ନବରାତ୍ରି ରେ ଭୁଲରେ ବି କରନ୍ତୁ ନାହିଁ ଏହି ୬ ଟି ଭୁଲ, ମାତା ହୋଇଯାନ୍ତି କ୍ରୋଧିତ, ଘରକୁ ମାଡି ଆସେ ଭୟଙ୍କର ଦରିଦ୍ରତା

ମାତା ରାଣୀ ଙ୍କର ଅନେକ ରୂପ ରହିଛି ଓ ମା’ ଙ୍କର ପ୍ରତ୍ଯେକ ରୂପ ଭକ୍ତ କୁ ସୁଖ ସମୃଦ୍ଧି ଓ ଶକ୍ତି ଦେଇଥାଏ । ନିଜ ଭକ୍ତ ଙ୍କର ଭକ୍ତିରେ ମାତା ରାଣୀ ତୁରନ୍ତ ପ୍ରସନ୍ନ ହୋଇ ତାଙ୍କର ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି । ସେଇଠି ଭକ୍ତଙ୍କର ଛୋଟିଆ ଭୁଲ ବି ମାତା ରାନୀଙ୍କୁ କ୍ରୋଧିତ କରିପାରେ । ମାନେ ଯେତେ ଜଲ୍ଦି ମାତା ପ୍ରସନ୍ନ ହୁଅନ୍ତି ସେତିକି ଜଲ୍ଦି ରୁଷ୍ଟ ବି ହୋଇଯାନ୍ତି । ଅର୍ଥାତ ଆମ ସମସ୍ତଙ୍କୁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କି ମା’ ଙ୍କୁ ସବୁବେଳେ ପ୍ରସନ୍ନ ରଖିବା ପାଇଁ ।

ଆମେ ସମସ୍ତେ ଜାଣିଛୁ କି ନବରାତ୍ରି ରେ କଣ କଣ କରିବା ଦ୍ଵାରା ମା ଆମ ଉପରେ ପ୍ରସନ୍ନ ହୋଇଯିବେ ଓ ଆମ ଉପରେ କୃପା କରି ଆମେ ମନଇଚ୍ଛା ଫଳ ପ୍ରାପ୍ତ କରିପାରିବୁ । ଯାହାକୁ ତ ଆମେ କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କର କେଉଁ କେଉଁ ଭୁଲ ପାଇଁ ମା ଆପଣଙ୍କ ଉପରେ ରୁଷ୍ଟ ହୋଇ ପାରନ୍ତି ଓ ଆମକୁ ତାଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ନବରାତ୍ରିରେ ଆମକୁ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ ।

୧. ସବୁଠୁ ବଡ କଥା ହେଲା କି ମା ଆପଣଙ୍କୁ କେବେ ବି ପୂଜା ପାଠ କରିବା ପାଇଁ ବାଧ୍ୟ କରନ୍ତି ନାହିଁ କିନ୍ତୁ ଯଦି ଆପଣ କରୁଛନ୍ତି ତେବେ ନିଜର ପୁରା ଶ୍ରଦ୍ଧା, ନିଷ୍ଠା ଓ ଭକ୍ତି ସହକାରେ କରନ୍ତୁ । ମା ଙ୍କ ଆରାଧନା କରିବା ସମୟରେ ମନରେ କୌଣସି ପ୍ରକାରର ଖରାପ ଭାବନା ଆଣିବା ଉଚିତ ନୁହେଁ । କାହିଁକି ନା ଯାହାଙ୍କ ମନରେ ଶଙ୍କା ବା ଖରାପ ଭାବନା ରହିଥାଏ ସେହି ମନ କେବେ ବି ଶାନ୍ତ ହୋଇ ପାରିବ ନାହିଁ ଓ ଅଶାନ୍ତ ମନରେ ପୂଜା ପାଠ କଲେ କୌଣସି ଫାଇଦା ମିଳିନଥାଏ । ମା’ ଙ୍କ ପ୍ରତି ସମ୍ମାନ ଭାବନା ରଖନ୍ତୁ ।

୨. ନବରାତ୍ରି ରେ କୌଣସି ପ୍ରକାରର ମାଂସାହାରୀ ଓ ତାମସିକ ଆହାର ଓ ମଦ, ତମ୍ବାଖୁ ଆଦି ର ସେବନ ବିଲକୁଲ ବି କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ମଣିଷ ର ମନ ଓ ମସ୍ତିସ୍କ ଉପରେ ନିୟନ୍ତ୍ରଣ ରହିନଥାଏ । ତାମସିକ ଆହାର ଶରୀରରେ ଉଷ୍ମତା ର ନିର୍ମାଣ କରିଥାଏ । ଯାହାର ପ୍ରଭାବ ସିଧା ଆମର ହୃଦୟ ଉପରେ ପଡିଥାଏ । ଏଥିପାଇଁ ଯଥାସମ୍ଭବ ସାତ୍ଵିକ ଭୋଜନ ର ହିଁ ସେବନ କରନ୍ତୁ । ଖାସ କରି ଖଟା ଜିନିଷ ଖାଇବା ଠାରୁ ବଞ୍ଚନ୍ତୁ ।

୩. ନବରାତ୍ରି ରେ କୌଣସି ଖରାପ ଶବ୍ଦ, ଗାଳି, ଗୁଲଜ, ଚୁଗୁଲି କରିବା ବା ମିଛ କହିବା ଠାରୁ ବଞ୍ଚନ୍ତୁ । କାରଣ ଯେଉଁ ପାଟିରେ ଆମେ ମାତା ରାଣୀ ଙ୍କର ନାମ ସ୍ମରଣ, ମନ୍ତ୍ର ଉଚ୍ଚାରଣ କରି ଆରତୀ ଇତ୍ୟାଦି କରୁ ସେଥିରୁ ବାହାରୁଥିବା ଶବ୍ଦ ବି ପବିତ୍ର ହେବା ଆବଶ୍ୟକ ।

୪. ଅନ୍ୟକୁ ସାହାର୍ଯ୍ୟ କରିବା ଦ୍ଵାରା ମାତା ରାଣୀ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ମା ଙ୍କର କୃପା ଆପଣଙ୍କ ଉପରେ ରହିଥାଏ । ଏହି ଦିନ ମାନଙ୍କରେ ମା କନ୍ୟା ରୂପରେ ବିଚରଣ କରିଥାନ୍ତି । ଯଦି କୌଣସି କନ୍ୟା ଆପଣଙ୍କ ଘରୁ ଖାଲି ହାତରେ ଫେରନ୍ତି ଭାବିବେ ଆପଣ ମା ଙ୍କୁ ହିଁ ଖାଲି ହାତରେ ପଠେଇ ଦେଲେ । ମା ଙ୍କୁ ଖୁସି କରିବା ପାଇଁ ନିଶ୍ଚୟ ଆପଣ ସେହି କନ୍ୟା ର ସାହାର୍ଯ୍ୟ କରନ୍ତୁ । ଏହା ଦ୍ଵାରା ମାତା ପ୍ରସନ୍ନ ହୋଇଥାନ୍ତି ।

୫. ଏହି ଦିନ ମାନଙ୍କରେ ଆପଣ ବାଳ କାଟନ୍ତୁ ନାହିଁ କିମ୍ବା ଦାଢି ମଧ୍ୟ ବନାନ୍ତୁ ନାହିଁ ଓ ନଖ ମଧ୍ୟ କାଟିବା କଥା ନୁହେଁ କାରଣ ବାଳ ଓ ନଖ କୁ ବଢାଇବାରେ ଆମ ଶରୀରର ଊର୍ଜାର ପ୍ରୟୋଗ ହୋଇଥାଏ ।

୬. ଚମଡା ରେ ତିଆରି ବସ୍ତୁ ଯେପରି କି ବେଲ୍ଟ ପର୍ସ ଇତ୍ୟାଦି ର ଉପଯୋଗ ରୁ ବଞ୍ଚନ୍ତୁ । କାହିଁକି ନା ଏଗୁଡିକ ପଶୁ ମାନଙ୍କୁ ମାରି କି ହିଁ ତିଆରି କରାଯାଏ ଯାହା ମା ଙ୍କୁ କେବେ ବି ଭଲ ଲାଗେ ନାହିଁ ।
ଆଶା କରୁଛୁ କି ଆପଣ ଏହି ସବୁ କଥାକୁ ପାଳନ କରି ନବରାତ୍ରି ପର୍ବ ମନାଇବେ ଓ ଢେର ସାରା ଖୁସି ପାଇବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *