‘ମୋତେ ବାହା ହେଲା ମୋ ସହ ରହିଲା, ଆଉ ଯେତେବେଳେ ପର ପୁରୁଷ ମିଳିଗଲା ସେତେବେଳେ ସେ ମୋତେ…’ ସ୍ତ୍ରୀ ବିରୁଦ୍ଧରେ ସ୍ଵାମୀ ଯାହା କହିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵାମୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ମୋତେ ବିବାହ କରିଲା ମୋ ସହିତ ରହିଲା ଏବଂ ଯେତେବେଳେ ପର ପୁରୁଷ ମିଳିଗଲା ସେତେବେଳେ ସେ ମୋତେ ଛାଡି ଚାଲିଗଲା । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଆଠଗଡ ତଳ ସାହି ର ବସନ୍ତ ରାଉତ ଙ୍କ ପୁଅ ପୁନ୍ନମ କୁମାର ରାଉତ ଆଠଗଡ ପୋଲିସ କଲୋନୀ ର କୈଳାସ ପ୍ରଧାନ ଙ୍କ ଝିଅ ପାୟଲ ରାଉତ ଙ୍କ ସହିତ ୨୧୫ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ ।

ମାତ୍ର ଗତ ୧ ବର୍ଷ ଧରି ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପରକୀୟା ପ୍ରୀତି କୁ ନେଇ ଅସାନ୍ତି ଲାଗି ରହିଥିବା ବେଳେ ପାୟଲ ବର୍ତ୍ତମାନ ତାଙ୍କ ବାପ ଘରେ ରହୁଛନ୍ତି । ଏହିଭଳି ସମୟରେ ଗତକାଲି ଦିନ ୩ ଘଟିକା ସମୟରେ ବାସଦେବପୁର ଜଣେ ସମ୍ପର୍କୀୟ ଙ୍କ ଘରକୁ ଖାଇବାକୁ ଯାଇଥିବା ସମୟରେ ଉକ୍ତ ସମ୍ପର୍କୀୟ ଝିଅ ସହିତ ସ୍ବାମୀଙ୍କର ଅନେଇତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀ ପାୟଲ ତାଙ୍କ ମା’ ଏବଂ ପୁରୁଷ ବନ୍ଧୁ ଏବଂ ଅନ୍ୟ କିଛି ସମ୍ପର୍କୀୟ ଙ୍କ ସହିତ ସେଠାକୁ ଯାଇ ପୁନ୍ନମ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏଭଳି ସମୟରେ ଗ୍ରାମବାସୀ ମାନେ ଉଭୟଙ୍କୁ ଉଦ୍ଧାର କରି ପୁନ୍ନମ ଙ୍କୁ ଗ୍ରାମ କୁ ଆସିବା ପାଇଁ ବାରଣ କରିଥିଲେ ଏବଂ ଲିଖିତ ଭାବରେ ରଖିବା ସହିତ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ପୋଲିସ ଙ୍କୁ ହସ୍ତାନ୍ତର କରିଥିଲେ । ଏହି ବାବଦରେ ଉଭୟ ପତିପତ୍ନୀ ତରଫରୁ ଆଠଗଡ ଥାନାରେ ଦୁଇଟି ଏତଲା ହୋଇଥିବା ବେଳେ ଏହାକୁ ଭୀତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏଭଳି ସ୍ଥିତିରେ ସନ୍ନମାନ ହାନି ସହିତ ଛାଡପତ୍ର ମାମଲା କୋର୍ଟ ରେ ବିଚାରଧୀନ ଥିବା ବେଳେ ତାଙ୍କ ପତ୍ନୀ ଙ୍କ ଦ୍ଵାରା ଏଭଳି ଆକ୍ରମଣ ବେଳେ ନିଜର ସୁରକ୍ଷା ପାଇଁ ନିବେଦନ କରିଛନ୍ତି ପୁନ୍ନମ । ସେ କହିଛନ୍ତି ଯେ ଆମ ମଧ୍ୟରେ ଏହି ବିସୃଙ୍ଖଳା ଦୀର୍ଘ ୮/୯ ମାସ ହେବ ଚାଲିଲାଣି । ଏହା ଭିତରେ ମୋ ସ୍ତ୍ରୀ ଜାଣିଶୁଣି ତାଙ୍କ ଫ୍ୟାମିଲିରେ ନିଜର ଆଶ୍ରୟ ନେଇଛନ୍ତି ।

ଏହା ସହିତ ମୁଁ ହାଇକୋର୍ଟ ର ମଧ୍ୟ ଦ୍ଵାରସ୍ଥ ହୋଇଛି ତଥା ଡିଭୋର୍ସ ଫାଇଲ କରିଛି । ମୋ ସ୍ତ୍ରୀ ସହିତ ସେହି ପୁରୁଷ ବନ୍ଧୁ ମିଶି ମତେ ମାରିଦେବାକୁ ପ୍ଳାନ କରୁଛନ୍ତି । ତେବେ ଏହିଭଳି କହି ପୁନମ ପୋଲିସ ଙ୍କୁ ସହାୟତା ମାଗିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *