‘ମୁଁ ସିନ୍ଦୁର ପିନ୍ଧିବି ନାଁ ଶଙ୍ଖା ଭାଙ୍ଗିବି, ମୋ ସ୍ଵାମୀ କୁଆଡେ ଗଲେ, ଅଜଗର ତାଙ୍କୁ ଖାଇଛି ନା…’ କାନ୍ଦି କାନ୍ଦି ନନ୍ଦାକିଶୋରଙ୍କୁ ଖୋଜୁଛନ୍ତି ତାଙ୍କ ପତ୍ନୀ ଆଉ କଣ କହୁଛନ୍ତି ଶୁଣନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ନନ୍ଦାକିଶୋର ମଉସା ଙ୍କ ଧର୍ମପତ୍ନୀ କୋହଭରା କଣ୍ଠରେ କହିଛନ୍ତି ଯେ ମୁଁ ସିନ୍ଧୁର ପିନ୍ଧିବି ନା ଶଙ୍ଖା ଭାଙ୍ଗିବି ? ମୋ ସ୍ଵାମୀ ବଞ୍ଚିଛନ୍ତି ନା ସେ ଆଉ ନାହାଁନ୍ତି ? ଏହିଭଳି ଭାବି ଭାବି ଗୁମୁରି କାନ୍ଦୁଛନ୍ତି ନନ୍ଦକିଶୋର ଙ୍କ ସ୍ତ୍ରୀ । ସେ ଜାଣି ପାରୁ ନାହାଁନ୍ତି ଶଙ୍କା ଭାଙ୍ଗିବେ କି ରଖିବେ ? ଧଳା ଲୁଗା ପିନ୍ଧିବେ ନା ଲାଲି ଲୁଗା ପିନ୍ଧିବେ ? ଭଲ କରି ଦେଖିଲେ ଏହି ଦୁଃଖ କୁ ହୃଦୟରୁ ଅନୁଭବ କରିହେବ ।

ମଉସା ଙ୍କ ସ୍ତ୍ରୀ କୌଣସି ମିଛି ମିଛି କା କାନ୍ଦୁନାହାଁନ୍ତି ବରଂ ଏ ହେଉଛି ତାଙ୍କର ଛାତିଫଟା କାନ୍ଦ । ଆଖିରୁ ଥମୁନଥିବା ଅବିଶାନ୍ତ ଲୁହ । ସ୍ଵାମୀ ଙ୍କୁ ହରାଇବାର ଲୁହ । ଭୋକ ଉପାସରେ ଦିନ କଟୁଛି ମାଉସୀ ଙ୍କର । ପ୍ରାୟ ଏକ ମାସ ହେବ ପାଟିକୁ ଦାନା ଯାଉନାହିଁ । ମାତ୍ର କେମିତି ବା ରୁଚିବ ସ୍ଵାମୀ ପରା ପାଖରେ ନାହାଁନ୍ତି । ସେ ମାସେ ହେବ ଯାଇଛନ୍ତି ଯେ ଏ ପର୍ଯ୍ୟନ୍ତ ଘରକୁ ଫେରି ନାହାଁନ୍ତି ।

କିଏ କହୁଛି ସାପ ଖାଇଦେଲା ଆଉ କିଏ କହୁଛି ଯେ ନନ୍ଦ କିଶୋର ଆଉ ଏହି ଦୁନିଆରେ ନାହାଁନ୍ତି । ମାତ୍ର କେହି ଏହି ବୃଦ୍ଧା ସ୍ତ୍ରୀ ଙ୍କ କଥା ବୁଝୁ ନାହାଁନ୍ତି । ବୟସର ଅପରାହ୍ନରେ ଯାହା ମୁହଁ ଚାହିଁ ବଞ୍ଚିଥାନ୍ତି ସେ ଏବେ ପାଖରେ ନାହାଁନ୍ତି । କେତେ କୁଆଡେ ଗୁହାରି କରିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାଁନ୍ତି । ପୋଲିସ ମଧ୍ୟ ବୃଦ୍ଧା ଙ୍କ ଅଭିଯୋଗ କୁ କର୍ଣ୍ଣପାତ କରୁନାହିଁ ।

ପଚାରିଲେ କହୁଛନ୍ତି ଯେ ଭଲ ହୋଇଛି ତୁମ ସ୍ଵାମୀ ଙ୍କୁ ଅଜଗର ଗିଳି ଦେଇଛି । ବୃଦ୍ଧା ଜଣଙ୍କ କୋହଭରା କଣ୍ଠରେ କହିଛନ୍ତି ଯେ କିଏ ବା ବୁଝିବ ଏହି ବୃଦ୍ଧାଙ୍କ କଥା ? କିଏ କାହିଁକି ବୁଝିବ ଲୁହ ? ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ବନ ବିଭାଗ ସମସ୍ତେ ତ ବଡ ବଡିଆ ଲୋକ ମାନଙ୍କ ପାଇଁ ।

ଏହି ଗରିବ ବୃଦ୍ଧା ଙ୍କୁ ବା କିଏ ନ୍ୟାୟ ଦେବ ? ଖବର ମୁତାବକ ଆଠଗଡ ର ନନ୍ଦ ମଉସା ଦୀର୍ଘ ଏକ ମାସ ହେବ କୁଆଡେ ଗାୟବ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ କି ନନ୍ଦ ମଉସା ଙ୍କୁ ଅଜଗର ସାପ ଗିଳି ଦେଇଛି ବୋଲି । ମାତ୍ର ବନବିଭାଗ ତାହାର ବୟାନରେ କହିଥିଲା ଯେ ଅଜଗର ନନ୍ଦ ମଉସା ଙ୍କୁ ଗିଳିନି ବୋଲି । ମାତ୍ର ଯଦି ଅଜଗର ଗିଳିନାହିଁ । ବୃଦ୍ଧ ଜଣଙ୍କ କୁଆଡେ ଗଲେ ?

ବୃଦ୍ଧ ଙ୍କୁ ଖୋଜିବା ପାଇଁ ପରିବାର ଲୋକେ ଏବଂ ଗ୍ରାମବାସୀ ପୋଲିସ ଙ୍କୁ ଗୁହାରି କରିଥିଲେ ସୁଦ୍ଧା ତାଙ୍କ ଦୁଃଖ କୁ କେହି ମଧ୍ୟ ହେଲେ ବୁଝୁ ନାହାଁନ୍ତି । ଏଥିପାଇଁ ରାଜରାସ୍ତା କୁ ଓହ୍ଲାଇବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *