ରିଅଲ ଲାଇଫରେ ଫସିଗଲେ ପୁଷ୍ପା (ସୁପରଷ୍ଟାର Allu Arjun), ଆସିଲା ସାଂଘାତିକ ଅଭିଯୋଗ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ସାଉଥ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନ ସାଉଥ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଗତ କିଛି ଦିନ ତଳେ ତାଙ୍କର ସୁପର ହିଟ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ସେ ଆହୁରି ଚର୍ଚ୍ଚାରେ ରହିଥିଲେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ରିଅଲ ଲାଇଫରେ ଫସିଯାଇଛନ୍ତି ପୁଷ୍ପା ଅଲ୍ଲୁ ଅର୍ଜୁନ । ତାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ହାଇଦ୍ରାବାଦ ପୋଲିସ ତାଙ୍କ ନାଁରେ ଚାଲାଣ କାଟିଛି । କଳା ରଙ୍ଗ କାଚ ଥିବା କାରରେ ବୁଲିବା ଏବେ ଅଲ୍ଲୁ ଅର୍ଜୁନଙ୍କ ପାଇଁ ମହଙ୍ଗା ପଡିଛି ।

ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ତାଙ୍କ ନାଁରେ ହାଇଦ୍ରାବାଦ ପୋଲିସ ମୋଟା ଅଙ୍କର ଚାଲାଣ କାଟିଛି । ନିକଟରେ ଅଲ୍ଲୁ ଅର୍ଜୁନ ତାଙ୍କ ରେଞ୍ଜ ରୋଭର କାରରେ କଳା ରଙ୍ଗର କାଚ ଲଗାଇ ଥିଲେ । ଏହା ପରେ ହାଇଦ୍ରାବାଦର ବିଜି ସେଣ୍ଟର ରୋଡରେ ଏହା ଦେଖି ତାଙ୍କ କାର ଅଟକାଇ ଥିଲା ପୋଲିସ । କାରରେ କଳା କାଚ ଲଗାଇବା ଅଭିଯୋଗରେ  ତାଙ୍କ ନାଁରେ କଟିଥିଲା ଚାଲାଣ ।

ଯେତେବେଳେ ଚାଲାଣ କଟା ଯାଇଥିଲା ସେତେବେଳେ କାରରେ ଅଲ୍ଲୁ ଅର୍ଜୁନ ଥିଲେ ନା ନାହିଁ ସେନେଇ କୌଣସି ସୂଚନା ମିଳି ନାହିଁ । 2012 ମସିହାରେ ସୁପ୍ରିମ କୋର୍ଟ କାରରେ କଳା କାଚ ଲଗାଯାଇପାରିବ ନାହିଁ ବୋଲି ଏକ ନିୟମ କରିଥିଲେ ତେବେ ଅଲ୍ଲୁ ନିୟମ ଭାଙ୍ଗିବାରୁ ତାଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟାଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *