୨୦୨୧ ବାର୍ଷିକ ରାଶିଫଳ, 7 ଟି ରାଶି ହେବେ କୋଟିପତି, 5 ଟି ରାଶି ରୁହନ୍ତି ସାବଧାନ, ଘଟିପାରେ କିଛି ବଡ ଅଘଟଣ- Jyotish Shastra

ବନ୍ଧୁଗଣ ନମସ୍କାର ଆସନ୍ତୁ ଜାଣିବା କିପରି କଟିବ ନବବର୍ଷ ସମସ୍ତ ରାଶି ମାନଙ୍କ ପାଇଁ । ମେଷ ଠାରୁ ଆରମ୍ଭ କରି ମୀନ ରାଶି ପଯ୍ୟନ୍ତ ଆପଣଙ୍କ ଜୀବନରେ ନବବର୍ଷ ରେ କଣ ସବୁ ପରିବର୍ତ୍ତନ ଆସିବ,ଚାଲନ୍ତୁ ଜାଣିବା-

ମେଷ ରାଶି- ଆପଣଙ୍କ କ୍ୟାରିଅର ଦିଗ ରେ କିଛି ଭଲ ପରିବର୍ତ୍ତନ ଆସିବ,ଜାନୁଆରୀ ଓ ଫେବୁଆରୀ ମାସରେ ଚାକିରୀ ରେ ପଦୋନ୍ନତି ପାଇବେ। ବ୍ୟବସାୟୀ ମାନଙ୍କୁ ମାର୍ଚ୍ଚ ଓ ମେ ମାସରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବେ।ବର୍ଷ ର ଶେଷରେ ଧନ ସମ୍ପତ୍ତି ଓ ମାନ ପ୍ରତିଷ୍ଠା ସବୁକିଛି ପାଇବେ।ବର୍ଷ ର ପ୍ରଥମାର୍ଦ୍ଧ ରେ ଲୋକଙ୍କ ସହଯୋଗ ପାଇବା ପାଇଁ ଆପଣଙ୍କୁ ବିଶେଷ ଚେଷ୍ଟା କରିବାକୁ ପଡିବ।

ବୈବାହିକ ଜୀବନ ରେ ମିଷ୍ଠତା ରହିବ।ଯେଉଁ ମାନଙ୍କ ବିବାହ ହେଇପାରୁନଥିଲା ସେମାନଙ୍କ ବିବାହର ଯୋଗ ଏହି ମାର୍ଚ୍ଚ ମାସରେ ଦେଖାଯିବ।ଆପଣଙ୍କ ପ୍ରେମ ଜୀବନ ମଧୁର ରହିବ। ଛାତ୍ର ଛାତ୍ରୀ ପରୀକ୍ଷା ରେ ଭଲ କରିବେ। ଯେଉଁ ମାନଙ୍କ ଅଣ୍ଟା ବ୍ୟଥା,ମେରୁଦଣ୍ଡ ସମସ୍ୟା ରହିଅଛି ସେମାନେ ବର୍ଷ ର ଶେଷ ୬ମାସ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବୃଷ ରାଶି-ଜୀବନର ଲକ୍ଷ୍ୟସ୍ଥଳ ରେ ପହଞ୍ଚିବା ପାଇଁ ଏ ବର୍ଷ ଗ୍ରହ ମାନଙ୍କ ଚଳନ ଆପଣଙ୍କୁ ସହଯୋଗ କରିବ। ଗତବର୍ଷ ଯେଉଁ ଚାକିରି ଜୀବୀ ମାନଙ୍କ ଦରମା ବୃଦ୍ଧି ଓପଦୋନ୍ନତିହୋଇପାରିନଥିଲା,ସେମାନଙ୍କ ପାଇଁ ଏହି ବର୍ଷ ଫେବୁଆରୀ ଓ ମାର୍ଚ୍ଚ ମାସ ଟି ଅନୁକୂଳ ସମୟ ।

ବ୍ୟବସାୟରେ ପ୍ରଥମ ଚାରିମାସ,ଓ ଅଗଷ୍ଟ ସେପ୍ଟେମ୍ବର ମାସ ରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ଏପ୍ରିଲ ଓ ଜୁନ ମାସ ଭିତରେ କିଛି ସମସ୍ୟା ସୃଷ୍ଟି ହେବ। କିନ୍ତୁ ଚିନ୍ତା କରନ୍ତୁ ନାହିଁ,ବର୍ଷର ଶେଷରେ ପାରିବାରିକ ଜୀବନରେ ସୋହାର୍ଦ୍ଧ ଓ ପ୍ରେମ ବୃଦ୍ଧି ହେବ।ଆପଣଙ୍କ ପ୍ରେମ ସମ୍ବନ୍ଧରେ ନିବିଡତା ରହିବ।ଛାତ୍ର ମାନେ ପରିଶ୍ରମ ଅନୁସାରେ ଫଳ ପାଇବେ।ଯେଉଁ ମାନଙ୍କ ର ମଧୁମେହ ଓ ରକ୍ତ ଚାପ ଜନିତ ସମସ୍ୟା ରହିଅଛି ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଅବଲମ୍ବନ କରନ୍ତୁ .

ମିଥୁନ ରାଶି-ଦୃଢ ନିଶ୍ଚୟ ଓ ଲଗାତାର ପ୍ରୟାସ ଆପଣଙ୍କୁ ଧୀରେ ଧୀରେ ଆପଣଙ୍କ ଶିର୍ଷ ଆଡକୁ ଆଗେଇ ନେଇ ଯିବ।ଆର୍ଥିକ ଦୃଷ୍ଟି କୋଣରୁ ଏ ବର୍ଷଟି ଆପଣଙ୍କୁ ସ୍ମରଣୀୟ ରହିବ।ଯେଉଁ ମାନେ ନୂଆ ବ୍ୟବସାୟ କରିବାକୁ ଆଗ୍ରହୀ ସେମାନେ ମାର୍ଚ୍ଚ ରୁ ମଇ ମାସ ମଧ୍ୟରେ ସରକାରୀ କାର୍ଯ୍ୟ ରେ ସାହାଯ୍ୟ ପାଇବେ।ବର୍ଷ ର ତୃତୀୟାର୍ଥ ରେ ବ୍ୟବସାୟ ର କିଣାବିକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

ସେପ୍ଟେମ୍ବର ମାସରେ ଘରସମ୍ପତି କିଣିବାର ଯୋଗ ରହିଛି।ମଇ ମାସରେ ବିବାହ ଯୋଗ୍ୟ ଯୁବକଓ ଯୁବତୀଙ୍କ ର ବିବାହ ହେବାର ସମ୍ଭାବନା ରହିଛି। ଏହି ବର୍ଷ ଆପଣଙ୍କୁ ବଦହଜମି ଓ ବାୟୁ ଜନିତ ରୋଗ ଦେଖା ଦେଇପାରେ। ତେଣୁ ଆପଣ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ।

କର୍କଟ ରାଶି- ବର୍ଷ ଆରମ୍ଭ ରୁ ଆପଣ ଯାହା ବି କାମ କରିବେ ସେଥିରେ ସଫଳତା ପ୍ରାପ୍ତ କରିବେ।ଏପ୍ରିଲ ରୁ ସେପ୍ଟେମ୍ବର ମାସ ମଧ୍ୟରେ ନୂତନ ଭାବେ ପୁଞ୍ଜି ଲଗାଣ ର ଇଚ୍ଛା ପରିହାର କରନ୍ତୁ।ଏହା ଆପଣଙ୍କୁ ଅଧିକ ଚିନ୍ତା ଦେଇପାରେ। ଚାକିରୀ ଜୀବୀ ମାନଙ୍କ ପାଇଁ ବର୍ଷ ର ସେଶାର୍ଦ୍ଧା ଅତ୍ୟନ୍ତ ଭଲ ରହିବ।ଏ ବର୍ଷ ବୈବାହିକ ଜୀବନରେ ମତଭେଦ ଦେଖାଯିବ ଏଵଂ ସମ୍ବନ୍ଧ ଏତେ ମଧୁର ରହିବ ନାହିଁ।ଛାତ୍ର ଛାତ୍ରୀ ପରୀକ୍ଷା ରେ ବହୁତ ଭଲ କରିବେ।ରକ୍ତଚାପ ଓ ହୃଦ ରୋଗୀ ମାନେ ସ୍ୱାସ୍ଥ୍ୟ ର ଟିକେ ଅଧିକ ଯତ୍ନ ନିଅନ୍ତୁ।

ସିଂହ ରାଶି-ଏହି ବର୍ଷ ଗ୍ରହ ମାନଙ୍କ ଶୁଭ ଦୃଷ୍ଟି ହେତୁ ଆଗକୁ ବଢ଼ିବା ସହଜ ହେବ ମାର୍ଚ୍ଚ ରୁ ଜୁନ ମାସ ମଧ୍ୟରେ ଚାକିରୀ ରେ ନିଜ କାମ ଠିକ୍ ଭାବେ ତୁଲାଇ ନପାରିଲେ କୌଣସି ଅସୁବିଧାରେ ପଡିଯାଇପାରନ୍ତି। ବର୍ଷ ର ସେଶାର୍ଦ୍ଧ ରେ ଚାକିରୀ ବୃତ୍ତି ରେ ଉନ୍ନତି କରିପାରିବେ। ଅଭିଭାବକ ଓ ବନ୍ଧୁ ମାନଙ୍କ ସହିତ ସାମୁହିକ ଝଗଡା ଆପଣଙ୍କ ଶାନ୍ତ ମନକୁ ଅଶାନ୍ତ କରିପାରେ। ଏହି ବର୍ଷ ପ୍ରେମ ଜୀବନ ପାଇଁ ସମୟ ଭଲ ରହିବ। ଆପଣଙ୍କୁ ଏ ବର୍ଷ ମୂତ୍ର ଜନିତ ସମସ୍ୟା ଦେଖାଦେଇପାରେ .

କନ୍ୟା ରାଶି- ଏ ବର୍ଷ ଆପଣ ବହୁତ ଯତ୍ନଶୀଳ ରୁହନ୍ତୁ। ଏକ ଉତ୍କୃଷ୍ଟ ବର୍ଷ ଆପଣଙ୍କୁ ଚାହିଁରହିଛି। ବର୍ଷର ପ୍ରଥମ ଚାରିମାସ ରେ ପ୍ରଚୁର ଲାଭ ପାଇବେ।ଖେଳାଳୀ, ଲେଖକ,ରାଜନୀତିଜ୍ଞ ମାନଙ୍କ ପାଇଁ ଏ ବର୍ଷ ଟି ଶୁଭ ରହିବ ସେମାନେ ଖବରକାଗଜ ର ଆଗ ଧାଡ଼ି ରେ ରହିବେ। ମଇ ,ଜୁନ,ସେପ୍ଟେମ୍ବର ଏହି ୩ ମାସ ଆପଣଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ।ଶତ୍ରୁ ମାନେ କିଛି କ୍ଷତି କରିପାରନ୍ତି।ତେଣୁ ଟିକେ ସାବଧାନ ରୁହନ୍ତୁ।ଛାତ୍ର ଛାତ୍ରୀ ମାନେ ଖ୍ୟାତି ଲାଭ କରିବେ।ଯେଉଁ ମାନଙ୍କ ଗ୍ୟାଷ୍ଟିକ ଓ ହୃଦ ରୋଗ ଜନିତ ସମସ୍ୟା ରହିଅଛି। ସେମାନେ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ଡାକ୍ତର ଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ତୁଳା ରାଶି- ବର୍ଷ ଆରମ୍ଭରୁ ଆପଣ ନିଜ କାର୍ଯ୍ୟରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଗ୍ରହ ଚଳନ ଦୃଷ୍ଟିରୁ ଏପ୍ରିଲରୁ ଅକ୍‌ଟୋବର ମଧ୍ୟରେ ଆୟ ବୃଦ୍ଧି ଓ ଅନ୍ୟାନ୍ୟ ସୁଯୋଗ ମିଳିବ। ଚାକିରିରେ ପ୍ରମୋସନ୍‌ ପାଇପାରିବେ। ପାରିବା ପ୍ରେମିକ ପ୍ରେମିକାମାନେ ଏପ୍ରିଲ ରୁ ଅକ୍‌ଟୋବର ମାସ ଭିତରେ ବିବାହ ସୁଖଲାଭ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନୋଯୋଗ ଦେଲେ ଯାଇ ପରୀକ୍ଷାରେ ଭଲ କରିବେ। ଯେଉଁମାନେ ଫୁସ୍‌ଫୁସ୍‌ ଓ ମଧୁମେହ ରୋଗରେ ପୀଡ଼ିତ ସେମାନେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବିଛା ରାଶି -ଅର୍ଥ ଓ ବ୍ୟବସାୟ ଦୃଷ୍ଟିରୁ ଏବର୍ଷଟି ଆପଣଙ୍କ ଲାଗି ଅତ୍ୟନ୍ତ ଲାଭଦାୟକ। ଏଥିପାଇଁ ମାର୍ଚ୍ଚ, ଏପ୍ରିଲ ଓ ମଇ ମାସ ବିଶେଷ ଲାଭପ୍ରଦ। ଚାକିରିଜୀବୀଙ୍କ ଲାଗି ବର୍ଷର ପ୍ରଥମାର୍ଦ୍ଧ ବହୁତ ଭଲ। ମାର୍ଚ୍ଚ, ଏପ୍ରିଲରେ ନୂଆ ଚାକିରିର ସୁଯୋଗ ରହିଛି। ସେପ୍ଟେମ୍ବର ଅକ୍‌ଟୋବର ଦି’ମାସ ଅଫିସ୍‌ରେ କେବଳ ନିଜ କାମରେ ମନୋଯୋଗ ଦେବାକୁ ହେବ। ଅପ୍ରେଲରୁ ଅଗଷ୍ଟ ମାସ ମଧ୍ୟରେ ପରିବାରରେ ଶୁଭ କାର୍ଯ୍ୟ ହେବ।

