TV ସିରିଏଲ ସପନେ ସୁହାନେ ଲଡକପନ କେ ରୁ ଫେମସ ହେଇଥିବା ଏହି 2 ଅଭିନେତ୍ରୀ ଆଜି ହେଇଯାଇଛନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ପ୍ରଥମ ନଜରରେ ଏମାନଙ୍କୁ ଚିହ୍ନିବା ମୁସ୍କିଲ

ବନ୍ଧୁଗଣ ଜୀ ଟିଭି ରେ ପ୍ରସାରିତ ହୋଇଥିବା ଲୋକପ୍ରିୟ ଧାରାବାହିକ ‘ସପନେ ସୁହାନେ ଲଡକପନ କେ’ ତ ଆପଣ ନିଶ୍ଚୟ ଦେଖିଥିବେ ଯାହା ୨୦୧୨ ମସିହାରେ Zee tv ରେ ପ୍ରସାରିତ ହେଉଥିଲା । ଏହି ସିରିଏଲ ରେ ଆମକୁ ଦୁଇ ଜଣ ଏମିତି ଝିଅଙ୍କ କାହାଣୀ ଦେଖିବାକୁ ମିଳିଥିଲା ଯିଏ କି ନିଜର ଜୀବନଶୈଳୀ କୁ ଛାଡି କି ପରସ୍ପର ର ଜୀବନକୁ ବଞ୍ଚିବାକୁ ଚାହାଁନ୍ତି । ସିରିଏଲ ର ଏହି କାହାଣୀ ଦର୍ଶକ ଙ୍କୁ ବହୁତ ପସନ୍ଦ ଆସିଥିଲା ଯେଉଁ କାରଣରୁ ଏହି ସିରିଏଲ ଟିଆରପି ମାମଲାରେ ବହୁତ ଉପରେ ଥିଲା ।

ଏହାର କ୍ରେଡିଟ ଯାଏ ସେହି ସମସ୍ତ ଷ୍ଟାର କାଷ୍ଟ ଙ୍କୁ ଯିଏ ନିଜ ନିଜ ଅନ୍ଦାଜ ରେ ସମସ୍ତଙ୍କର ମନୋରଞ୍ଜନ କରାଇଥିଲେ । ଏଥିପାଇଁ ସିରିଏଲ ର ସମସ୍ତ ଚରିତ୍ରକୁ ଖୁବ ପସନ୍ଦ କରା ଯାଇଥିଲା । ଏମାନଙ୍କ ମଧ୍ୟରୁ ଦୁଇଟି ଚରିତ୍ର ଥିଲା ଗୁଞ୍ଜନ ଓ ରଚନାଙ୍କର । ଯିଏ ସିରିଏଲ ର ମୁଖ୍ୟ ଚରିତ୍ର ଥିଲେ ଯେଉଁମାନେ ନିଜ ଦମଦାର ଅଭିନୟ ଦ୍ଵାରା ଖୁବ ଫେମସ ବି ହୋଇ ଯାଇଥିଲେ । କିନ୍ତୁ ଏହି ସିରିଏଲ କୁ ଶେଷ ହେବାର ପାଖା ପାଖି ୫ ବର୍ଷ ହୋଇ ଯାଇଛି ।

ଏହି ୫ ବର୍ଷ ମଧ୍ୟରେ ରଚନା ଓ ଗୁଞ୍ଜନ ଚରିତ୍ର କରିଥିବା ଏହି ଅଭିନେତ୍ରୀ ମାନେ ବହୁତ ବଦଳି ଯାଇଛନ୍ତି । ଯାହାଙ୍କୁ ପ୍ରଥମ ନଜରରେ ଚିହ୍ନିବା ବହୁତ ମୁସ୍କିଲ ଅଟେ । ଆଜି ଆମେ ଆପଣଙ୍କୁ ରଚନା ଓ ଗୁଞ୍ଜନ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ସହ ପରିଚିତ କରାଇବୁ ଯିଏ ସମୟ ସହିତ ବହୁତ ବଦଳି ଯାଇଛନ୍ତି ।

ଏହି ସିରିଏଲ ରେ ଗୁଞ୍ଜନ ଚରିତ୍ର କରିଥିବା ଅଭିନେତ୍ରୀଙ୍କ ନାମ ରୂପଲ ତ୍ୟାଗୀ ଅଟେ । ଯାହାର ଜନ୍ମ ୫ ଅକ୍ଟୋବର ୧୯୮୯ ରେ ମୁମ୍ବାଇ ରେ ହୋଇଥିଲା । ଏଥିପାଇଁ ତାଙ୍କ ପାଠ ପଢା ମଧ୍ୟ ଏଠାରେ ପୁରା ହୋଇଥିଲା । ସେ ନିଜର ଆକଟିଂ କ୍ଯାରିୟର ର ଆରମ୍ଭ ସିରିଏଲ ହମାରି ବେଟୀଓଁ କା ବିବାହ ରୁ କରିଥିଲେ ।

ଯାହାକୁ ୨୦୦୮ ରେ ଛୋଟ ପରଦାରେ ପ୍ରସାରିତ କରା ଯାଇଥିଲା । ଯେଉଁଥିରେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରା ଯାଇଥିଲା । ଏହା ପରେ ତାଙ୍କୁ ଆଉ କିଛି ସିରିଏଲ ରେ ମଧ୍ୟ କାମ କରିବାର ମଉକା ମିଳିଲା । ଏହା ବ୍ଯତୀତ ସେ ରିଆଲିଟି ସୋ ବିଗ ବସ ରେ ବି ନଜର ଆସିଥିଲେ । ଆଜି ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ ।

ଏହି ସିରିଏଲ ରେ ରଚନା ଚରିତ୍ର କରିଥିବା ଅଭିନେତ୍ରୀ ଙ୍କ ନାମ ମହିମା ମକୱାନା ଅଟେ । ଯାହାଙ୍କ ଜନ୍ମ ୫ ଅଗଷ୍ଟ ୧୯୯୯ ରେ ମୁମ୍ବାଇ ରେ ହୋଇଥିଲା ଓ ସେ ଏଠାରୁ ହିଁ ନିଜର ଶିକ୍ଷା ପୁରା କରିଥିଲେ । ସେ ନିଜର କ୍ଯାରିୟର ର ଆରମ୍ଭ ୨୦୦୯ ରେ ପ୍ରସାରିତ ହୋଇଥିବା ଧାରାବାହିକ ବାଳିକା ବଧୁ ରୁ କରିଥିଲେ । ଯେଉଁଥିରେ ସେ ଗୌରୀ ର ଚରିତ୍ର କରିଥିଲେ । ତାଙ୍କର ଅଭିନୟକୁ ଏତେ ପସନ୍ଦ କରାଗଲା କି ତାଙ୍କୁ ଆଉ କିଛି ସିରିଏଲ ରେ ମଧ୍ୟ ଅଫର ମିଳିବାକୁ ଲାଗିଲା ।

 

ଯାହା ପରେ ସେ ଗୋଟିଏ ପରେ ଗୋଟିଏ ସିରିଏଲ ରେ କାମ କଲେ ଓ ବହୁତ ଫେମସ ହୋଇଗଲେ । ଯେଉଁଥିରେ ‘ରିସ୍ତୋ କା ଚକ୍ରବ୍ୟୁହ’, ଅଧୁରି କାହାନୀ’, ‘ପ୍ୟାର ତୁନେ କ୍ଯା କିୟା’ ଭଳି ଅନେକ ସିରିଏଲ ସାମିଲ ଅଛି । ଯାହାକୁ ତାଙ୍କର ଅଭିନୟ କ୍ଯାରିୟର ର ସଫଳ ଧାରାବାହିକ କୁହାଯାଏ ଯେଉଁ କାରଣରୁ ସେ ଆଜି କୌଣସି ପରିଚୟର ମୋହତାଜ ନୂହଁନ୍ତି ।

କିନ୍ତୁ ଆଜି ଏହି ସିରିଏଲ କୁ ଶେଷ ହେବାର ୫ ବର୍ଷ ହୋଇ ସାରିଛି ଓ ଏହି ୫ ବର୍ଷ ମଧ୍ୟରେ ଏହି ୨ ଅଭିନେତ୍ରୀ ବହୁତ ବଦଳି ଯାଇଛନ୍ତି । ଯେଉଁଠି ମହିମା ୨୧ ବର୍ଷର ହୋଇ ଯାଇଛନ୍ତି ସେଇଠି ରୂପଲ ତ୍ୟାଗୀ ୩୧ ବର୍ଷର ହୋଇ ସାରିଛନ୍ତି । ରୂପଲ ତ୍ୟାଗୀ ଆଗ ଅପେକ୍ଷା ବହୁତ ବଦଳି ଯାଇଛନ୍ତି ଓ ଯିଏ ଏବେ ବହୁତ ଷ୍ଟାଇଲିସ ନଜର ଆସୁଛନ୍ତି ।

ସେ ଆଜି ବି ଶିଂଗଲ ଅଛନ୍ତି । ସେଇଠି ମହିମା ମକୱାନା ବି ଏବେ ଶିଂଗଲ ଅଛନ୍ତି ଯିଏ ଦେଖିବାକୁ ଏବେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ସେ ଆଜି ବି ନିଜର ଆକଟିଂ କ୍ଯାରିୟର କୁ ଜାରି ରଖିଛନ୍ତି । ତେବେ ବନ୍ଧୁଗଣ ଆପଣଙ୍କୁ ଏହି ୨ ଅଭିନେତ୍ରୀଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *