ନବରାତ୍ରି ଆରମ୍ଭ ହେବା ସହିତ ଏହି ରାଶିରେ ପ୍ରବେଶ କରିବେ ବୃହସ୍ପତି, ଚମକିବ ଏହି ଲୋକମାନଙ୍କ ଭାଗ୍ୟ

ଚୈତ୍ର ନବରାତ୍ରିର ଆରମ୍ଭ ସବୁ ବର୍ଷ ଚୈତ୍ର ଶୁକ୍ଳ ପକ୍ଷର ପ୍ରତିପଦା ତିଥିରେ ହୋଇଥାଏ । ଏ ବର୍ଷ ବି ୨୪ ମାର୍ଚ୍ଚରୁ ଏହି ନବରାତ୍ରି ଆରମ୍ଭ ହେଉଛି । ୩୦ ମାର୍ଚ୍ଚରୁ ଗୁରୁ ଧନୁ ରାଶିରୁ ବାହାରି ମକରରେ ପ୍ରବେଶ କରିବେ । ଯାହା ଦ୍ଵାରା ସବୁ ରାଶି ଉପରେ ଏହି ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିବ । ଏହି ପରିବର୍ତ୍ତନ ଯେଉଁଠି କେତେକ ରାଶି ପାଇଁ ଲାଭଦାୟକ ପ୍ରମାଣିତ ହେବ ତ ଅନ୍ୟ ପଟେ ଅନ୍ୟ କିଛି ରାଶିଙ୍କ ପାଇଁ ଏହି ପରିବର୍ତ୍ତନର ପ୍ରଭାବ ଭଲ ରହିବ ନାହିଁ । ତେବେ ଆସନ୍ତୁ ଜାଣିବା ଗୁରୁଙ୍କର ଏହି ରାଶି ପରିବର୍ତ୍ତନ ବିଷୟରେ ।

ନବରାତ୍ରିରେ ଗୁରୁଙ୍କର ହେବ ରାଶି ପରିବର୍ତ୍ତନ, ଜାଣନ୍ତୁ ଏହାର ପ୍ରଭାବ

ମେଷ ରାଶି

ଗୁରୁଙ୍କର ରାଶି ପରିବର୍ତ୍ତନ ଦ୍ଵାରା ମେଷ ରାଶିର ଲୋକମାନଙ୍କ ଭାଗ୍ୟ ବଦଳିବାର ଅଛି ଓ ଏମାନଙ୍କର ଭାଗ୍ୟ ଖୋଲିଯିବ । ଏହି ରାଶିର ବ୍ୟକ୍ତିମାନେ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ଓ ଅଟକିଥିବା କାର୍ଯ୍ୟ ବି ପୁରା ହୋଇଯିବ ।

ବୃଷ ରାଶି

ଏହି ପରିବର୍ତ୍ତନ ଦ୍ଵାରା ବୃଷ ରାଶିର ଲୋକମାନଙ୍କୁ ମିଶାମିଶି ପ୍ରଭାବ ମିଳିବ । ଏହି ରାଶିର ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ଧନ ଲାଭର ଯୋଗ ବି ଅଛି ।

ମିଥୁନ ରାଶି

ଗୁରୁଙ୍କର ଏହି ରାଶି ପରିବର୍ତ୍ତନ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଭଲ ରହିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ସମସ୍ତ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ । ଯେଉଁ ଲୋକମାନେ ବ୍ୟାପାର କ୍ଷେତ୍ର ସହ ଜଡିତ ଅଛନ୍ତି ତାଙ୍କୁ ଲାଭ ମିଳିବ ।

କର୍କଟ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ପରିବର୍ତ୍ତନ ଭଲ ପ୍ରମାଣିତ ହେବାର ଅଛି ଓ କର୍କଟ ରାଶିର ବ୍ୟକ୍ତିମାନଙ୍କୁ ପେଟ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଏହା ସହିତ ଶତୃ ଠାରୁ ପରାଜୟର ସାମ୍ନା ବି କରିବାକୁ ପଡିପାରେ ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କୁ ସନ୍ତାନ ତରଫରୁ ସୁଖ ମିଳିବ ଓ କାର୍ଯ୍ୟ କ୍ଷେତ୍ରରେ ନାମ ବଢିବ । କିନ୍ତୁ ଏହି ରାଶିର ଲୋକମାନେ ଡ୍ରାଇଭିଙ୍ଗ କରିବା ସମୟରେ ସାବଧାନ ରୁହନ୍ତୁ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ରାଶି ପରିବର୍ତ୍ତନ ଉତ୍ତମ ରହିବ ଓ ଏହି ରାଶିର ବ୍ୟକ୍ତିମାନଙ୍କୁ ପାରିବାରିକ ସୁଖ ମିଳିବ । ପିଲାମାନଙ୍କ ବିବାହ ହେବାର ସମ୍ଭାବନା ବି ଅଧିକ ଅଛି ।

ତୁଳା ରାଶି

ତୁଳା ରାଶିର ବ୍ୟକ୍ତିଙ୍କୁ ଇଚ୍ଛା ନ ଥିବା ସତ୍ତ୍ୱେ ବି ଯାତ୍ରା କରିବାକୁ ପଡିପାରେ । ଭାଇ ଭଉଣୀଙ୍କ ସହ ମତଭେଦ ହୋଇପାରେ ଓ ପରିବାରରେ ଅଳ୍ପ ଅଶାନ୍ତି ସୃଷ୍ଟି ହୋଇପାରେ ।

ବିଚ୍ଛା ରାଶି

ଗୁରୁ ମକର ରାଶିକୁ ଯିବା ଦ୍ଵାରା ଏହି ରାଶିର ଲୋକମାନଙ୍କ ଉପରେ ଭଲ ପ୍ରଭାବ ପଡିବ । ଏହି ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ଵାସ ବଢିବ ଓ ସମସ୍ତ କାର୍ଯ୍ୟରେ ଏମାନଙ୍କୁ ଉନ୍ନତି ମିଳିବ ।

ଧନୁ ରାଶି

ଧନୁ ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଲାଭ ହେବ ଓ ପରିବାରର ଲୋକମାନଙ୍କ ବିଷୟରେ ଭଲ ଚିନ୍ତା କରିବେ । ଜ୍ଞାନରେ ବୃଦ୍ଧି ହେବ । ଯାହା ବି କାର୍ଯ୍ୟ କରିବେ ସେଥିରେ କେବଳ ସଫଳତା ମିଳିବ ।

ମକର ରାଶି

ଖର୍ଚ୍ଚରେ ବୃଦ୍ଧି ହେବ ଓ ଇଚ୍ଛା ନ ଥିବା ସତ୍ତ୍ୱେ ବି ଅଧିକ ଧନ ବ୍ୟୟ ହେବ । ଟଙ୍କା ସହ ଜଡିତ କୌଣସି ବି ନିଷ୍ପତି ବୁଝି ସୁଝି ନିଅନ୍ତୁ ଓ ହୋଇପାରେ କି ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ବଡ ନିଷ୍ପତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । କୌଣସି ବି ଜାଗାରେ ଟଙ୍କା ନିବେଶ କରନ୍ତୁ ନାହିଁ ।

କୁମ୍ଭ ରାଶି

ଏହି ରାଶିର ଲୋକମାନଙ୍କ ଆର୍ଥିକ ପକ୍ଷ ମଝବୁତ ରହିବ ଓ ଧନ ଲାଭ ହେବ । ପରିବାରରେ ହେଉଥିବା ବିବାଦ ଶେଷ ହୋଇଯିବ ।

ମୀନ ରାଶି

କାର୍ଯ୍ୟ କ୍ଷେତ୍ରର୍ରେ ସଫଳତା ମିଳିବ ଓ ମନ ବହୁତ ପ୍ରସନ୍ନ ରହିବ । ଜୀବନରେ ସମସ୍ତ ସମସ୍ୟା ଶେଷ ହୋଇଯିବ ଓ ଯାହା ଚାହୁଁଥିବେ ତାହା ଆପଣଙ୍କୁ ମିଳିଯିବ । ଗ୍ରହ ଚଳନ ସମ୍ବନ୍ଧରେ ସୂଚନା ପାଇବା ପାଇଁ ପେଜକୁ ଲାଇକ କରି ନିଅନ୍ତୁ ।

Leave a Reply

Your email address will not be published. Required fields are marked *