ନବରାତ୍ରୀ ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ ହୋଇପାରେ ସର୍ବନାଶ

ନବରାତ୍ରିରେ କରନ୍ତୁ ନାହିଁ ଏହି ସବୁ ଭୁଲ । ନଚେତ ହୋଇପାରେ ସର୍ବନାଶ । ବନ୍ଧୁଗଣ ପ୍ରତିବର୍ଷ ପରି ଏହି ବର୍ଷ ନବରାତ୍ରି ଆସନ୍ତା 17 ତାରିଖରୁ ଆରମ୍ଭ ହୋଇ 25 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ହିନ୍ଦୁ ଧର୍ମରେ ଏହି ଦିନକୁ ଖାସ ବୋଲି କୁହାଯାଏ ଓ ହିନ୍ଦୁମାନେ ଏହି ଦିନକୁ ଚାତକ ଭଳି ଚାହିଁ ରହିଥାନ୍ତି । କୁହାଯାଏ ଯେ ଭକ୍ତମାନେ ଏହି ନଅ ଦିନରେ ମାଙ୍କୁ ପ୍ରସନ୍ନ କରିଥାନ୍ତି ଓ ମା ତାଙ୍କ ସମସ୍ତ ମନସ୍କାମନା ପୁରୁଣ କରିଥାନ୍ତି । ଏହି ନଅ ଦିନରେ ମା’ଙ୍କ ନଅଟି ରୂପକୁ ପୂଜା କରାଯାଇଥାଏ ଓ ଦଶମୀ ଦିନ ଦଶହରା ରୂପରେ ପାଳନ କରାଯାଇଥାଏ ।

ନବରାତ୍ରି ବର୍ଷରେ ଚାରିଥର ଆସିଥାଏ । ପୌଷ , ଚୈତ୍ର , ଆଶ୍ଵିନ ଓ ଆଷାଢ ମାସର ପ୍ରତିପଦରୁ ଆରମ୍ଭ ହୋଇ ଏହା ନବମୀ ଯାଏ ପାଳନ କରାଯାଇଥାଏ । ନବରାତ୍ରିର ଏହି ଚାରିଟି ତିଥିରେ ମା ଦୂର୍ଗାଙ୍କର ତିନିଟି ରୂପକୁ ଯଥା ମହାଲକ୍ଷ୍ମୀ, ମହା ସରସ୍ଵତୀ ଓ ମା ଦୂର୍ଗାଙ୍କର ଆରାଧନା କରା ଯାଇଥାଏ , ଯାହାକୁ ନବଦୁର୍ଗା କୁହାଯାଇଥାଏ ।

କୁହାଯାଏ ମା ଦୁର୍ଗା ଶିବଙ୍କୁ ସ୍ବାମୀଙ୍କ ରୂପରେ ପାଇବାକୁ ଯେଉଁ କଠିନ ପରିଶ୍ରମ କରିଥିଲେ , ସେହିଭଳି ଯେଉଁ ମହିଳା ମାନେ ନ ଦିନରେ ମା ଦୁର୍ଗାଙ୍କୁ ଆରାଧନା କରିଥାନ୍ତି ମା ଦୂର୍ଗା ସେମାନଙ୍କର ମନକାମନା ପୂର୍ଣ୍ଣ କରିଥାନ୍ତି ଓ ବରଦାନ ପ୍ରଦାନ କରିଥାନ୍ତି । କିନ୍ତୁ ଅନେକ ଥର ଏଭଳି ଭୁଲ ହୋଇ ଯାଇଥାଏ ମା ଦୂର୍ଗା ସେମାଙ୍କ ପୂଜାରେ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଏହିଭଳି ଭୁଲ ଠାରୁ ସାବଧାନ ରହିବା ଉଚିତ ।

ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ ମହିଳା ଓ ପୁରୁଷମାନେ କଣ କଣ ସତର୍କତା ଅବଲମ୍ବନ କରିବା ଉଚିତ

ନବରାତ୍ରିର ନଅ ଦିନ ବ୍ୟକ୍ତିଙ୍କୁ ମନ୍ଦିର ଯାଇ ମା’ଙ୍କର ପୂଜା କରିବା ଉଚିତ , ପରିବାରର ସୁଖ ବଜାୟ ରଖିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ । ଯଦି କେହି ବିବାହିତା ମହିଳା ମା’ଙ୍କୁ ଏହି ନଅଦିନ ମନରୁ ଶ୍ରଦ୍ଧାର ସହକାର ପୂଜା କରିଥାନ୍ତି ତେବେ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଅଷ୍ଟମୀ ଦିନ ମା’ଙ୍କର ବିଶେଷ ପୂଜାର ଆୟୋଜନ କରିବା ଯୋଗୁ ବିଶେଷ ସୁଫଳ ମିଳିଥାଏ । ଏହି ପୂଜା ଯଦି କେହି ବ୍ରାହ୍ମଣ ସହାୟତାରେ ଓ ବିଧି ବିଧାନରେ କରାଯାଇଥାଏ ଅନେକ ସୁଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ନଅ ଦିନରେ କଣ କଣ ନକରିବା ଉଚିତ ।

ଏହି ନଅ ଦିନରେ ପିଆଜ ଓ ରସୁଣ ବ୍ୟବହାର ନ କରନ୍ତୁ । ନବରାତ୍ରିର ଏହି ନଅ ଦିନ ପୁରୁଷ ବ୍ୟକ୍ତିଙ୍କୁ ନଖ, ଦାଢି ଓ କେଶ ନ କାଟିବା ଉଚିତ । ଶାସ୍ତ୍ରରେ ନବରାତ୍ରି ସମୟରେ ଏହିସବୁ କାର୍ଯକୁ ନକରିବାକୁ ବାରଣ କରାଯାଇ ଅଛି । ଏହି ନଅ ଦିନ ବ୍ୟକ୍ତି ମାଛ ମାଂସ ଆଉ ମଦ ନ ପିଇବା ଉଚିତ ।

ଏହି ନଅ ଦିନ ଆପଣ ବ୍ରତ କରନ୍ତୁ ଅବା ନ କରନ୍ତୁ ଆପଣଙ୍କୁ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିବ । ଏହା ଦ୍ଵାରା ମା’ ଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିଥାଏ । ତେଣୁ ବନ୍ଧୁମାନେ ନବରାତ୍ରିରେ ଆପଣମାନେ ଏହି ସବୁ କାମ କରନ୍ତୁ ନାହିଁ । ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *