୋତଲର ମୁଣ୍ଡ ନାହିଁ ତଥାପି କ୍ୟାପ୍ ପିନ୍ଧେ । 

୩. ମୁଁ ଜଣେ ମଣିଷକୁ ଦୁଇଜଣ କରିଦିଏ ମୁଁ କିଏ ?

ଉତ୍ତର- ଆଇନା ଜଣେ ମଣିଷକୁ ଦୁଇଟି କରିଦିଏ । 

୪. କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲି ପାରେ କାନ ନାହିଁ କିନ୍ତୁ ଶୁଣିପାରେ ?

ଉତ୍ତର- ସାପର ପାଦ ନାହିଁ କିନ୍ତୁ ଚାଲି ପାରେ କାନ ନାହିଁ କିନ୍ତୁ ସେ ଶୁଣିପାରେ । 

୫. ସେ କିଏ ଯିଏ ସବୁବେଳେ ତା ମୁହଁକୁ ମାଟିରେ ଘଶୁ ଥାଏ ?

ଉତ୍ତର- ଝାଡୁ । 

୬. କେଉଁ ଦୀପ ଜଳେ ନାହିଁ ?

ଉତ୍ତର- ପାରାଦୀପ ହେଉଛି ଏକ ଦୀପ ଯାହା ଜଳେ ନାହିଁ । 

୭. ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ସୁଖେ ନାହିଁ ?

ଉତ୍ତର- ଝାଳ କେବେବି ଖରାରେ ସୁଖୀ ନଥାଏ । 

୮. ସେ କିଏ ଯିଏ ନିଜ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଇ ଥାଏ ?

ଉତ୍ତର- ଅନ୍ଧ ଲୋକଙ୍କ ବାଡି ଅନ୍ଧକୁ ରାସ୍ତା ଦେଖାଇ ଥାଏ । 

୯. ସେ କେଉଁ ଫୁଲ ଯାହା କେବେ ଫୁଟି ନଥାଏ ?

ଉତ୍ତର- ଏପ୍ରିଲ ଫୁଲ 

୧୦. ଫୁଲ ନଥିଲେ ବି ବାସ୍ନା ହୁଏ ଈର୍ଷା ନଥିଲେ ବି ଜଳି ଥାଏ ତାହା କଣ ?

ଉତ୍ତର- ଧୂପକାଠି । 

୧୧. ଟିକି ବାଛୁରି ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା ଏହାର ଉତ୍ତର କଣ ?

ଉତ୍ତର- ଛୁଞ୍ଚି ସୂତା । 

୧୨. ରାମୁର ବାପାଙ୍କ ତିନି ପୁଅ । ପ୍ରଥମଟିର ନାମ ଜୁନ, ଦ୍ଵିତୀୟଟିର ନାମ ଜୁଲାଇ, ତୃତୀୟଟିର ନାମ କଣ ?

ଉତ୍ତର- ରାମୁ ନିଜେ । 

୧୩. ନଧୋଇ ସମସ୍ତେ ଖାଆନ୍ତି ଖାଇସାରି ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି ତାହା କଣ ?

ଉତ୍ତର- ଚପଲ ବା ଜୋତା । 

Leave a Reply

Your email address will not be published. Required fields are marked *