ପ୍ରେମିକ ପ୍ରେମିକା ଏବର୍ଷ ବିବାହ କ୍ଷେତ୍ରରେ ସଫଳତା ପାଇପାରିବେ ନାହିଁ। ହେଲେ ପ୍ରେମ ସମ୍ବନ୍ଧରେ ନିବିଡ଼ତା ରହିବ। ଛାତ୍ରଛାତ୍ରୀ ନିଜର ପରିଶ୍ରମ ଅନୁସାରେ ଫଳ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ମଇ, ଜୁଲାଇ ଓ ନଭେମ୍ବରରେ ସ˚କ୍ରାମକ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି।

ଧନୁ ରାଶି -ଆପଣଙ୍କ ଲାଗି ଏହା ଏକ ଫଳପ୍ରଦ ବର୍ଷ। ଧନ, ସ˚ପତ୍ତି ସବୁ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ର ଯୋଗ ଅଛି। ବ୍ୟବସାୟରେ ଅପାର ସଫଳତା ପାଇବେ। ଲେଖକ, ସମ୍ବାଦିକ ଓ ସୃଷ୍ଟିଶୀଳ କବିମାନଙ୍କର ଲେଖା ଚାରିଆଡ଼େ ପ୍ରଶ˚ସିତ ହେବ। ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ହେବ। ଅବିବାହିତ ମାନଙ୍କ ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହେବ। ୨୩ରୁ ୩୫ ବର୍ଷ ଭିତର ଯୁବକ ଯୁବତୀ ଏବର୍ଷ ବିବାହ କରିପାରିବେ। ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢିବେ। ବିଶେଷକରି ଇ˚ଜିନିୟରି˚ ଛାତ୍ର। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ। ବ୍ୟର୍ଥ ଚିନ୍ତାରୁ ନିବୃତ୍ତ ରୁହନ୍ତୁ। ମାନସିକ ଶାନ୍ତି ପାଇଁ ପ୍ରତିଦିନ ପ୍ରାତଃ ଯୋଗ କରନ୍ତୁ।

ମକର ରାଶି-ଚାକିରି, ବ୍ୟବସାୟ ଓ ଧନସ˚ପତ୍ତି ଦୃଷ୍ଟିରୁ ଏବର୍ଷଟି ଆପଣଙ୍କ ଲାଗି ବହୁତ ଭଲ ରହିବ। ଚାକିରିଜୀବୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଇ˚ଜିନିୟର ଛାତ୍ରମାନେ ବିଦେଶରେ ଚାକିରୀ କରିବେ।
ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଜାନୁଆରିରୁ ଏପ୍ରିଲ ମାସ ଭିତରେ ପୁଞ୍ଜି ବିନିଯୋଗର ସୁଯୋଗ ଆସିବ।ପ୍ରେମିକ ପ୍ରେମିକାମାନେ ଏ ବର୍ଷ ସ˚ସାର ଗଢ଼ିବା ପାଇଁ ପରିବାର ଲୋକଙ୍କ ଅନୁମତି ପାଇବେ। ଛାତ୍ରମାନଙ୍କ ଲାଗି ବର୍ଷଟି ଶୁଭ ରହିବ। ଏବର୍ଷ ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

କୁମ୍ଭ ରାଶି-ଅଟଳ ଦୃଢ଼ବିଶ୍ଵାସଓ ଏକାଗ୍ରଚିତ୍ତ ଆପଣଙ୍କୁ ଧୀରେ ଧୀରେ ଲକ୍ଷ୍ୟସ୍ଥଳ ଆଡ଼କୁ ଆଗେଇ ନେଇଯିବ। ବର୍ଷର ପ୍ରଥମ ତିନି ମାସ ଯୌଥ କାରବାରର ବିବାଦଠାରୁ ଦୂରରେ ରୁହନ୍ତୁ। ଏପ୍ରିଲରୁ ଅକ୍‌ଟୋବର ମାସ ମଧ୍ୟରେ ଆପଣଙ୍କ ଜୀବନରେ ଏଭଳି କୌଣସି ବ୍ୟକ୍ତି ଆସିବେ ଯାହା ର ସହାୟତାରେ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେବ। ଏପ୍ରିଲ, ମଇ ମାସରେ ସପରିବାର ଛୁଟି କଟାଇବା ପାଇଁ ବଡ଼ ସହର ଓ ବିଦେଶ ମଧ୍ୟ ଯାଇପାରନ୍ତି।

ଅବିବାହିତମାନେ ଅପେକ୍ଷା କରନ୍ତୁ, ମଇ, ଜୁନ୍‌ ମାସ ବେଳକୁ ପ୍ରେମ ସମ୍ବନ୍ଧ ଯୋଡ଼ିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷଟି ଖୁବ୍‌ ଭଲ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ। ଫେବ୍ରୁଆରିରୁ ଜୁନ୍‌ ଓ ଅକ୍‌ଟୋବର ମାସରେ ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମୀନ ରାଶି-ଅର୍ଥ, ପେସା ଚାକିରି ଦୃଷ୍ଟିରୁ ଏବର୍ଷଟି ଆପଣଙ୍କ ଲାଗି ଚମତ୍କାର। ବର୍ଷର ପ୍ରଥମ ଚାରିମାସ ଆପଣଙ୍କ ବ୍ୟବସାୟରେ ଦି’ଗୁଣ ବୃଦ୍ଧି ହେବ। ମାର୍ଚ୍ଚ, ଅପ୍ରେଲରେ ଚାକିରିରେ ପ୍ରମୋସନ୍‌ ମିଳିବ ଏବ˚ ବ୍ୟବସାୟୀ ଲୋକମାନେ ଆଦୃତ ହେବେ। ନୂଆ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଚାକିରି ଖୋଜୁଥିବା ଇ˚ଜିନିୟରି˚ ଛାତ୍ରୀମାନେ ଭଲ ଜାଗାରେ ଚାକିରି ପାଇବେ। ମଇରୁ ଅଗଷ୍ଟ ମାସ ଭିତରେ ଗୃହ ସ˚ପତ୍ତି ବା ବାହନ କିଣିପାରନ୍ତି।

ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ଅବିବାହିତମାନଙ୍କ ଲାଗି ମାର୍ଚ୍ଚ, ଏପ୍ରିଲ ମାସରେ ବିବାହ ଯୋଗ ରହିଛି। ଆପଣଙ୍କ ପ୍ରେମ ସମ୍ବନ୍ଧରେ ଅନ୍ତରଙ୍ଗତା, ପ୍ରଗାଢ଼ତା ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଆଶାନୁରୂପ ଫଳ ପାଇବେ। ଏ ବର୍ଷ ବଦହଜମି ଓ ଚର୍ମରୋଗରେ ପୀଡ଼ିତ ହୋଇପାରନ୍ତି।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *