‘ତୁମେ ମୋ ଗାଡି ରଖିଦିଅ ପଛେ ମୁଁ ଫାଇନ ଦେବିନି, ତୁମେ ମାନେ…’ ଦେଖନ୍ତୁ ଗାଡି ଚେକିଙ୍ଗ ବେଳେ କଣ କହିଲେ ଯୁବକ ଜଣକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୬ ହଜାର ଟଙ୍କାର ଗାଡିକୁ ୨୫ ହଜାର ତାଙ୍କର ଫାଇନ ! ତେବେ ସୂଚନା ମୁତାବିକ କଟକ ଠାରେ କରାଯାଉଥିବା ଟ୍ରାଫିକ ଚେକିଙ୍ଗରେ ଇସଲାମ ଖାନ ନାମକ ଯୁବକ ଜଣଙ୍କ ଧରା ପଡିଥିଲେ । ତେବେ ଯୁବକ ଜଣଙ୍କ ରାସ୍ତାରେ ଗାଡି ଚଳାଇ ଯିବା ଆସିବା କରୁଥିବା ସମୟରେ ହେଲମେଟର ମୁଣ୍ଡରେ ବ୍ୟବହାର କରିନଥିଲେ । ଯେଉଁ କାରଣରୁ ପୋଲିସ ସେହି ଯୁବକ ଜଣଙ୍କୁ ଅଟକାଇ ପଚରା ଉଚରା କରିବା ସହ ତାଙ୍କ ଠାରୁ ୨୫, ୦୦୦ ଟଙ୍କାର ଫାଇନ ଆଦାୟ କରିଥିଲା ।

ତେବେ ଏହାପରେ ଯୁବକ ଜଣଙ୍କ ହସି ହସି ନିଜର ଏକ ମନ୍ତବ୍ୟ ଦେଇ କହିଥିଲେ । ଏହା କି ଯେ ଗାଡିକୁ ମୁଁ ୨ ମାସ ତଳେ ୬, ୦୦୦ ଟଙ୍କା ଦେଇ କିଣିଥିଲି । ହେଲମେଟ ନପିନ୍ଧିକି ଆସିବାରୁ ମୋତେ ଏବେ ୨୫, ୦୦୦ ଟଙ୍କା ମାଗୁଛନ୍ତି । ଏତେ ଟଙ୍କା ମୁଁ କେଉଁଠାରୁ ଆଣିକି ଦେବି । ତା’ ଠାରୁ ଭଲ ପୋଲିସ ବାବୁ ମାନେ ମୋର ଏହି ଗାଡିକୁ ହିଁ ରଖି ଦିଅନ୍ତୁ । ମୋ ଘର ଏଇ ପାଖରେ ମୁଁ ଚାଲି ଚାଲି ଘରକୁ ହିଁ ଚାଲିଜିବି ।

ତେବେ ଏପରି କୌତୁହଳପୂର୍ଣ୍ଣ ମନ୍ତବ୍ୟ ଶୁଣିକି ସେଠାରେ ଉପସ୍ଥିତ ଥିବା ପୋଲିସ, ମିଡିଆ ଓ ସ୍ଥାନୀୟ ଲୋକ ମଧ୍ୟ ଅବାକ ହୋଇଯାଇଥିଲେ । ତେବେ ଖାଲି ସେତିକି ନୁହେଁ ବଂର ହେଲମେଟ ନପିନ୍ଧି ବାଇକ ଚଳଉଥିବା ଯୁବକ ଜଣଙ୍କ ଗଣ ମାଧ୍ୟମ ସାମ୍ନାରେ ଏପରି ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ଯେଉଁଠାରେ କି ସେ କହିଥିଲେ । ମୋର ବାଇକ ରିପେରିଙ୍ଗର ଏକ ଦୋକାନ ଅଛି । ଯେ ଆମ ଘର ଠାରୁ  ମୋର ଦୋକାନ ମାତ୍ର ୨ କିଲୋମିଟର ଭଳି ହେବ ।

ହେଲେ ଘର ଠାରୁ ଏତେ ଅଳ୍ପ ବାଟ ଆସିବା ପାଇଁ ହେଲମେଟ ପିନ୍ଧିବା କଣ ନିହାତି ଦରକାର ? କମ୍ ସେ କମ୍ ୧୦ କିଲୋମିଟର ଗଲେ ଯାଇ ଯଦି ହେଲମେଟ ପିନ୍ଧିନଥିବ । ସେହିଠାରେ ଚାଳକଙ୍କ ଉପରେ ହେଲମେଟ ନପିନ୍ଧିଥିବା ଦୋଷରେ ତାଙ୍କ ଉପରେ ଫାଇନ ଅଦାୟ କରିବା ଉଚିତ ।

ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହୁଁଅଛୁ କି ଯେ । ତେବେ ନିଜ ସୁରକ୍ଷା ନିଜ ହାତରେ । ତେଣୁ ହେଲମେଟ ପିନ୍ଧିବା ଓ ସରକାରଙ୍କ ଦ୍ଵାରା ଘୋଷିତ ସମସ୍ତ ଟ୍ରାଫିକ ନିୟମର ଯଥାବିଧି ପାଳନ ମଧ୍ୟ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *