କରୋନାକୁ ନେଇ ଭାରତ ପାଇଁ ଆଶ୍ଵସ୍ତ ଜନକ ଖବର, ଟେଷ୍ଟ ହେଇଥିବା ୮୨୬ ସାମ୍ପୁଲ ଆସିଲା ନେଗେଟିଭ

ଭାରତରେ କରୋନା ଭାଇରସର ମାମଲା ଲଗାତାର ଶୁଣିବାକୁ ମିଳୁଛି । ଏମିତିରେ ଏକ ଖବର ଏହା ବି ଆସଛି କି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଦ୍ଵିତୀୟ ପର୍ଯ୍ୟାୟରେ ଅଛି ଓ ଏହାର ତୃତୀୟ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ସରକାର ଲଗାତାର ପଦକ୍ଷେପ ନେଉଛନ୍ତି । ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ (ICMR) କହିଛନ୍ତି କି ଭାରତରେ କରୋନା ଭାଇରସ କମ୍ୟୁନିଟିରେ ବ୍ୟାପୁ ନାହିଁ । ଏହାର ଅର୍ଥ ଏହା ଅଟେ କି ଯଦି କୌଣସି ବ୍ୟକ୍ତିର ପଜିଟିଭ ଲକ୍ଷଣ ମିଳିଛି, ତେବେ ସେହି ବ୍ୟକ୍ତି କାରଣରୁ ପୁରା ଅଞ୍ଚଳରେ ଏହାର ପ୍ରଭାବ ପଡିବ ନାହିଁ ।

ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ  (Indian Council of Medical Research) ଅନୁସାରେ ଯଦି ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ଦେଖାଯାଏ ତେବେ ସେହି ସମସ୍ତ ବ୍ୟକ୍ତିଙ୍କ ସମ୍ପର୍କ ବିଦେଶ ଯାତ୍ରା ସହ ଅଛି । ଏହାର ଅର୍ଥ ଏହା ଅଟେ କି ବର୍ତ୍ତମାନ ଏହା ଦେଶରେ ସେତିକି ଜଲ୍ଦି ବ୍ୟାପୁ ନାହିଁ ଯେତିକି ଅନ୍ୟ ଦେଶ ଗୁଡିକରେ ବ୍ୟାପୁଛି । ଦେଶର ପ୍ରାୟତଃ ରାଜ୍ୟରେ ସ୍କୁଲ – କଲେଜକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଯାହା ଦ୍ଵାରା ଏହି ଭାଇରସକୁ ବ୍ୟାପିବାରୁ ରୋକା ଯାଇ ପାରିବ । କରୋନା ଭାଇରସକୁ ନେଇ ସରକାର କିଛି ଗାଇଡଲାଇନ ବି ଜାରି କରିଛନ୍ତି ।

ICMR ଅଲଗା ଅଲଗା ଅଞ୍ଚଳରୁ ନେଲେ ୧୦୦୦ ସ୍ୟାମ୍ପୁଲ

କରୋନାର ବଢୁଥିବା ମାମଲା ମଧ୍ୟରେ ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ (ICMR) ଅଲଗା ଅଲଗା ଅଞ୍ଚଳରୁ କିଛି ସ୍ୟାମ୍ପୁଲ ନେଇଛନ୍ତି । ଏହା ଦ୍ଵିତୀୟ ପର୍ଯ୍ୟାୟରେ ସମୁଦାୟ ଆଧାରିତ ଟେସ୍ଟିଂଗ ଅଟେ । ଯେଉଁମାନଙ୍କ ସ୍ୟାମ୍ପୁଲ ନିଆ ଯାଇଛି, ସେମାନେ ଏମିତି ଲୋକ ଅଟନ୍ତି ଯେଉଁମାନେ ବିଦେଶ ଯାତ୍ରା କରି ନାହାନ୍ତି କିମ୍ବା ସେମାନଙ୍କ ବିଦେଶ ଯାତ୍ରାର କୌଣସି ରେକର୍ଡ ନାହିଁ । ସମସ୍ତ ସ୍ୟାମ୍ପୁଲକୁ ଟେସ୍ଟିଂଗ ପାଇଁ ପଠା ଯାଇଛି । ICMRରୁ ମିଳିଥିବା ସୂଚନା ଅନୁସାରେ ୮୨୬ ସ୍ୟାମ୍ପୁଲର ରିପୋର୍ଟ ନେଗେଟିବ ଆସିଛି ।

୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଟ୍ରେନ ଯାତ୍ରା ହେଲା ବନ୍ଦ

କହିବାକୁ ଗଲେ ୨୦ ମାର୍ଚ୍ଚ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟତଃ ଟ୍ରେନ ବନ୍ଦ ରହିବ । ଏହା ମଧ୍ୟରେ ଜଣେ ଅଧିକାରୀ କହିଲେ କି ୧୫୫ ଟି ଟ୍ରେନରେ ଟିକେଟ କରିଥିବା ସମସ୍ତ ଯାତ୍ରୀଙ୍କୁ ବ୍ୟକ୍ତିଗତ ରୂପରେ ଏହା ବିଷୟରେ ସୂଚିତ କରାଯାଇଛି ଓ ଯାତ୍ରୀମାନଙ୍କୁ ତାଙ୍କର ଟିକେଟ ର ୧୦୦ % ଟଙ୍କା ଫେରାଇ ଦିଆଯିବ । ପେଜକୁ ଲାଇକ କରି ନିଜକୁ ଅପଡେଟ ରଖନ୍ତୁ ।

Leave a Reply

Your email address will not be published. Required fields are marked *