ଦେଖନ୍ତୁ Exclusive ଭିଡିଓ: ଶ୍ରୀ ମନ୍ଦିର ଚୁଲି ଭାଙ୍ଗିଲେ ତ ଭାଙ୍ଗିଲେ ଆଉ ଯାହା କହିଲେ ଶୁଣି ମୁଣ୍ଡରେ ହାତ ଦେବେ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ?

ବନ୍ଧୁଗଣ ଗତ ପହଡଦିନ ଦିନ ରାତିରେ ଶ୍ରୀମନ୍ଦିରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ବ୍ରମ୍ହାଣ୍ଡ କର୍ତ୍ତାଙ୍କର ଶ୍ରୀ ମନ୍ଦିର ସୁରକ୍ଷା ବଳୟ ଭିତରେ ରାତି 1.15 ମିନିଟ ସମୟରେ ଜଣେ ଦୁର୍ବୁତ୍ତ ଶ୍ରୀମନ୍ଦିର ଭିତରକୁ ଯାଇ ରୋଷେଇ ଚୁଲା ଭାଙ୍ଗିଛି । ତେବେ ଗତ କାଲି ଠାରୁ ଶ୍ରୀ ମନ୍ଦିର ରୋଷେଇ ଘର ଚୁଲା ଭଙ୍ଗା ଘଟଣାର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ ।

ଗତ ପହଡଦିନ ସନ୍ଧ୍ୟାରେ ଦୁହେଁ ପହଞ୍ଚି ରୋଷେଇ ଘର ବୁଲି ଦେଖିଥିଲେ ଓ ଏହା ସହ ଶ୍ରୀ ମନ୍ଦିର ପ୍ରଶାସନ ନିଜ ପକ୍ଷରୁ ଥାନାରେ ଏତଲା ଦେଇଥିଲା । ସେହି ଏତଲା ଆଧାରରେ ସିସିଟିଭି ଯାଞ୍ଚ କରା ଯାଇଥିଲା ।ତେବେ ବନ୍ଧୁଗଣ ଗତ କାଲି ଦୁର୍ବୁତ୍ତକୁ ପୋଲିସ ଗିରଫ କରିଥିଲା । ଖୋର୍ଦ୍ଧା ଜିଲ୍ଲାରୁ ତାଙ୍କୁ ପୋଲିସ ଗିରଫ କରିଛି । ଦୁର୍ବୁତ୍ତଙ୍କ ନାମ ହେଉଛି ଜେ. ମହାପାତ୍ର ।

ତେବେ ବନ୍ଧୁଗଣ ଗିରଫ ହେବା ପରେ ଜେ. ମହାପାତ୍ର ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜେ. ମହାପାତ୍ର କହିଛନ୍ତି -‘ଭୁଲ କରିଦେଇଛି ଆଉ କଣ କରିବି ଦୁଃଖ ତ ଲାଗୁଛି । ଯଦି ଭୁଲ ହେଇଯାଇଛି ତ ହେଇଯାଇଛି ଆଉ କଣ ଫେରି ଆସିବ କି । କରିଦେଇଥିଲି ସେ ଟାଇମରେ ଯାହା ଥିଲା କରିଦେଇଛି । ଆଉ ଏବେ ତ ସ୍ଵୀକାର କରୁଛି ମୁ କିଛି ମିଛ କହୁନି ।

ମୋତେ ପୋଲିସ ଆମ ଗାଁ ବେଗୁନିଆ ଦେଉଳି ପାଖରୁ ଗିରଫ କରିଲା । ମୁଁ ଇଲେକ୍ଟ୍ରି ଡିପାର୍ଟମେଣ୍ଟରେ ଲାଇନ ମ୍ୟାନ ଚାକିରି କରିଛି ଆଉ ମୁଁ ପୁରୀ ବୁଲିବା ପାଇଁ ଆସିଥିଲି । ମୋର ଭୁଲ ହେଇଯାଇଛି ଆଉ ଏତେ ପଚାରନ୍ତୁ ନାହିଁ । ମୋତେ ଦୁଃଖ ଲାଗୁଛି ବାରମ୍ବାର ପଚାରିଲେ ଆଉ ଟିକେ ଦୁଃଖ ଲାଗିବ । ମୁଁ ଟଙ୍କାଟାର ଜିନିଷ ନେଇନି କି କାହାର କ୍ଷତି କରି ନାହିଁ କେବଳ ଭଗବାନଙ୍କର ଚୁଲିଟି ଭାଙ୍ଗି ଦେଇଛି  ।

ମୋତେ ଟିକେ ସମୟ ଦେଲେ ମୁଁ 40ଟି ଚୁଲି ଭାଙ୍ଗିଛି ତିଆରି ବି କରିଦେବି । ମୋତେ ଦୁଇ ଦିନ ସମୟ ଦେଲେ ମୁଁ ନିଜେ ତିଆରି କରିଦେବି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଦୁର୍ବୁତ୍ତ ନିଜ ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *